ଓଡିଶା ଖବର

ଆକ୍ସନ ମୁଡ଼ରେ କମିଶନରେଟ ପୋଲିସ; ରାଜଧାନୀରେ ୨ ଚେନ୍ ଲୁଟେରାଙ୍କୁ ଏନ୍‌କାଉଣ୍ଟର

ଭୁବନେଶ୍ୱର :(AKN NEWS): ଭୁବନେଶ୍ୱରରେ ଡବଲ୍ ଏନକାଉଣ୍ଟର । ୨ ଚେନ୍ ଲୁଟେରାଙ୍କୁ ଏନକାଉଣ୍ଟର କରିଛି କମିଶନରେଟ୍ ପୁଲିସ । ପୁଲିସ ଗୁଳିରେ ୨ ଲୁଟେରା ଗୁରୁତର ହୋଇଛନ୍ତି । ଦୁଇ ଲୁଟେରାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ବଡ଼କଥା ହେଉଛି ଏହି ଲୁଟେରା, ରାଜଧାନୀରେ ଅନେକ ଲୁଟପାଟ ଘଟାଇଥିଲେ ସୁନାଚେନ ଲୁଟ କରି ୨ ଲୁଟେରା ଫେରାର ହେଉଥିବା ବେଳେ ଭୁବନେଶ୍ବର ବାଲିଯାତ୍ରା ପଡିଆରେ ସ୍ପେଶାଲ ସ୍କ୍ବାଡ ଟିମ୍ ସେମାନଙ୍କୁ ଅଟକାଇଥିଲା। ତେବେ ସେମାନେ ଫେରାର ହେବାକୁ ଉଦ୍ୟମ କରିବାରୁ ସ୍ପେଶାଲ ସ୍କ୍ବାଡ ସେମାନଙ୍କ ଉପରକୁ ଗୁଳିମାଡ କରିଥିଲା। ଏଥିରେ ଲୁଟେରା ଦ୍ବୟ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସେମାନଙ୍କ ଘର ବିହାର କଟିହାର ଅଞ୍ଚଳରେ। ସେମାନଙ୍କ ନିକଟରୁ ୨ଟି ମାଉଜର୍ ଓ କିଛି ଗୁଳି ଜବତ କରିଛି ପୋଲିସ। ଉଭୟ ଏକାଧିକ ଛିନତାଇ ମାମଲାରେ ସମ୍ପୃକ୍ତ ଥିଲେ। ଗତ ୨୦ତାରିଖ ଦିନ ରାଜଧାନୀରେ ୬ଟି ଚେନ୍ ଛିନତାଇ କରିଥିଲେ। ସେମାନଙ୍କୁ ଧରିବାକୁ ବିଭିନ୍ନ ଯୋଜନା କରିଥିଲା ପୋଲିସ। ଗତକାଲି ବଡ଼ଗଡ଼ ଅଞ୍ଚଳରେ ଏନକାଉଣ୍ଟର କରାଯାଇଛି।

ସମୀର ରଞ୍ଜନ ନାୟକ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!