ଓଡିଶା ଖବର

ଆଞ୍ଚଳିକ ସାଧନ କେନ୍ଦ୍ର ଗ୍ରୀଣ୍ଡୋଲ ସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ।

(AKN NEWS): ଅଦ୍ୟ ତା ୧୦./୦୨/୨୦୨୫ ସୋମବାର ଦିନ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ନିପୁଣ ମେଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଝରୀ ଠାରେ ସକାଳ ୧୦ ଘଟିକା ସମୟରେ ଵିଆରସିସି ଶ୍ରୀ ଯୁକ୍ତ ଲବଣୀ ନାଏକ, ସିଆରସିସି ଶ୍ରୀଯୁକ୍ତ ଗଜିନ୍ଦ୍ର ନାଏକ, ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅନାଦି ରାଉତ ଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି। ମୈ।ଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ର ଦକ୍ଷତା ବୃଦ୍ଧି ୨୦୨୬-୨୭ ସୁଦ୍ଧା ତୃତୀୟ ଶ୍ରେଣୀ ସମାପ୍ତି ବେଳକୁ ପଢ଼ିବା ଲେଖିବା ଦକ୍ଷତା ହାସଲ କରାଯାଇପାରିବ ଏଵଂ ଖେଲଣା ଭିତ୍ତିକ ଶିକ୍ଷା ଦାନ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ଆଗ୍ରହ, ଦୈନିକ ଉପସ୍ଥାନ ବୃଦ୍ଧି ନିପୁଣ ମେଳା ର ବୈଶିଷ୍ଟ୍ୟ। ଏହି ଏକଦିବସୀୟ ନିପୁଣ ମେଳା ରେ ଗ୍ରୀଣ୍ଡୋଲ କ୍ଲଷ୍ଟର ୧୫ ଟି ବିଦ୍ୟାଳୟ ର ସମସ୍ତ ଏଫ ଏଲ ଏନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ପ୍ରସ୍ତୁତ ଶିକ୍ଷଣ ସାମଗ୍ରୀ ଯଥା ଗଣିତ ଶିକ୍ଷଣ ସାମଗ୍ରୀ,ଭାଷାଗତ ଶିକ୍ଷଣ ସାମଗ୍ରୀ, ସୃଜନ ଶିଳ ଶିକ୍ଷଣ ସାମଗ୍ରୀ, ଗୁଡିକ ନିଜ ନିଜ ଷ୍ଟଲ ରେ ପ୍ରଦର୍ଶିତ କରିଥିଲେ। କ୍ଲଷ୍ଟର ର ପ୍ରତ୍ୟେକ ବିଦ୍ୟାଳୟ ରୁ ୧୦ ଜଣ ଛାତ୍ରଛାତ୍ରୀ, ଜଣେ ଗାଇଡ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଥିଲେ। କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଵା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

ସିଆସିସି ଶ୍ରୀଯୁକ୍ତ ଗଜିନ୍ଦ୍ର ନାଏକ ମଞ୍ଚ ପରିଚାଳନା କରିଥିବା ବେଲେ ଅରବିନ୍ଦ ପଟେଲ, ଧବଳେଶ୍ଵର ମେହେର,ଜଲନ୍ଧର ନାଏକ, ମାନସ ରଞ୍ଜନ ପଟେଲ ସହଯୋଗ କରିଥିଲେ। ଶ୍ରୀଯୁକ୍ତ ଅଭିମନ୍ୟୁ ଦାସ, ଵିନୋଦ ବିହାରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

dhramgarh upa khanda ru shyam sundar agrawal AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!