ଅନନ୍ୟ

ବୀର ଛବିଳ ସାଏ ଓ ସାଥିଙ୍କ ସ୍ମୁତି ଦିବସ ପାଳିତ

ବୀର ଛବିଳ ସାଏ ଓ ସାଥିଙ୍କ ସ୍ମୁତି ଦିବସ ପାଳିତ‍
ବାମରା:୩୦/୧୨: ସମ୍ବାଦ ସାହିତ୍ୟ ଘର, କେ ସା ଇ ବା ହା ଲ ଶାଖା ପକ୍ଷରୁ କୁଦୋ ପାଲି ଠାରେ ବୀର ସୁରେନ୍ଦ୍ର ସାଏ ଙ୍କ ଅନୁଗାମୀ ବୀର ଛବିଳ ସାଏ ଙ୍କ ସହ ତାଙ୍କର ୫୩ ଜଣ ଅଙ୍ଗତ ଓ ପରେ ତିନି ଜଣ ଫାଶୀ ପାଇଥିବା ସୁରେନ୍ଦ୍ର ସେନା ର ବିପ୍ଳବୀ ମାନଙ୍କର ସ୍ମୁତି ଦିବସ ପାଳିତ ହୋଇଯାଇଛି ।ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷକ ତଥା ସାହିତ୍ୟିକ ଦିଲ୍ଲୀପ ରାୟ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି । ସଭା ପ୍ରାରମ୍ଭରେ ପୂର୍ବ ପ୍ରଧାନ ମନ୍ତ୍ରୀ ଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।ଉଭୟ ଡ଼ ସିଂହ ଓ ସହିଦ ଛବିଲ ସାଏ ଙ୍କ ଫଟୋ ଚିତ୍ର ରେ ଅତିଥି ଗଣ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇ ଥିଲେ । କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୁଦୋପାଳିରେ ସୁରେନ୍ଦ୍ର ସେନା ଙ୍କ ଦେଶପ୍ରେମ , ବିପ୍ଳବ ଓ ଆତ୍ମୋତ୍ସର୍ଗ କୁ ଯେତେ ପ୍ରଶଂସା କଲେ ମଧ୍ୟ କାମ ହେବ ବୋଲି ମତ ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ଭାବରେ ହାଡିପାଲି ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ତଥା କୁଦୋପା ଲି ଗ୍ରାମ ନିକଟରେ ଅଧିବାସୀ ଗୋପାଳ ନାଥ ଯୋଗ ଦେଇ ସେଇ ଗ୍ରାମରେ ଏହି ସଂଗ୍ରାମ କୁ ନେଇ ହେଉଥିବା ଲୋକ କଥା ଉପରେ ଆଲୋଚନା କରିଥିଲେ ।ସମ୍ମାନିତ ଅତିଥି ଭାବରେ ଉଦୟ ଡିୱେଦି ଯୋଗ ଦେଇ ପୂର୍ବତନ ପ୍ରଧାନ ମନ୍ତ୍ରୀ ଦ ମାନ ମୋହନ ସିଂ ଙ୍କ ଜୀବନୀ ଓ ରାଜନୀତି ନୀତି ର ଉଚ୍ଚ ପ୍ରଶଂସା କରିଥିଲେ । ସମ୍ବାଦ ସାହିତ୍ୟ ଘର ସଭାପତି ତୁଳସୀ ମଞ୍ଜରୀ ବହିଦାର ପ୍ରାରମ୍ଭିକ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆୟୋଜିତ ଦେଶ ପ୍ରେମ ମୂଳକ କବିତା ଅବସରରେ କବି ରବୀନ୍ଦ୍ର ଦାସ, ନିରୁପମା ସାହୁ,ସୁଜ୍ଞାନି ପଟେଲ, ମିନାକ୍ଷୀ ଦ୍ବିବେଦୀ, ଶାନ୍ତିଲତା ପୃଷ୍ଟି,ଅନୁ ଛାୟା ପଟେଲ, ପଦ୍ମିନୀ ବାଂକରା, ଅଲେଖ ପତି, ପଙ୍କଜିନି ନାୟକ, ବୀଣାପାଣି ନାଏକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଆବାହକ ସନ୍ତୋଷ କୁମାର ଶୁକ୍ଳା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!