କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଙ୍କ ଇସ୍ତଫା ଦାବୀରେ କଂଗ୍ରେସ ଦଳର ବିରାଟ ଶୋଭାଯାତ୍ରା।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଙ୍କ ଇସ୍ତଫା ଦାବୀରେ କଂଗ୍ରେସ ଦଳର ବିରାଟ ଶୋଭାଯାତ୍ରା। ଭବାନିପାଟଣା/ସମ୍ବିଧାନ ନିର୍ମାତା ବାବା ସାହେବ ଆମ୍ବେଦକରଙ୍କ ପ୍ରତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସଂସଦ ରେ ଦେଇଥିବା ଅପମାନ ଜନକ ମନ୍ତବ୍ୟ ବିରୋଧରେ ଭବାନୀପାଟଣା ଠାରେ ଏକ ବିରାଟ ଶୋଭାଯାତ୍ରା ହୋଇଯାଇଛି. କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାରତ ଭୂଷଣ ବେମାଲ ଙ୍କ ଦ୍ଵାରା ଅୟୋଜିତ ବିରାଟ ଶୋଭାଯାତ୍ରାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ଓ ବିଧାୟକ ସାଗର ଚରଣ ଦାସ ଙ୍କ ନେତ୍ରୁତ୍ଵରେ ଭବାନୀପାଟଣା ରେଳ ଷ୍ଟେସନ ନିକଟସ୍ଥ ବାବା ସାହେବ ଡକ୍ଟର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଠାରେ ପୁଷ୍ପଗୁଚ୍ଛ ପ୍ରଦାନ କରି ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲାପାଳ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି. ଏହି ଦାବୀ ପତ୍ର ରେ ଉଲ୍ଲେଖ ଅଛି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ବାବା ସାହେବ ଙ୍କୁ ଅପମାନିତ କରିଥିବାରୁ ସେ କ୍ଷମା ପାର୍ଥନା କରନ୍ତୁ ନଚେତ୍ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ. ଇସ୍ତଫା ନଦେଲେ ଦଳ ପକ୍ଷରୁ ଏକ ବିରାଟ ଜନଆନ୍ଦୋଳନ କରାଯିବ । ଏହି କାର୍ଯ୍ୟକ୍ରମରେ ଜିଲା ଉପ ସଭାପତି ଉଚ୍ଚବ ସାହୁ,ଇନ୍ଦ୍ରଜିତ୍ ମହାକୁଡ,ଦ୍ରୌପଦୀ ମାଝୀ,ସୁବାଶ ଚନ୍ଦ୍ର ପ୍ରଧାନ,ଜଳନ୍ଧର ନାୟକ,ପ୍ରେମଲାଲ ସାଗର,ରାମ ଜୈନ,ସରୋଜ ବାଗ,ରାହସ ସାହୁ,ସଚିନ ନାୟକ,ସୁଶାନ୍ତ ପ୍ରଧାନୀ, ସୁକାନ୍ତି ସରାଫ,ମାଣିକ୍ୟ ସୁନା,ରୋଜି ନାୟକ,ସନ୍ତୋଷ ପ୍ରଧାନ,ସିଦ୍ଧାର୍ଥ ନାୟକ ଙ୍କ ସମେତ ଜିଲା ର ବିଭିନ୍ନ ଅଞ୍ଚଳ ରୁ ସହସ୍ରାଧିକ କଂଗ୍ରେସ ପ୍ରେମୀ ଯୋଗ ଦେଇଥିଲେ।


