ଓଡିଶା ଖବର

ଅଘରିଆ ସମାଜ ବାମଣ୍ଡା ଆଞ୍ଚଳିକ କମିଟି ପକ୍ଷରୁ ଅକ୍ଷୀ ମୁଠି ଶୁଭାରମ୍ଭ ହେବା ସହ ପାଳିତ ହେଲା ଆଘରିଆ ଦିବସ

କୁଚିଣ୍ଡା:(AKN NEWS): ପବିତ୍ର ଅକ୍ଷି ତୃତୀୟ ଉପଲକ୍ଷେ ଆଜି ଅଖିଳ ଭାରତୀୟ ଅଘାରିଆ ସମାଜ,ବାମଣ୍ଡା ଆଞ୍ଚଳିକ କମିଟି ପକ୍ଷରୁ ସାନ ମୁଣ୍ଡାଲୋ ଇ ଠାରେ ନଙ୍ଗଲ ଓ ଟ୍ରାକ୍ଟର ପୂଜା କରି ଚାଷୀର କ୍ଷେତରେ ଆକ୍ଷି ମୁଠି ନେବା ସହ ଚଳିତ ବର୍ଷ ଭଲ ବର୍ଷା ଓ ଶସ୍ୟ ହେବାପାଇଁ ପୂଜା କରାଯାଇଥିଲା ।ଏହା ପରେ ବଡ଼ ମୁଣ୍ଡା ଲୋଈ ର ଆମ୍ବ ବଗାନ ର ପ୍ରାକୃତିକ ପରିବେଶରେ ସମାଜର ବାମଣ୍ଡା ଆଞ୍ଚଳିକ ସଭାପତି ଭବାନୀ ଶଙ୍କର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଅଘରିଆ ତଥା କୃଷକ ଦିବସ ଉପଲକ୍ଷେ ଆୟୋଜିତ ସାଧାରଣ ସଭାରେ ଅଖିଳ ଭାରତୀୟ ଅଘରିଆ ସମାଜର ସାଙ୍ଗଠାନିକ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିଲେ ।ଦେ ତାଙ୍କ ଭାଷଣରେ ଦିବସର ମହାତ୍ମ୍ୟ ସମ୍ପର୍କରେ କହିବା ସହ କୃଷି କୁ ଶିଳ୍ପର ମାନ୍ୟତା ,ଉଚିତ୍ ମୂଲ୍ୟ ପ୍ରଦାନ ,ଶୀତଳ ଭଣ୍ଡାର ସ୍ଥାପନ ଆଦି ଦାବୀ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କମିଟିର ଅନ୍ୟତମ ଉପସଭାପତି ନରେଶ ଚନ୍ଦ୍ର ପଟେଲ୍ ,ରାଜ୍ୟ କମିଟି ଯୁବ ସଭାପତି ପୀତବାସ ପଟେଲ,ମଣ୍ଡଳ ସଭାପତି ରବି ନାରାୟଣ ପଟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଚାଷୀ ଓ ଓ. ବି .ସି .ସମସ୍ୟା ପାଇଁ ଅଘାରିଆ ସମାଜ ନେତୃତ୍ୱ ନେବାକୁ ଆହ୍ବାନ ଦେଇଥିଲେ । ପ୍ରାରମ୍ଭ ରେ ଶ୍ରୀଜଗନ୍ନାଥ ଓ ମା ଲକ୍ଷ୍ମୀ ଙ୍କୁ ଦୀପ ଦାନ କରି କାର୍ଯ୍ୟକ୍ରମ କୁ ଅତିଥି ଗଣ ଉଦଘାଟନ କରିଥିଲେ ।ଆଞ୍ଚଳିକ କମିଟି ସମ୍ପାଦକ ଅଶୋକ କୁମାର ପଟେଲ ମଞ୍ଚ ଆମନ୍ତ୍ରଣ ସହ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ ।କୁସୁମୀର ଜୋନ ସଭାପତି ପ୍ରମୋଦ କୁମାର ପଟେଲ ପ୍ରାରମ୍ଭିକ ସୁଚନା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଗ୍ରାମ୍ୟ କମିଟି ର ସଭାପତି କ୍ଷିରୋଦ ପଟେଲ ସ୍ଵାଗତ ଭାଷଣ ଦେଇ ଥିଲେ ।ଆଲୋଚନା ରେ ଅଞ୍ଚଲିକ କମିଟିର ଯୁଗ୍ମ ସମ୍ପାଦକ ନବୀନ ପଟେଲ, ଯୁବ ସଭାପତି ନିଲେନ୍ଦ୍ରି ପଟେଲ, ହାଡ଼ିପାଳି ଗୁଡ଼ି ସଭାପତି ନେତ୍ରଭାନୁ ନାୟକ ,ପୂର୍ବତନ କୋଷାଧ୍ୟକ୍ଷ ସତ୍ୟ ନାରାୟଣ ପଟେଲ, ମହିଳା ସଭ୍ୟା ସଙ୍ଗୀତ ନାୟକ ଓ ମୁନି ନାୟକ ପ୍ରମୁଖ ଆଲୋଚନା କରିଥିବା ବେଳେ ଶେଷରେ ଗ୍ରାମ୍ୟ କମିଟି ସମ୍ପାଦକ ପ୍ରହଲ୍ଲାଦ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!