ହାଡ଼ିପାଳି ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଚୁଡାନ୍ତ

କୁଚିଣ୍ଡା ୨୭। ୧୨(AKN NEWS): କୁଚିଣ୍ଡା ବ୍ଲକ ଅନ୍ତର୍ଗତ ହାଡ଼ିପାଳି ସ୍ଥିତ ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷିକା କରୁଣା ମୟୀ ଧନ୍ୱରଙ୍କ ସଭାପତିତ୍ବରେ ଏକ ଜରୁରୀ ବୈଠକ ବସି ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତିର ଚୁଡାନ୍ତ ରୂପରେଖ ଦିଆ ଯାଇଛି । ଆସନ୍ତା ଜାନୁଆରୀ ଚାରି ଓ ପାଞ୍ଚ ତାରିଖ ଦୁଇ ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହେବ ବୋଲି ବୈଠକ ରେ ଘୋଷଣା କରାଯାଇଛି ।ଦୁଇ ଦିନ ବ୍ୟାପୀ ଏହି କାର୍ଯ୍ୟ କ୍ରମରେ ମୋଟ ଚାରି ଗୋଟି ଅଧିବେଶନରେ ଅତିଥି ଭାବରେ ମାନ୍ୟବର ମନ୍ତ୍ରୀ ରବି ନାରାୟଣ ନାଏକ, ଜିଲ୍ଲା ଶିକ୍ଷାଧିକାରୀ ମୀନାରାଣୀ ମଙ୍ଗଳ,ଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାୟକ, ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର କିସାନ, ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ, ଗଣେଶ ରାମ ପଟେଲ , ବ୍ରଜରାଜ ନଗର କଲେଜ ଅଧ୍ୟକ୍ଷ ସୁପ୍ରକା ଶ ଚୌଧୁରୀ, ଜୀବନ ଚୈତନ୍ୟ ବାବା ପ୍ରମୁଖ ଅତିଥି ଓ ବକ୍ତା ଭାବରେ ଯୋଗ ଦେବେ ବୋଲି ଜନା ଯାଇଛି । ଏହି ପ୍ରସ୍ତୁତି ବୈଠକରେ ସୁରେନ୍ଦ୍ର କୁମାର ନାୟକ, ଦେବାନନ୍ଦ କର୍ସେଲ, ଅଶୋକ କୁମାର ନାଏକ, ପୁନମ ପ୍ରେମଞ୍ଜଳି ଡାଙ୍ଗ, ପୌଲସ୍ତି ପଟେଲ,ଅନନ୍ତ ଚରଣ ସାହୁ,କୁବେର ଚରଣ ନାୟକ, ପ୍ରଦୀପ କୁମାର ପଟେଲ, ଦିଲ୍ଲୀପ ପୃଷେଦ, ମହେନ୍ଦ୍ର ନାଏକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଅନନ୍ତ ରାମ ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ବ୍ୟୁରୋ ରିପୋର୍ଟ AKN NEWS


