ଓଡିଶା ଖବର

ଆଦିବାସୀ ଓ ପାରମ୍ପାରିକ ବନବାସୀ ଦଖଲରେ ଥିବା ଜଙ୍ଗଳ ଜମିରେ ବୃକ୍ଷରୋପଣ କରିବା ଯୋଜନା କୁ ବିରୋଧ କରି ଉପଜିଲ୍ଲାପାଳଙ୍କୁ ଦାବିପତ୍ର |

(AKN NEWS):ପୂର୍ବ ପୁରୁଷଙ୍କ ଅମଳରୁ ଜଙ୍ଗଳ ଜମି ତଥା ପତ୍ରା ଜଙ୍ଗଳକୁ ସଫା ସୁତରା କରି, ଖାଲ ଢିପ ପାହାଡିଆ ଜମିକୁ କଠିନ ପରିଶ୍ରମ କରି ସମତଲ ଜମି ପ୍ରସ୍ତୁତି କଲେ, ସେହି ଜମିରେ ଧାନ ଚାଷ, କପା, ମୁଗ, ବିରୀ, ମାଣ୍ଡିଆ, ପନିପରିବା ଚାଷ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣ କରି ଆସୁଛନ୍ତି | ଏହି ଜମିରେ ସରକାରଙ୍କୁ ଏନକ୍ରୋଜମେଣ୍ଟ ରାଜସ୍ବ ଖଜଣା ମଧ୍ୟ ଦେଇ ଆସୁଛନ୍ତି | ନିଜ ଦଖଲରେ ଥିବା ଏହି ଜଙ୍ଗଳ ଜମିକୁ ନିଜ ନାମରେ ପାର୍ଚ୍ଚାଙ୍କିତ କରିବା ପାଇଁ ଜଙ୍ଗଳ ଜମି ଅଧିକାର ଆଇନରେ ଆବେଦନ ମଧ୍ୟ କରିଛନ୍ତି | ବିଗତ ଦିନରେ କେତେ ଜଣ ଜଙ୍ଗଳ ଜମି ଦେଖଳକାରୀଙ୍କୁ ପଟ୍ଟା ପ୍ରଦାନ କରି ଅନେକ ଆବେଦନକାରୀଙ୍କୁ ପଟ୍ଟା ପ୍ରଦାନ କରିବାରେ ବଞ୍ଚିତ କରିଛନ୍ତି | ପଟ୍ଟା ପାଇବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଆପତ୍ତି ଅଭିଯୋଗ କଲେ ମଧ୍ୟ ଫଳ ଶୂନ | ପୁଣି ବିଗତ ଛଅ ମାସ ପୂର୍ବେ ନୂତନ ଭାବରେ ଜଙ୍ଗଲ ଜମି ଅଧିକାର ଆଇନରେ ପଟ୍ଟା ପାଇବା ପାଇଁ ଆବେଦନ କରିଛନ୍ତି | କିଛି ଦିନ ତଳେ ରାଜସ୍ବ ନିରୀକ୍ଷକ ଓ ଜଙ୍ଗଳ ବିଭାଗ ଦଖଲ କରୁଥିବା ଅଞ୍ଚଳକୁ ଯାଇ ବୃକ୍ଷ ରୋପଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ | ଲିଖିତ ଆକାରେ ତହସିଲଦାରଙ୍କୁ ଆବେଦନ କରିବାରୁ ତାହା କିଛି ଦିନ ପାଇଁ ବନ୍ଦ ରହିଲା | ଏବେ ପୁଣି ସେହି ଦଖଲ ଅଞ୍ଚଳକୁ ଜଙ୍ଗଳ ବିଭାଗ ଅଧିକାରୀ ମାନେ ଯାଇ ଦଖଲ କରିଥିବା ପ୍ରଜା ମାନଙ୍କୁ ଜମି ଛାଡ଼ିବା ପାଇଁ କହିଥିଲେ ଓ କହିଲେ ପାଟଣାଗଡ଼ ବାଇପାସ ନିର୍ମାଣ ପାଇଁ ଅନେକ ଗଛ କ୍ଷ୍ୟତି ହେବ ତାହାର ଭରଣ ପାଇଁ ଏହି ଅଞ୍ଚଳରେ ବୃକ୍ଷରୋପଣ କରାଯିବ | ପ୍ରଜା ମାନେ ଅନୁରୋଧ କଲେ ବୃକ୍ଷରୋପଣ କରୁଛନ୍ତି ମନା ନାହିଁ କିନ୍ତୁ ଦଖଲ ଜମି ଛାଡ଼ି ଖାଲି ପଡ଼ିଥିବା ଶହ ଶହ ଏକର ଅଞ୍ଚଳରେ ବୃକ୍ଷ ରୋପଣ କଲେ ଆମର ଆପତ୍ତି ନାହିଁ | ଆଦିବାସୀ ନେତା ଗିରିରାଜ ଭୋଇଙ୍କ ନେତୃତ୍ୱରେ ଆଜି ମୁଣ୍ଡୋମହୁଲ ଗ୍ରାମର ଜଙ୍ଗଳ ଜମି ଅଧିକାର କରୁଥିବା ଆଦିବାସୀ ଓ ପାରମ୍ପରିକ ବନବାସୀ ମାନେ ପାଟଣାଗଡ଼ ତହସିଲଦାର ଓ ପାଟଣାଗଡ଼ ଉପଜିଲ୍ଲାପାଳଙ୍କୁ ଏହି ବିଷୟରେ ଲିଖିତ ଅଭିଯୋଗ କରି ଏହାର ସୁସମାଧାନ କରି ଆମ୍ଭଙ୍କୁ ଦଖଲହରା କରନ୍ତୁ ନାହିଁ ବୋଲି ଗୁହାରୀ କରିଥିଲେ | ଯଥାଶୀଘ୍ର ସମାଧାନ ନହେଲେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି |

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!