ଅନନ୍ୟ

ଅଖିଳ ଭାରତୀୟ ଅଘରିଆ ସମାଜ ବାମଣ୍ଡା ଆଞ୍ଚଳିକ କମିଟିର ନୂତନ କର୍ମକର୍ତ୍ତା ଚୟନ ଓ ଦାୟିତ୍ଵ ଗ୍ରହଣ ଉତ୍ସବ

ଅଖିଳ ଭାରତୀୟ ଅଘରିଆ ସମାଜ ବାମଣ୍ଡା ଆଞ୍ଚଳିକ କମିଟିର ନୂତନ କର୍ମକର୍ତ୍ତା ଚୟନ ଓ ଦାୟିତ୍ଵ ଗ୍ରହଣ ଉତ୍ସବ

କୁଚିଣ୍ଡା :୨୪/୧୨: ଅଖିଳ ଭାରତୀୟ ଆଘରିଆ ସମାଜ, ବାମଣ୍ଡା ଆଞ୍ଚଳିକ କମିଟିର ନୂତନ କର୍ମକର୍ତ୍ତା ଚୟନ ଓ ତାଙ୍କର ଶପଥ ଗ୍ରହଣ ଉତ୍ସବ ପାଳିତ ହୋଇ ଯାଇଛି । ନିର୍ବାଚନ କମିଶନ ଅଧ୍ୟକ୍ଷ ଦୁର୍ଗ ମାଧବ ପଟେଲ ଙ୍କ ସଭାପତିତ୍ୱରେ କୁସୁମୀ ପବ୍ଲକ ସ୍କୁଲ ମଣ୍ଡପ ଠାରେ ଆୟୋଜିତ ଏହି ଉତ୍ସବରେ ସଂଗଠନ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ,ସାଧାରଣ ସମ୍ପାଦକ ସୁରେଶ କୁମାର ପଟେଲ, ସମ୍ପାଦକ ସନାତନ ନାଏକ, ଲଇଡା ଆଞ୍ଚଳିକ ସଭାପତି ବିନୟ କୁମାର ଚୌଧୁରୀ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ ।ଏହି ଅବସରରେ ସମାଜ ର ବରିଷ୍ଠ ସଂଗଠକ ପୂର୍ଣ୍ଣ ଚନ୍ଦ୍ର ପଟେଲ ଙ୍କୁ ଉତ୍ତରି ଓ ଉପଢ଼ୌକନ ପ୍ରଦାନ କରି ମୁଖ୍ୟ ଅତିଥି ଶ୍ରୀ ସୁବାସ ନାୟକ ସମ୍ମାନିତ କରିଥିଲେ । ପ୍ରାରମ୍ଭରେ ନିର୍ବ।ଚନ କମିଶନ ର ଉପାଧ୍ୟକ୍ଷ ଡ଼. ବିହାରୀ ଲାଲ ପଟେଲ ସ୍ଵାଗତ ଭାଷଣ ସହ ଉଦ୍ଦେଶ୍ୟ ଜ୍ଞାପନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଏହା ପରେ ବ୍ୟାପକ ଆଲୋଚନା କରି ସହମତି ଭିତ୍ତିରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ନାୟକ ସଭାପତି, ରଜନୀ ପଟେଲ ଉପ ସଭାନେତ୍ରୀ, ସମ୍ପାଦକ ଅଶୋକ କୁମାର ପଟେଲ,ନବୀନ ବିହାରୀ ନାୟକ ସହ ସମ୍ପାଦକ, ଜପିତା ପଟେଲ କୋଷାଧ୍ୟକ୍ଷ , ନୀଳାଦ୍ରି ବିହାରୀ ପଟେଲ ଯୁବ ସଭାପତି, ସସ୍ମିତା ପଟେଲ ମହିଳା ସଭାନେତ୍ରୀ ଓ ରାଜ୍ୟ କମିଟି ସକାଶେ ଏହି ଅଞ୍ଚଳରୁ ନରେଶ କୁମାର ପଟେଲ ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କର ଯାଇଥିଲା ।ନବ ନିର୍ବାଚିତ କର୍ମକର୍ତ୍ତା ଙ୍କୁ ଉପଦେଷ୍ଟା ଗଙ୍ଗାଧର ନାଏକ ଶପଥ ପାଠ କରାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଯୁବ ସଭାପତି ପୀତବାସ ପଟେଲ, କୁଚିଣ୍ଡା ମଣ୍ଡଳ ସଭାପତି ମନୋରଂଜନ ପଟେଲ,କୁସୁମୀ ମଣ୍ଡଳ ସଭାପତି ରବି ନାରାୟନ ପଟେଲ, ଗୋବିନ୍ଦ ପୁର ମଣ୍ଡଳ ସଭାପତି ଭିକାରୀ ଚରଣ ପଟେଲ, ଗୁଣ୍ଡୁରୁ ଛୁଆଁ ମଣ୍ଡଳ ସଭାପତି ଗଜେନ୍ଦ୍ର ପଟେଲ, କେଶୈବାହାଲ ମଣ୍ଡଳ ସଂଯୋଜକ ପ୍ରକାଶ ପଟେଲ ଓ ଭୋଜପୁର ମଣ୍ଡଳ ସମ୍ପାଦକ ରମେଶ ପଟେଲ ଙ୍କ ସମେତ ମୋଟ ଅଠର ଟି ଗୁଡ଼ିର କର୍ମକର୍ତ୍ତା ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଶେଷରେ ରବି ନାରାୟନ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!