ଆଜି ବାବା ସାହେବ ଡଃ ଆମ୍ବେଦକରଙ୍କ ୧୩୪ତମ ଜନ୍ମ ଜୟନ୍ତୀ ଅବସରରେ ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ର ସଂଘ ତରଫରୁ ବିଶ୍ବବିଦ୍ୟାଳୟ ନର୍ଲ ହଷ୍ଟେଲ କ୍ୟାମ୍ପସ ଠାରେ ଭାରତ ରତ୍ନ ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ସହ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି ।

(AKN NEWS):ଆଜି ବାବା ସାହେବ ଡଃ ଆମ୍ବେଦକରଙ୍କ ୧୩୪ତମ ଜନ୍ମ ଜୟନ୍ତୀ ଅବସରରେ ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ର ସଂଘ ତରଫରୁ ବିଶ୍ବବିଦ୍ୟାଳୟ ନର୍ଲ ହଷ୍ଟେଲ କ୍ୟାମ୍ପସ ଠାରେ ଭାରତ ରତ୍ନ ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ସହ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ହାଇଦ୍ରାବାଦ ବିଶ୍ଵବିଦ୍ୟାଳୟର ପ୍ରଫେସର ଜି ନାଗାରାଜୁ, ରେଭେନ୍ସାର ସମାଜବିଜ୍ଞାନ ବିଭାଗ ଅଧ୍ୟାପକ ଇଶ୍ଵର ଚନ୍ଦ୍ର ନାଏକ, କୋକସରା ତହସିଲଦାର କ୍ଷିରୋଦ ବାଗ, ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ଅଧ୍ୟାପକ ଡ଼ଃ ଝରଣା ଧଙ୍ଗଡା ମାଝି, ଡ଼ଃ ବିରେନ୍ଦ୍ର ସୁନା, ଡ଼ଃ ସିମାଞ୍ଚଳ ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଡ଼ଃ ଆମ୍ବେଦକରଙ୍କ ସ୍ମୃତି ଚାରଣ କରିବା ସହ ଭାରତୀୟ ସମ୍ବିଧାନ ଓ ଗଣତନ୍ତ୍ରକୁ ମଜଭୁତ କରିବା ପାଇଁଁ ସମସ୍ତେ ସମ୍ବିଧାନର ନୀତି ଓ ଆଦର୍ଶର ଅନୂପାଳନ ପାଇଁ କରିବା ସହ ଡ଼ଃ ଆମ୍ବେଦକରଙ୍କ ଜୀବନୀ ପଢ଼ିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସଂଘର ସାଧାରଣ ସମ୍ପାଦକ ଅବିନାଶ ଠାକୁର, ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ, ଯୁବ ନେତା ମଣ୍ଟୁ ନାଏକ, ପୂର୍ବତନ ଛାତ୍ର ସଂସଦ ସଭାପତି ଧର୍ମେନ୍ଦ୍ର ନାଏକ, ମନିନ୍ଦ୍ର ମହାନ୍ତି, ଯୁବନେତା ପ୍ରଶାନ୍ତ ନାଏକ, ତ୍ରିଲୋଚନ ପାଣିଗ୍ରାହୀ , ପରମାନନ୍ଦ ମାଝୀ, ପିତବାସ ବେହେରା, ଛାତ୍ର ନେତା ଭୋଳା ଶଙ୍କର , ଦୁଷ୍ମନ୍ତ ହରିଜନ, ଆଶୁତୋଷ ପୁଜାରୀ ତଥା ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ।
ବ୍ୟୁରୋ ରିପୋର୍ଟ AKN NEWS


