ଓଡିଶା ଖବର

ଆଦିବାସୀ ସଂଘ ପକ୍ଷରୁ ଆର୍ଟ ଅଫ ଗିଭିଙ୍ଗ ଡେ ପାଳନ -ଦାନ ଦେଇ ମହାନତା ଦେଖାଅ -ସାଂସଦ ଶ୍ରୀ ନିରଞ୍ଜନ |

ଆଦିବାସୀ ସଂଘ ପକ୍ଷରୁ ଆର୍ଟ ଅଫ ଗିଭିଙ୍ଗ ଡେ ପାଳନ -ଦାନ ଦେଇ ମହାନତା ଦେଖାଅ -ସାଂସଦ ଶ୍ରୀ ନିରଞ୍ଜନ |

ସେବା କରିବାର ସୁଯୋଗ ସମସ୍ତଙ୍କର ଭାଗ୍ୟରେ ନଥାଏ | ଆଜିର ଦୁନିଆରେ ବଡ଼ ଲୋକ ହେବା ପାଇଁ ପ୍ରତିଯୋଗିତା ହେଉଛି | କିଏ ଧନୀ ହେବା ପାଇଁ ତ କିଏ ନେତା ହେବା ପାଇଁ, କିଏ ସାମ୍ରାଜ୍ୟ ବିସ୍ତାର କରିବା ପାଇଁ | ଛାତ୍ର ଜୀବନରୁ ଡ଼ ଅଚ୍ୟୁତ ସାମନ୍ତ ସ୍ବପ୍ନ ଦେଖିଥିଲେ ଯେ ତଳ ସ୍ତରରେ ଥିବା ଆଦିବାସୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ଆଗୁଆ କରି ସମାଜ ତଥା ଦେଶର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ | ନିଜ ଜୀବନକୁ ସମାଜ ସେବାରେ ଉତ୍ସର୍ଗୀକୃତ କରି ଦେଲେ, ନିଜ ପାଇଁ କିଛି ନକରି ଆଦିବାସୀ ମାନଙ୍କ ସାମଗ୍ରିକ ବିକାଶ ପାଇଁ ଜଳାଞ୍ଜଳି ଦେଲେ | ପ୍ରଥମେ ପଚିଶ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ କଲେ କିସ ବିଦ୍ୟାଳୟ | ଡ଼ ସାମନ୍ତଙ୍କ ଦୃଢ଼ ଇଛା ଶକ୍ତି ଆଗରେ ଅନେକ ବାଧା ବିଘ୍ନ ରାସ୍ତାରୁ ହଟି ଗଲା | ଛୋଟ ଅନୁଷ୍ଠାନରୁ ଆଜି ବିଶ୍ୱ ବିଦ୍ୟାଳୟ ରେ ପରିଣତ ହେଲା | ସାରା ରାଜ୍ୟରେ କିସ ବିଶ୍ୱ ବିଦ୍ୟାଳୟର ଅନେକ ଜିଲ୍ଲାରେ ଶାଖା ଖୋଲି ଲକ୍ଷ୍ୟାଧିକ ଛାତ୍ରଛାତ୍ରୀ ଅଧ୍ୟୟନରତ ଓ ହଜାର ହଜାର ଛାତ୍ରଛାତ୍ରୀ ଉତ୍ତୀର୍ଣ ହୋଇ ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନରେ ଉଚ୍ଚ ପଦପଦବୀରେ ଚାକିରୀ କରୁଛନ୍ତି, ଅନେକ ଛାତ୍ରଛାତ୍ରୀ ସ୍ୱାବଲମ୍ବୀ ହୋଇ ପାରିଛନ୍ତି, ଖେଳରେ ବିଶ୍ୱ ଦରବାରରେ ନାଁ ରଖିଛନ୍ତି | ଡ଼ ସାମନ୍ତଙ୍କର ଆହ୍ୱାନ କ୍ରମେ ଆଜି ସାରା ବିଶ୍ୱରେ ଆର୍ଟ ଅଫ ଗିଭିଙ୍ଗ ଡେ ପାଳନ ହେଉଛି | ତାଙ୍କର ବାର୍ତ୍ତା ହେଲା ତଳ ସ୍ତରର, ଅବହେଳିତ, ନିଷ୍ପେସିତ ଅବସ୍ଥାରେ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଚାହିଦା ମୁତାବକ ଯଥା ସମ୍ଭବ ଯାହା ଦ୍ୱାରା ଯେତେ ହେଉ ନିତ୍ୟ ବ୍ୟବହାର୍ଯ୍ୟ ଦାନ ଦେଇ ସେମାନଙ୍କ ମୁହଁରେ ହସ ଫୁଟେଇବା |ସେହିଭଳି ଆଜି କିଟ କିସ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କ ଆହ୍ୱାନ କ୍ରମେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ମିଳିତ ଉଦ୍ୟମରେ “ଆର୍ଟ ଅଫ ଗିଭିଙ୍ଗ ଡେ” ସ୍ଥାନୀୟ ଆଦିବାସୀ ଭବନ ବ୍ରହ୍ମପୁରା ପାଟଣାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି | ବ୍ଲକ ସଭାପତି ଶ୍ରୀ ଭୁବନେଶ୍ୱର କୁଅଁର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ସମ୍ମାନିତ ଅତିଥି ଭାବେ ସଂଘର ଯୁଗ୍ମ ସମ୍ପାଦକ ଶ୍ରୀ ଗିରିରାଜ ଭୋଇ, କଳିଙ୍ଗ ଟିଭିର ସାମ୍ବାଦିକ ଶ୍ରୀ ସୁଧାକର ଦାସ ଯୋଗଦେଇ “ଆର୍ଟ ଅଫ ଗିଭିଙ୍ଗ ଡେ” ବିଷୟରେ ଆଲୋକପାତ କରିଥିଲେ | ଆଜିର କାର୍ଯ୍ୟକ୍ରମରେ ସଂଘର ଘନ ଭୁଏ, ଲଳିତ ମଲ୍ଲିକ, ଚୂଡ଼ାମଣି ଧରୁଆ, ମଦନ ମାଝୀ, ପିଣ୍ଟୁ ବୁଡ଼େକ, ସହଦେଵ ଧରୁଆ, ଜଳ ଧରୁଆ, ଧବଳେଶ୍ୱର ଭୋଇ, ରଞ୍ଜିତ ବରିହା, ଶିବ ଚରଣ ବରିହା, ଲଳିତ ମିର୍ଦ୍ଧା ସହଯୋଗ କରିଥିଲେ ଓ ସଂଘର କର୍ମକର୍ତ୍ତା , କିସ ଛାତ୍ରଛାତ୍ରୀ ଓ କିସ ଅଭିଭାବକ ମାନେ ଉପସ୍ଥିତ ଥିଲେ |

Duryodhan barge nka report akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!