ଅନନ୍ୟ

ସୁଶାସନ ସପ୍ତାହ ଓ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ସୁଶାସନ ସପ୍ତାହ ଓ ଅଭିଯୋଗ ଶୁଣାଣି
ଅନୁଷ୍ଠିତ
ପୁରୀ ୨୩/୧୨ ଆଜି ପୂର୍ବାହ୍ନରେ ସଦଭାବନା ସଭା ଗୃହ ଠାରେ ଗୁଡ଼ ଗଭର୍ଣ୍ଣାନ୍ସ ବା ସୁଶାସନ ସପ୍ତାହ ଓ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏଥିରେ ଅଧ୍ୟକ୍ଷତା କରିବା ସହ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ଯେମିତି ଲୋକ ମାନଙ୍କ ନିକଟରେ ସହଜ ରେ ଉପଲବ୍ଧ ହେବ ଓ ଲୋକ ମାନଙ୍କ ମୌଳିକ ଆବଶ୍ୟକତା, ସମସ୍ୟା ଓ ତାହାର ସମାଧାନ କ୍ଷେତ୍ରରେ ବିଭାଗ ଓ ବିଭାଗୀୟ ଅଧିକାରୀ ମାନଙ୍କ ଦାୟିତ୍ୱ ବୋଧର ସହ କାର୍ଯ୍ୟ କରିବେ ତାହା ହିଁ ସୁଶାସନ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ।ସେଥିପାଇଁ ଅଭିଯୋଗ ଶୁଣାଣି କୁ ଗୁରୁତ୍ୱ ଦିଆଯାଇ ସକ୍ରିୟ କରାଯାଉଛି ବୋଲି ସେ ମତ ଦେବା ସହ ଜନ ସାଧାରଣ ଯେତେ ସଚେତନ ହେବେ ସେମାନଙ୍କ ସମସ୍ୟା ସମାଧାନ ସେତେ ସହଜ ହୋଇ ପାରିବ ବୋଲି କହିଥିଲେ।ଏହି ଅବସରରେ ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତ ସେମାନଙ୍କ ଲୋକାଭିମୁଖୀ ଯୋଜନାର ଭିଡ଼ିଓ ପ୍ରଦର୍ଶନ କରାଯାଇଥିଲା।କାର୍ଯ୍ୟକ୍ରମ ରେ ଏସପି ବିନୀତ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସିଡିଏମଓ ଡା ରୂପଭାନୁ ମିଶ୍ର, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଡେପୁଟି କଲେକ୍ଟର ମନୀଷା ଷଡ଼ଙ୍ଗୀ, ବିବେକାନନ୍ଦ ସାହୁ, ସହଦେଵ ସାହୁ, ସହକାରୀ ଜିଲ୍ଲାପାଳ ଆଶୁତୋଷ ଦେ, ତନ୍ମୟ ଦାସ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ମାନେ ଯୋଗ ଦେଇଥିଲେ।ଆଜିର ଅଭିଯୋଗ ଶୁଣାଣି ରେ ମୋଟ ୬୫ ଗୋଟି ଅଭିଯୋଗ ମିଳିଥିଲା।ସେଥିରୁ ବ୍ୟକ୍ତିଗତ ୫୮ ଟି,ଗ୍ରାମ୍ୟ ସମସ୍ୟା ୬ ଗୋଟି,ରେଡକ୍ରସରୁ ସହାୟତା ୧ ଗୋଟି ଅଭିଯୋଗ ମିଳିଥିଲା।ସେଥିରୁ ତତ୍କାଳୀନ ୮ ଟି ର ସମାଧାନ ହୋଇଥିଲା।ଅନ୍ୟ ଗୁଡିକୁ ଆଇନ ଅନୁଯାୟୀ ସମାଧାନ ପାଇଁ ବିଭିନ୍ନ ବିଭାଗ କୁ ପ୍ରେରଣ କରା ଯାଇଥିଲା। ଏହି ଅବସରରେ ସଦଭାବନା ସଭାଗୃହ ଠାରେ ମିଶନ ଶକ୍ତି ମା ମାନଙ୍କ ଦ୍ବାରା ଏକ ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନୀ ଓ ସେମାନେ ପ୍ରସ୍ତୁତ କରିଥିବା ବିବିଧ ଉପକରଣ ର ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା।ଏହାକୁ ଜିଲ୍ଲାପାଳ, ଅନ୍ୟ ବରିଷ୍ଠ ଅଧିକାରୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ପରିଦର୍ଶନ କରିଥିଲେ।
ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!