ପିତା ମାତାଙ୍କ ଦେହାନ୍ତ ପରେ ଦୁଇ ଝିଅ ଅନାଥ l ଖୋଜୁଛନ୍ତି ସାହାରା l

ଭବାନୀପାଟଣା(AKN NEWS): ଭବାନୀପାଟଣା ବ୍ଲକ ଗଣ୍ଡବାରଝୋଲା ପଞ୍ଚାୟତ କରାଟିକିଲି ଗାଁ ରେ ରହୁଛନ୍ତି ଦୁଇ ଅନାଥ ଝିଅ ପାୟଲ ମାଝୀ (୧୧ ) ଓ ବନିତା ମାଝୀ (୯ ) l ପାୟଲ ବାଦିଲୀ କୀଟ ସ୍କୁଲ ରେ ଚତୁର୍ଥ ଶ୍ରେଣୀରେ ପଡୁଥିବା ବେଳେ ବନିତା କରାଟିକିଲି ପ୍ରାଇମେରୀ ସ୍କୁଲ ରେ ଚତୁର୍ଥ ପଡୁଛନ୍ତି l ଦୁହେଁ ଏବେ କୋଉଠି ରହିବେ କାହା ସହ ରହିବେ ତାହାକୁ ନେଇ ଧ୍ୱନ୍ଦ୍ୱ ରେ l କାରଣ ନିଜର ବୋଲି କେହି ନାହାନ୍ତି l ସେମାନଙ୍କ ଦେଖାଶୁଣା କିଏ କରିବ ସେ ନେଇ ସେମାନେ ଛିଞ୍ଚିତ ଅଛନ୍ତି l
ସୂଚନା ଅନୁସାରେ କରାଟିକିଲି ଗାଁ ର ରଜ ମାଝୀ ଙ୍କ ୧0 ବର୍ଷ ତଳେ ଦେହାନ୍ତ ହୋଇଥିବା ବେଳେ ଗୋମତୀ ମାଝୀ ଗତ ୨୫ ତାରିଖ ଦିନ ତାଙ୍କର ମଧ୍ୟ ଦେହାନ୍ତ ହୋଇଛି l ଦୁଇଜଣ ଙ୍କ ଦେହାନ୍ତ ପରେ ଶିଶୁ ମାନେ ଅସହାୟ ଅବସ୍ଥା ରେ ଥିବା ଜାଣିବାପରେ ସ୍ବେଛାସେବୀ ଶ୍ରୀ ଯଶୋବନ୍ତ ରଣା, କରାଟିକିଲି ସ୍କୁଲ ର ଶିକ୍ଷକ ଶ୍ରୀ ଗୋବର୍ଧନ ମାଝୀ, ସି.ଆର.ପି ଶ୍ରୀମତୀ ଦେବକୀ ଗଉତ ଗତକାଲି ଶିଶୁ ମାନଙ୍କ ପାଖକୁ ପହଂଚି ସେମାନଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ l ଶିଶୁ ମନେ ପାଠ ପ୍ରତି ରୁଚି ରଖିଥିବାରୁ ସରକାରି ସହଯୋଗ ମିଳିଲେ ଆହୁରି ଆଗକୁ ପଢିବେ ବୋଲି ମତାମତ ରଖିଥିଲେ l ସେହିପରି ସେହି ଗାଁ ରେ ଯୋଶୀତା ମାଝୀ (୧୫) ମଧ୍ୟ ପିତା ମାତା ଙ୍କ ଦେହାନ୍ତ ପରେ ଘରେ ଆର୍ଥିକ ଅସୁବିଧା ହେତୁ ମାଟ୍ରିକ ରୁ ପଢା ଛାଡିଛନ୍ତି l ତାଙ୍କୁ ମଧ୍ୟ ସରକାରୀ ସହାୟତା ମିଳିଲେ ସେ ମଧ୍ୟ ଆସନ୍ତ ବର୍ଷ ରୁ କଲେଜ ରେ ଆଡ଼ମିସନ କରିବେ ବୋଲି ଆଗ୍ରହ ପ୍ରକାଶ କରିଛନ୍ତି l ଏହି ଦୁଇ ପରିବାର ର ଅନାଥ ଶିଶୁ ମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ବେଛାସେବୀ ଶ୍ରୀ ଯଶୋବନ୍ତ ରଣା ଓ ଗ୍ରାମବାସୀ ଦାବି କରିଛନ୍ତି l
ବ୍ୟୁରୋ ରିପୋର୍ଟ AKN NEWS


