ଅନନ୍ୟ

ରାଣୀପୁର ଝରିଆଲ ମହୋତ୍ସବ ୨୦୨୫ କମିଟି ଗଠିତ

ରାଣୀପୁର ଝରିଆଲ ମହୋତ୍ସବ ୨୦୨୫ କମିଟି ଗଠିତ

,୨୩।୧୨-ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବହୁ ପୁରାତନ ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ ।ତନ୍ତ୍ର,ମନ୍ତ୍ର,ସିଦ୍ଧି,ସାଧନା ଓ ସର୍ବ ଧର୍ମ ସମନ୍ୱୟର ଚଉଷଠି ଯୋଗିନୀ ପୀଠର ସୁରକ୍ଷା, ସଂରକ୍ଷଣ ପୁନରୁଦ୍ଧାର ଓ ଏହାର ସାମଗ୍ରିକ ବିକାଶ ସହ ଐତିହ୍ୟ,ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆୟୋଜିତ ହେବାକୁ ଥିବା ରାଣୀପୁର ଝରିଆଲ ମହୋତ୍ସବ କମିଟି ଗଠିତ ହୋଇଯାଇଛି ।ଆବାହକ ରାଜୀବ ସଗରିଆଙ୍କ ଆବାହକତ୍ୱରେ ଓ ଶିବାଜୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଣୀପୁର ଝରିଆଲ ମହୋତ୍ସବ କମିଟି ଚୟନ କରାଯାଇଥିଲା ।ଏଥିରେ ଉପଦେଷ୍ଟା ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଟିଟିଲାଗଡ଼ ବିଧାୟକ ନବୀନ ଜୈନ,ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖେତ୍ରୀ,ବଙ୍ଗୋମୁଣ୍ଡା ବିଡ଼ିଓ ବିଜୟ ହୋତା, ତୁରେକେଲା ବିଡ଼ିଓ ପୂର୍ଣ୍ଣାନନ୍ଦ ପୁଟେଲ, ମୁରିବାହାଲ ବିଡ଼ିଓ ବାସନ୍ତୀ ସେଠୀ,ପୂର୍ବତନ ସରପଞ୍ଚ ରାଜାରାମ ବେହେରା,ଆବାହକ ରାଜୀବ ସଗରିଆ,ସଭାପତି ଭାବେ ଶିବାଜୀ ମହାନ୍ତି, ସାଧାରଣ ସମ୍ପାଦକ ମାମରାଜ ଜୈନ, ଉପସଭାପତି ତୁରେକେଲା ସରପଞ୍ଚ ଜଳନ୍ଧର ମହାକୁଡ଼ ,ମୁଣ୍ଡପଦର ସରପଞ୍ଚ ରାଧାକାନ୍ତ ବେହେରା,ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଉମାକାନ୍ତ ସାହୁ, ସମ୍ପାଦକ ଭାବେ ଝରିଆଲ ସରପଞ୍ଚ ଭରଦ୍ୱାଜ ଗହୀର, ସିନ୍ଧେକେଲା ସରପଞ୍ଚ ନରେଶ ଅଗ୍ରୱାଲ, ଗୋପୀନାଥ ସାହୁ, ସାମ୍ବାଦିକ ରଶ୍ମିରଞ୍ଜନ ପୁଟେଲ, ସାମ୍ବାଦିକ ସୁଶାନ୍ତ ବେହେରା, କୋଷାଧ୍ୟକ୍ଷ ଅର୍ଜୁନ ଯାଦବ,ତପନ ଜୈନ,ପ୍ରଚାର ପ୍ରସାର ଦାୟିତ୍ୱରେ ସାମ୍ବାଦିକ ଅଶୋକ ନାରାୟଣ ଭୋଇ, ସାମ୍ବାଦିକ ହୁଲେଶ୍ୱର ହଂସ,ମଞ୍ଚ ଦାୟିତ୍ୱରେ ଶ୍ୟାମ ସୁନ୍ଦର ସାହୁ,ଦିବାକର ବାଗ,ଅଭ୍ୟର୍ଥନା ଦାୟିତ୍ଵରେ ବେଦବ୍ୟାସ ନାଗ,କେକି ସିଂ ଭୋଇ, ଅର୍ଧେନ୍ଦୁ କୁମାର ଦାସ ଯାଦବ, ଅଜୟ ଶର୍ମା, ଖାଦ୍ୟ ବିଭାଗରେ ରାଧାମୋହନ ବେହେରା,ପହଲେଶ୍ୱର ପୁଟେଲ,ମହାଦେବ ଭୋଇ,ସାଂସ୍କୃତିକ ବିଭାଗରେ ବିରଞ୍ଚି ନାରାୟଣ ଦାସ,ନାରାୟଣ ମିଶ୍ର, ସୁଶୀଲ ପୋଢ଼,ରେଣୁରଞ୍ଜନ ବାଗ,ସୁଧାକର ସାହୁ, ରବୀନ୍ଦ୍ର ସାହୁ ଜିଲ୍ଲା ଉତ୍କଳ କନ୍ଧ ସମାଜ ସଭା ପତି ବିରଞ୍ଚି ଭୋଇ ,ମୁଖ୍ୟ ଅତିଥି, ଉପ – ସଭାପତି ଶରତ ସିଂ ଭୋଇ,ଉତ୍କଳ କନ୍ଧ ସମାଜ ବୁଦୁକା ପ୍ରଗଣା ସଭାପତି ଚକ୍ର ଧର ଜାନୀ,ସମ୍ପାଦକ ମନୋରଞ୍ଜନ ଭୋଇ, କୋଷାଧ୍ୟକ୍ଷ ଅଚ୍ୟୁତ ଭୋଇ, ଜିଲ୍ଲା ସମ୍ପାଦକ ଦୁର୍ଜନ ମାଝୀ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସମ୍ପାଦକ ମହାଦେବ ଭୋଇ,ଗ୍ରାମ୍ୟ ସଭା ପତି ଧନଞ୍ଜୟ ଭୋଇ, ମୁଣ୍ଡପଦର୍ ଗ୍ରାମପଞ୍ଚାୟତ ସଭାପତି ପୁରନ୍ଦର ଭୋଇ, ନାରୀ ନେତ୍ରୀ ସବିତା ପାତ୍ର, ସନ୍ତସିନି ଭୋଇ, ଯୋଷ୍ନା ରାଣୀ ସିଂ ଭୋଇ, ବସନ୍ତ ଭୋଇ, ଗୌରାଙ୍ଗ ଭୋଇ, ଆଦିବାସୀ ସଂଘ ଉପଦେଷ୍ଟା କନ୍ଦର୍ପ ଭୋଇ, ଗଣେଶ ଭୋଇ ବଳଦେବ ଭୋଇ,ପରମାନନ୍ଦ ଭୋଇ, ରିପୁ ଭୋଇ, ଟଙ୍କଧର ଜାନୀ, ଅବସର ,ପ୍ରପ୍ତ ସୈନିକ ଯୁବରାଜ ମାଝୀ, ଟଙ୍କଧର ଛତ୍ରିଆ ଚମାର ଭୋଇ, ପୂଜକ ବିଜୁ ଭୋଇ,ମଧୁସୂଦନ ଜାନୀ,ମଧୁ ଜାନୀ,ଢୋଲ ମାଝୀ, ରାଜୀବ ମାଝୀ, ସଭା ସମାପ୍ତି ମହାଦେବ ଭୋଇପ୍ରମୁଖ ମନୋନୀତ ହୋଇଥିବା ସୂଚନା ମିଳିଛି ।ଗତ ୨୦୧୧ ମସିହାରୁ ଐତିହ୍ୟ,କଳା,ସଂସ୍କୃତି,ପରମ୍ପରାକୁ ଉଜ୍ଜୀବିତ କରିବା ନେଇ ରାଣୀପୁର ଝରିଏଲ ମହୋତ୍ସବ ଆୟୋଜନ ହୋଇଆସୁଛି । ଆସନ୍ତା ଜାନୁୟାରୀ ୧୭,୧୮ ଓ ୧୯ ତିନି ଦିନ ବ୍ୟାପି ମହୋତ୍ସବ ଅନୁଷ୍ଠିତ ହେବ ।ମହୋତ୍ସବ ପରିଚାଳନା ପାଇଁ କମିଟି ଗଠନ କରାଯାଇଥିବା ନେଇ ସଭାପତି ଶିବାଜୀ ମହାନ୍ତି ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!