ଓଡିଶା ଖବର

ଆଜି ସନ୍ଧ୍ୟା ସମୟରେ ୦୫.୩୦ କଳାହାଣ୍ଡି ଭବାନୀପାଟଣା ଗାନ୍ଧୀ ଛକ୍ ଟାଉନ୍ ଥାନା ସମ୍ମୁଖରେ ଯୁବ କଂଗ୍ରେସ,ଓ ଛାତ୍ର କଂଗ୍ରେସର ବିକ୍ଷୋଭ ପ୍ରତିବାଦ ସହ କୁଶପୁତ୍ତଳିକା ଦାହା 

(AKN NEWS): ଆଜି ସନ୍ଧ୍ୟା ସମୟରେ ୦୫.୩୦ କଳାହାଣ୍ଡି ଭବାନୀପାଟଣା ଗାନ୍ଧୀ ଛକ୍ ଟାଉନ୍ ଥାନା ସମ୍ମୁଖରେ ଯୁବ କଂଗ୍ରେସ,ଓ ଛାତ୍ର କଂଗ୍ରେସର ବିକ୍ଷୋଭ ପ୍ରତିବାଦ ସହ କୁଶପୁତ୍ତଳିକା ଦାହା ରାଷ୍ଟ୍ର ବିରୋଧି ମୋହନ ଭାଗବତ ଓଡ଼ିଶା କୁ ଆସୁଥିବା ସମୟରେ ଓଡ଼ିଶା ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଏବଂ ତାଙ୍କ ସହଯୋଗୀ ସାମ୍ବିଧାନିକ ପଦ୍ଧତିରେ କଳାପତାକା ଦେଖାଇଥିବା ଘଟଣା କୁ ସରକାର ର ନିର୍ଦ୍ଦେଶ ରେ ଓଡ଼ିଶା ପୋଲିସ ଆକ୍ରୋଶ ମୁଳକ ଭାବେ ଓଡ଼ିଶା ରାଜ୍ୟ ଛାତ୍ର କଂଗ୍ରେସ ର ସଭାପତି ଉଦିତ ପ୍ରଧାନ ଏବଂ ତାଙ୍କ ସହଯୋଗୀ ଛାତ୍ର ମାନଙ୍କୁ ଗିରଫକରି ବିଭିନ୍ନ ଦଫା ଲଗାଇ ଅଟକ ରଖିଛି।

ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମାନଙ୍କୁ ଗିରଫ କରିଥିବା ଘଟଣା କୁ ଦୃଢ଼ ନିନ୍ଦା କରି ଭବାନୀପାଟଣା ଗାନ୍ଧୀ ଛକ୍ ସ୍ଥିତ ଭବାନୀପାଟଣା ଟାଉନ ଥାନା ସମ୍ମୁଖରେ ସରକାର ଓ ପୋଲିସ୍ ବିରୋଧରେ ବିକ୍ଷୋଭ ପ୍ରତିବାଦ ସହ ମୋହନ ଭାଗବତ ଓ ମୋହନ ମାଝୀ ର କୁଶପୁତ୍ତଳିକା ଦାହ କଲେ ,

ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହମ୍ମଦ ସାହେବ, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦିକା ମନ୍ଦାକିନୀ ବାଣୁଆ, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ବେଣୁ ପାଣି ଦୁର୍ଗା, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସୁଶାନ୍ତ ପ୍ରଧାନୀ, ସୁବାସ ପ୍ରଧାନ,କାଉନସିଲ ସଚିନ ନାଏକ,କେତନ , ମନୋଜ କରୁଆଁ, ଦେବାଶିଷ କୁମାର, ଆଶିଷ ନାଏକ, ଅନିଲ, ଚୈତନ୍ୟ, ସୁଜିତ ରଘୁ, ବଣ୍ଟି, ବରିଷ୍ଠ କଂଗ୍ରେସ ନେତା ବ୍ରଜ ସାହୁ, ଭାଗବତ, ନାରୀ ନେତ୍ରୀ ପ୍ରମିଳା ବାତ୍ରା ପ୍ରମୁଖ ଯୋଗ ଦେଇ ଥିଲେ ଶୀଘ୍ର ଛାତ୍ର ନେତା ମାନଙ୍କୁ ଛାଡି ଦିଆ ନ ଗଲେ ଆଗାମୀ ଦିନରେ ସବୁ ଥାନା ସାମ୍ନା ରେ ଗଣ ତାନ୍ତ୍ରିକ ଉପାୟ ରେ ଜୋରଦାର ପ୍ରତିବାଦ ହେବ ବୋଲି ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ର କର୍ମୀ ମାନେ କହିଛନ୍ତି

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!