ଓଡିଶା ଖବର

ସଂଜୟ କୁମାର ଶତପଥୀଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ଆଭାସୀ ଶ୍ରଦ୍ଧାଞ୍ଜଳି ସଭା

ଭବାନୀପାଟଣା (AKN NEWS): ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ କଳାହାଣ୍ଡିର କୁଳପତି ପ୍ରଫେସର ସଂଜୟ କୁମାର ଶତପଥୀଙ୍କ ଅକାଳ ବିୟୋଗରେ ସାରା ଓଡ଼ିଶା ସ୍ତବ୍ଧ ହୋଇଯାଇଛି। ତାଙ୍କର ଅମର ଆତ୍ମାର ସଦଗତି କାମନା କରି କଳାହାଣ୍ଡି ଯୁବ ରେଡକ୍ରସ୍ ତରଫରୁ ଏକ ରାଜ୍ୟ ସ୍ତରୀୟ ସ୍ନୃତି ସଭା ଆୟୋଜନ ହୋଇଯାଇଛି।

ଏହି ସ୍ମୃତି ଚାରଣ ସଭାରେ ରାଜ୍ୟ ଯୁବ ରେଡକ୍ରସ୍ ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା, ଭାରତୀୟ ରେଡକ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖାର ପୂର୍ବତନ ଅବୈତନିକ ସଚିବ ମେଜର ଡ.କଳ୍ପନା ଦାଶ, ରାଜ୍ୟ ଯୁବ ରେଡକ୍ରସ୍ ସଂଯୋଜକ ଗୋପାଳ କୃଷ୍ଣ ମିଶ୍ର, ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡ.ନିବେଦିତା ନାଥ, ଉପ କୁଳସଚିବ ଡ଼. ଜୟଦେବ ସାହୁ, ଗଂଜାମ ଜିଲ୍ଲାର ପୂର୍ବତନ ଜିଲ୍ଲା ସଂଯୋଜକ ବି.ଗୋବିନ୍ଦ ରାଓ, ଭୁବନେଶ୍ୱରର ପୂର୍ବତନ ଜିଲ୍ଲା ସଂଯୋଜକ ଡ. ଶୁଶୀଳ କୁମାର ପଟ୍ଟନାୟକ, ବୌଦ୍ଧ ଜିଲ୍ଲାର ପୂର୍ବତନ ଆବାହକ ସଂପାଦକ ଡ. ପ୍ରବୀର କୁମାର ଦାଶ, ଭୁବନେଶ୍ବରର ନିରଦ ଚରଣ ଖୁଣ୍ଟିଆ, ଭଦ୍ରକ ମହାବିଦ୍ୟାଳୟର ଅଧ୍ୟାପକ ସୁଧିର ଚରଣ ଜେନା, ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ସତ୍ୟ ପଟ୍ଟନାୟକ, ସରକାରୀ ମହିଳା ମହାବିଦ୍ୟାଳୟ, ଭବାନୀପାଟଣାର ଅଧ୍ୟକ୍ଷ ଡ଼.ତ୍ରିଲୋଚନ ଜେନା ଓ ଅଧ୍ୟାପିକା ଡ଼.ରାଧାରାଣୀ ନାୟକ, ଥୁଆମୂଳ ରାମପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା, ବେହେରା ମହାବିଦ୍ୟାଳୟର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକ, ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡର ଇଂରାଜୀ ବିଭାଗର ମୁଖ୍ୟ ଲିଙ୍ଗରାଜ ପାତ୍ର, ପଞ୍ଚାୟତ ଡିଗ୍ରି ମହାବିଦ୍ୟାଳୟ , କୋକସରାର ପରାମର୍ଶଦାତା ସୁବ୍ରତ କୁମାର ବେହେରା, ସର୍ବମଙ୍ଗଳା ଡିଗ୍ରୀ ମହାବିଦ୍ୟାଳୟର ପରାମର୍ଶଦାତା ଗୋବିନ୍ଦ ସାହୁ, ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମୁସ୍କୁଟିର ପରାମର୍ଶଦାତା ସୁଧିର କୁମାର ପଣ୍ଡା ପ୍ରମୁଖ ସ୍ବର୍ଗତ ଶତପଥୀଙ୍କ ବହୁମୁଖୀ ପ୍ରତିଭାର ସ୍ମୃତି ଚାରଣ କରିଥିଲେ। ବିଶ୍ବ ବିଦ୍ୟାଳୟର ଅଧ୍ୟାପିକା ଲିପ୍ସା ମହାରଣା ସ୍ବର୍ଗତ ଶତପଥୀଙ୍କ ରଚିତ ଶୋକ ସଂଗୀତ ଗାନ କରିଥିଲେ।

ଏହି ଆଭାସୀ କାର୍ଯ୍ୟକ୍ରମକୁ ଜିଲ୍ଲା ଆବାହକ ସଂପାଦକ ସଂଜିବ କୁମାର ସାହୁ ସଂଯୋଜନା କରିଥିଲେ । ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡ଼ା ସ୍ବାଗତ ଅଭିଭାଷଣ ଓ ପରାମର୍ଶଦାତା ମୋହନ ଚରଣ ବିଷି କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ସ୍ମୃତି ସଭାରେ ସୋନପୁରରୁ ଉମାକାନ୍ତ ନାଗ , ବିଶ୍ବନାଥ ମିଶ୍ର ଓ ବିନିକାରୁ ବୈଜୟନ୍ତୀ ସାହୁ, ବାଲେଶ୍ଵରରୁ ସୁଧୀର ମୁଦୁଲି, ଭଦ୍ରକରୁ ଶୈଳବାଳା ଦାଶ, ବଲାଙ୍ଗୀରରୁ ଡ. ଦୈତାରୀ ପୂଜାରୀ, କଟକରୁ ଡ଼. ସସ୍ମିତା ପଟ୍ଟନାୟକଙ୍କ ସମେତ ପୂର୍ବତନ ଜିଲ୍ଲା ଆବାହକ ସମ୍ପାଦକ ଡ. ପଲ୍ଲୀଶ୍ରୀ ପଟ୍ଟନାୟକ, ଅଧ୍ୟକ୍ଷ ଭାରତ ଭୁଷଣ ମୁଣ୍ଡ, ତ୍ରିଲୋଚନ ସାହୁ, ମାନସ ରଂଜନ ପଣ୍ଡା, ଡ଼.ନୃସିଂହା ନନ୍ଦ ସାସମଲ, ଡ଼.ଅଜିତ କୁମାର ବେହେରା, ଦୀନବନ୍ଧୁ ରାଉତ, ବିରେନ୍ଦ୍ର ସାହୁ, ବିଜୟ କୁମାର କର, ମାନସ ରଂଜନ ପଣ୍ଡା, ସଂଜିବ ଶଗଡ଼ିଆ, ସରୋଜ କୁମାର ପାଟ୍ଟଯୋଶୀ, ପ୍ରତାପ ଚନ୍ଦ୍ର ନାୟକ, ଘନଶ୍ୟାମ ଭାଟି, କିଶୋର ଚନ୍ଦ୍ର ସାହା , ପଦ୍ମାଳୟା ଦଣ୍ଡସେନା ପ୍ରମୁଖ ଜିଲ୍ଲାର ବିଭିନ୍ନ ମହା ବିଦ୍ୟାଳୟର ଅଧ୍ୟକ୍ଷ, ଯୁବ ରେଡକ୍ରସ୍ ପରାମର୍ଶଦାତା ତଥା ରାଜ୍ୟର ବିଭିନ୍ନ ଜିଲ୍ଳାର ଯୁବ ରେଡକ୍ରସ୍ ଆବାହକ ସମ୍ପାଦକ, ସଂଯୋଜକ, ପରାମର୍ଶଦାତା, ରେଡକ୍ରସ ଆଜୀବନ ସଦସ୍ୟ ଏବଂ ବୁଦ୍ଧିଜୀବି ଯୋଗଦାନ କରିଥିଲେ।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!