ଓଡିଶା ଖବର

ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି’ 

  1. ୨୨ ଓ ୨୩ରେ ସୁଭଦ୍ରା ଟଙ୍କା ପାଇବେ ଯୋଗ୍ୟ ହିତାଧିକାରୀ:

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା

ଭୁବନେଶ୍ଵର: (AKN NEWS):ପୁଣି ମିଳିବ ସୁଭଦ୍ରା ଟଙ୍କା। ଯେଉଁମାନେ ଏ ପର୍ଯ୍ୟନ୍ତ ସୁଭଦ୍ରାର କୌଣସି ବି କିସ୍ତି ପାଇନାହାନ୍ତି, ସେମାନେ ଏହି ଦିନ ସୁଭଦ୍ରା ଟଙ୍କା ପାଇବେ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା।

 

ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ଏପ୍ରିଲ ୨୨ ଓ ୨୩ ତାରିଖରେ ପୁଣି ସୁଭଦ୍ରା ଟଙ୍କା ମିଳିବ । ଯେଉଁମାନେ ସୁଭଦ୍ରା କିସ୍ତି ପାଇନାହାନ୍ତି, ସେମାନେ ସର୍ଭେ ପରେ ଯୋଗ୍ୟ ବିବେଚିତ ହେଲେ, କେବଳ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ମିଳିବ । ସେମାନଙ୍କୁ ଏକାଥରେ ମିଳିବ ଦୁଇଟି କିସ୍ତି । ଅର୍ଥାତ୍ ୧୦ ହଜାର ଟଙ୍କା । ବର୍ତ୍ତମାନ ସୁଭଦ୍ରା ଯୋଜନାରୁ ୧ ଲକ୍ଷ ୭୦ ହଜାର ହିତାଧିକାରୀ ବାଦ ପଡ଼ିଥିବା ବେଳେ ସେମାନଙ୍କ ମଧ୍ୟରୁ ଯେଉଁମାନେ ଯୋଗ୍ୟ ସେମାନଙ୍କ ଆକାଉଣ୍ଟକୁ ଆସିବ ଟଙ୍କା ।ସେହିଭଳି ଦ୍ଵିତୀୟ କିସ୍ତି ପାଇଛନ୍ତି ୯୮ ଲକ୍ଷ ୮୨ ହଜାର ୯୨ ଜଣ ମହିଳା । ପ୍ରଥମ କିସ୍ତିରେ ସରକାର ୫ ହଜାର ୩୨ କୋଟି ୯୩ ଲକ୍ଷ ୮୫ ହଜାର ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଛନ୍ତି । ଦ୍ଵିତୀୟ କିସ୍ତିରେ ୪ ହଜାର ୯୪୧ କୋଟି ୪ ଲକ୍ଷ ୬୦ ହଜାର ଟଙ୍କା ପଠାଯାଇଛି ।

ସମୀର ରଞ୍ଜନ ନାୟକAKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!