ଓଡିଶା ଖବର

ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ।

ପୁରୀ ୩୦/୯(AKN NEWS): ପୁରୀ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଆଜି ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ଓ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଏଥିରେ ଅଧ୍ୟକ୍ଷତା କରିବା ସହ ଅଭିଯୋଗ କାରୀ ଙ୍କ ଅଭିଯୋଗ ଶୁଣାଣି କରିଥିଲେ। ଏଥିରେ ମୋଟ ୧୦୯ ଗୋଟି ଅଭିଯୋଗ ମିଳିଥିଲା।ତନ୍ମଧ୍ୟରୁ ୭୭ ଗୋଟି ବ୍ୟକ୍ତିଗତ ଅଭିଯୋଗ,୧୪ ଗୋଟି ଗ୍ରାମ୍ୟ ସମ୍ପର୍କରେ ଅଭିଯୋଗ, ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି ରୁ ସହାୟତା ପାଇଁ ୧୭ ଗୋଟି ଆବେଦନ ଓ ରେଡକ୍ରସ ରୁ ସହାୟତା ପାଇଁ ୧ ଗୋଟି ଆବେଦନ ମିଳିଥିଲା।ତନ୍ମଧ୍ୟରୁ ୧ ଗୋଟିର ତୁରନ୍ତ ସମାଧାନ କରାଯାଇଥିଲା।ଅନ୍ୟ ଅଭିଯୋଗ ଗୁଡିକ ଆଇନ ଅନୁସାରେ ଅନୁଧ୍ୟାନ କରି ଯଥାଶୀଘ୍ର ସମାଧାନ ପାଇଁ ବିଭିନ୍ନ ବିଭାଗକୁ ପ୍ରେରଣ କରାଯାଇଥିଲା ବୋଲି ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ସୂଚନା ଦିଆଯାଇଛି।ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଗୋପୀନାଥ କୁଅଁର,ଅତିରିକ୍ତ ଏସ ପି ଦେବବ୍ରତ ଚକ୍ର,ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସିଡ଼ିଏମଓ ଡା ରୂପଭାନୁ ମିଶ୍ର,ତହସିଲଦାର ଅଭିଷେକ ଦାଶ,ଡେପୁଟି କଲେକ୍ଟର ମନୀଷା ଷଡ଼ଙ୍ଗୀ,ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ଆଶୁତୋଷ ଦେ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଏହି ଶୁଣାଣିରେ ଯୋଗ ଦେଇଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!