ଓଡିଶା ଖବର
ଅବକାରୀ ବିଭାଗ ପକ୍ଷରୁ ୨୫ କ୍ୟୁଣ୍ଟାଲ ମହୁଲ ବୋଝେଇ ବଲୋରୋ ପିକଅପ ଭ୍ୟାନ ଜବତ ସହ ବେପାରୀ ଙ୍କୁ କୋର୍ଟ ଚାଲାଣ ।

ପାଟଣାଗଡ଼ (AKN NEWS): ପାଟଣାଗଡ଼ ଅବକାରୀ ବିଭାଗ ପକ୍ଷରୁ ଏକ ମହୁଲ ବୋଝେଇ ବଲୋରୋ ପିକଅପ ଭ୍ୟାନ ସହ ବେପାରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଲରମ୍ଭା ଥାନା ଖୁର୍ସେଲ ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଖୁଣ୍ଟଣାପାଣି ଗାଁ ର ବେପାରୀ ଅନନ୍ତ ସାହୁ ବଲୋରୋ ପିଅକପ ଭ୍ୟାନ ଗାଡ଼ି ନଂ ଓଡି୦୩ୟୁ ୩୦୩୮ ଯୋଗେ ୨୫ କ୍ୟୁଣ୍ଟାଲ ୨୫ କିଜି ମହୁଲ ବୋଝେଇ କରି ନେଇଥିବା ବେଳେ ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବା ସମୟରେ ଗାଡ଼ି କୁ ଅଟକାଇ କାବୁ କରିଥିଲେ । ଆଜି ପାଟଣାଗଡ ଅବକାରୀ ବିଭାଗ କାର୍ଯ୍ୟାଳୟକୁ ଆଣି ବ୍ୟବସାୟୀ ଙ୍କୁ ଅବକାରୀ ବିଭାଗ କେଶ ନଂ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଉପଖଣ୍ଡ ଅବକାରୀ ଅଧିକ୍ଷକ ରାଜକୁମାର ବେହେରା ସୂଚନା ଦେଇଛନ୍ତି । ପେଟ୍ରୋଲିଂ ସମୟରେ ଶ୍ରୀ ବେହେରା ଙ୍କ ସହ ତାଙ୍କ ଷ୍ଟାପ ଉପସ୍ଥିତ ଥିଲେ ।
ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS


