ଓଡିଶା ଖବର

ହାଇଦ୍ରାବାଦ ଠାରେ ଭାରତ ଏବଂ ବାଙ୍ଗାଲାଦେଶ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ T-20 ମ୍ୟାଚର ପର୍ଯ୍ୟବେକ୍ଷକ ଭାବରେ ମନୋନୀତ ହୋଇଛନ୍ତି ଶ୍ରୀ ପ୍ରହଲ୍ଲାଦ ତ୍ରିପାଠୀ।

(AKN NEWS): ହାଇଦ୍ରାବାଦ ଠାରେ ଭାରତ ଏବଂ ବାଙ୍ଗାଲାଦେଶ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ T-20 ମ୍ୟାଚର ପର୍ଯ୍ୟବେକ୍ଷକ ଭାବରେ ମନୋନୀତ ହୋଇଛନ୍ତି ନବରଙ୍ଗପୁର କ୍ରିକେଟ ସଂଘର ସମ୍ପାଦକ ଶ୍ରୀ ପ୍ରହଲ୍ଲାଦ ତ୍ରିପାଠୀ। ବୋର୍ଡ ଅଫ କଣ୍ଟ୍ରଲ କ୍ରିକେଟ ଫର ଇଣ୍ଡିଆ ଏହି ବିଷୟ ବସ୍ତୁକୁ ନେଇ ଶ୍ରୀ ପ୍ରହଲ୍ଲାଦ ତ୍ରିପାଠୀଙ୍କୁ ଏକ ଚିଠି ପ୍ରେରଣ କରିଛି। ଏକ ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲା ତଥା ସମସ୍ତ ନବରଙ୍ଗପୁର ବାସିଙ୍କ ଏହା ଏକ ଗର୍ବର ବିଷୟ ବୋଲି କ୍ରୀଡାବିତ୍ ମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।ଏହି ସଫଳତା ପାଇଁ ଶ୍ରୀ ପ୍ରହଲ୍ଲାଦ ତ୍ରିପାଠୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।ଏହି ଖବର ପ୍ରାପ୍ତ ହେଲା ପରେ ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘ ସଭାପତି ଶ୍ରୀ ଦେବାସିଷ ପଟ୍ଟନାୟକ, ଉପସଭାପତି ସୁଭେନ୍ଦୁ ବେହେରା, ସହ ସମ୍ପାଦକ ଏମ. ବାଲ କ୍ରିଷ୍ଣା, ଜିଲ୍ଲା କ୍ରିକେଟ ସଂଘର ସଦସ୍ୟ ତଥା ଟର୍ଫ ୱିକେଟ କ୍ୟୁରେଟର ଶ୍ରୀ ଅଶୋକ ନାୟକ, ନବରଙ୍ଗପୁର ଜିଲ୍ଲା କ୍ରିକେଟ ଏକାଡେମୀର କୋଚ ଶ୍ରୀ ଲାଲ ମହମ୍ମଦ ଖାନ,ଜିଲ୍ଲା କ୍ରିକେଟ ସଂଘର ମିଡିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ, ବରିଷ୍ଟ ସଦସ୍ୟ ଶଶାଙ୍କ ଶେଖର ବେହେରା ପ୍ରମୁଖ ଶ୍ରୀ ତ୍ରିପାଠୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!