ଜୟ ମହାକାଳ ଫାଉଣ୍ଡେସନ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

(AKN NEWS): ଆଜି ବୁଧବାର ଦିନ ଗୋଲାମୁଣ୍ଡା ସର୍ବ ମଙ୍ଗଳା ମହାବିଦ୍ୟାଳୟ ଠାରେ ଗାନ୍ଧିଜୀଙ୍କ ଏବଂ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଅବସରରେ ଜୟ ମହାକାଳ ଫାଉଣ୍ଡେସନ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ଅଧକ୍ଷ୍ୟ ବିନ୍ଦୁ ମହାନନ୍ଦ, ସମ୍ମାନିତ ଅତିଥି ସମାଜସେବୀ ସ୍ବାସ୍ତିଦୀପ ଆଦିତ୍ୟ,ସମାଜସେବୀ ଉପନ ଦାସ,ଅଧ୍ୟାପକ ଜୟନ୍ତ କୁମାର ଜେନା, ଶାନ୍ତନୁ ପରିଡା,ସନ୍ତୋଷ କୁମାର ବାରିକ, ପ୍ରବୀର କୁମାର ରାୟ,ଜୟ ମହାକାଳ ଫୋଉଣ୍ଡେସନ ର ପ୍ରତିଷ୍ଠାତା ସଂକେତ ଠାକୁର, ସଭାପତି ସୁବ୍ରତ ପଣ୍ଡା ଉପସ୍ଥିତ ରହି ରକ୍ତଦାନ ଶିବିର କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।
ପ୍ରତ୍ୟେକ ଦିନର କର୍ତ୍ତବ୍ୟ ଭାବି ଅସହାୟଙ୍କ ବିଶ୍ୱାସର କେନ୍ଦ୍ରବିନ୍ଦୁ ପାଳିଟିଥିବା ଏହି ଫାଉଣ୍ଡେସନ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଅସହାୟ ରୋଗୀଙ୍କ ବିପଦ ସମୟରେ ସହଯୋଗ ର ହାତ ବଢ଼ାଇ ଲୋକଙ୍କ ଜୀବନ ରକ୍ଷା କରିବାର ପଣ ରଖି ପରିବାରର ଟେକ ରଖିବାର ପ୍ରତିଜ୍ଞା କରି ପ୍ରତ୍ୟେକ ସଦସ୍ୟଙ୍କ ମନବଳକୁ ଦ୍ବିଗୁଣିତ କରିଛନ୍ତି। ଏହି ରକ୍ତଦାନ ଶିବିର ରେ ଧର୍ମଗଡ଼ ରକ୍ତ ଭଣ୍ଡାର ର ଗଜାନନ ବେହେରା, ନିଗମ ଗୋପାଳ, ଡମ୍ବରୁଧର ମେହେର, କୁର୍ତ୍ତିବାସ ଦଣ୍ଡସେନା ଉପସ୍ଥିତ ରହି ୩୮ ୟୁନିଟ ରକ୍ତ ସଂଗ୍ରହ କରିଥିଲେ ଏହି ଶିବିର ରେ ଭାରତ ସ୍କାଉଟ ଏଂଣ୍ଡ ଗାଇଡ଼ ତରଫରୁ ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ।
ବ୍ୟୁରୋ ରିପୋର୍ଟ AKN NEWS


