ଓଡିଶା ଖବର

ଖଣ୍ଡାୟତ ସମାଜ ତରଫରୁ ଜିଲ୍ଲା ସ୍ତରୀୟ ଶସ୍ତ୍ର ପୂଜା ଧୁମଧାମରେ ପାଳିତ

ନବରଙ୍ଗପୁର(AKN NEWS);ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକ୍‌ ସିନ୍ଧି ଗୁଡା ଗ୍ରାମ ଭଲିବଲ୍ ପଡ଼ିଆ ଠାରେ ନବରଙ୍ଗପୁର ଜିଲ୍ଲା ସ୍ତରୀୟ ଖଣ୍ଡାୟତ ସମାଜ ଦ୍ୱାରା ଏକ ବିରାଟ ସମାବେଶର ଆୟୋଜନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମସ୍ତ ମହିଳା କଳସରେ ପାଣି ଆଣି ମାଁ ଦୂର୍ଗା ଙ୍କ ପୂଜା କରିବା ସହ ବିଭିନ୍ନ ଅସ୍ତ୍ରଶସ୍ତ୍ର କୁ ପୂଜା ପୀଠ କରାଯାଇଥିଲା।ଏହି ସମାଜ ର କର୍ମକର୍ତ୍ତା ଓ ବିଭିନ୍ନ ପଦରେ ଥିବା ପଦାଧିକାରୀ ଙ୍କ ସମନ୍ୱୟ ରେ ବୈଠକ ଆୟୋଜନ ହୋଇଥିଲା। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଶ୍ରୀଯୁକ୍ତ ଗୌରୀ ଶଙ୍କର ମାଝୀ ଯୋଗଦାନ ଦେଇଥିଲେ। ସମ୍ମାନୀତ ଅତିଥି ନନ୍ଦା ହାଣ୍ଡି ବ୍ଲକ୍ ଚେୟାର ମ୍ୟାନ ଅଧ୍ୟକ୍ଷା ଶ୍ରୀମତୀ ରଶ୍ମୀତା ମାଝୀ ଯୋଗ ଦେଇଥିଲେ।ଏହି ସଭାରେ ଖଣ୍ଡାୟତ ସମାଜ ର ମୃତ୍ୟୁଞ୍ଜୟ ସିଂ, ସମ୍ମାନୀତ ଅତିଥି ଜଗନ୍ନାଥ ମାଝୀ, ପର୍ଶୁରାମ ପାଇକ,ଉପ ସଭାପତି ଲକ୍ଷ୍ମଣ ନାୟକ ଏବଂ ଯୁବ ସଭାପତି ଗଣପତି ପାଇକ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ନବରଙ୍ଗପୁର ଜିଲ୍ଲା କୁ ୨୩ଗୋଟି ପଲ୍ଲୀ ରେ ବିଭକ୍ତ କରାଯାଇଛି ଓ ପ୍ରତ୍ୟେକ ପଲ୍ଲୀ କୁ ଜଣେ ଲେଖାଏଁ ସଭାପତି ଚୟନ କରା ଯାଇଛି।ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ ପଲ୍ଲୀ ରୁ ୭୦ରୁ ୧୦୦ଜଣ ଲେଖାଏଁ ପୁରୁଷ ଓ ମହିଳା ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ ପାପଡାହାଣ୍ଡି ବ୍ଳକ ଗୁମିଦୋରା ଗ୍ରାମରେ ଏହି କାର୍ଯ୍ୟକ୍ରମ ୬ ବର୍ଷ ଧରି ଚାଲିଥିଲା। ଏହି ନନ୍ଦା ହାଣ୍ଡି ବ୍ଲକ୍ ସିନ୍ଧିଗୁଡାରେ ଆୟୋଜିତ ହୋଇଅଛି। ଏମିତି ଛଅ ବର୍ଷ ଚାଲିବ ବୋଲି ସୂଚନା ମିଳିଛି।

ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!