ଓଡିଶା ଖବର

ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଅଞ୍ଚଳରେ ଆମ୍ବୁଲାନ୍ସ ଧକ୍କାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ଯୁ ହୋଇଛି

୩୧/୧୨/୨୩(AKN NEWS) ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଅଞ୍ଚଳରେ ଆମ୍ବୁଲାନ୍ସ ଧକ୍କାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ଯୁ ହୋଇଛି । ମୃତକ ଜଣଙ୍କ ହେଲେ ଗୁରୁଧି ଗ୍ରାମର ସୁଧୀର ପଳେଇଙ୍କ ପୁଅ ପ୍ରକାଶ ପଳେଇ । ସୂଚନା ଆନୁସାରେ , ଆଜି ଅପରାହ୍ନରେ ଗୁରୁଧି ଗ୍ରାମର ପ୍ରକାଶ ପଳେଇ ମୋଟରସାଇକେଲ ଯୋଗେ ବାଲିଜେରେଙ୍ଗ ଅଞ୍ଚଳରୁ ଫେରୁଥିବା ବେଳେ ବାଟପନ୍ଥୀଲିମ୍ବ ଠାରେ ତାଙ୍କର ଏକ ଜନନୀ ସୁରକ୍ଷା ଗାଡି ସହ ଧକ୍କା ହୋଇଥିଲା । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଅନୁଗୋଳରୁ କାଳନ୍ଦି ବେହେରାଙ୍କ ରିପୋର୍ଟ AKN NEWS

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!