ଓଡିଶା ଖବର

ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ପକ୍ଷରୁ ଡ଼. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

କୁଚିଣ୍ଡା :୧୪/୪(AKN NEWS): ବାବା ସାହେବ୍ ଡ଼ ଭୀମରାଓ ଙ୍କ ୧୩୫ ତମ ଜୟନ୍ତୀ ଉତ୍ସବ ଆଜି ପୂର୍ବାହ୍ନରେ ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ପକ୍ଷରୁ ପାଳିତ ହୋଇ ଯାଇଛି ।ସହରରେ ଥିବା ଡ଼ ଆମ୍ବେଦକର ଙ୍କ ପ୍ରତି ମୂର୍ତ୍ତି ରେ ପରିଷଦ ର କର୍ମକର୍ତ୍ତା ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ,ପୂର୍ବ ବ୍ଲକ ଅଧ୍ୟକ୍ଷ କରୁଣା କର କିସାନ , ବନମାଳୀ ନାମ ଦେଓ ପ୍ରମୁଖ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ଏହା ପରେ ଆଦିବାସୀ ଭବନରେ କରୁଣା କର କିସାନଙ୍କ ସଭାପତିତ୍ବରେ ଆୟୋଜିତ ଜୟନ୍ତୀ ସମାରୋହରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝି ମୁଖ୍ୟ ଅତିଥି ଓ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ତଫସିଲ ଭୁକ୍ତ ଜାତି,ଜନ ଜାତି ,ଅନ୍ୟାନ୍ୟ ପଛୁଆ ବର୍ଗ ଙ୍କ ଅଧିକାର ଓ ଦେଶ ପ୍ରତି ଅବଦାନକୁ ମନେ ପକାଇଥିଲେ ।ଅନ୍ୟ ମାନଙ୍କ ଭିତରେ ଆମ ଆଦମୀ ପାର୍ଟି ନେତା

ଲିପ୍ଟନ୍ କିଣ୍ଡୋ, କିଶନ ସମାଜ ସଭାପତି ଶୋଭାରାମ ପ୍ରଧାନ ପ୍ରମୁଖ ମଧ୍ୟ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଆମ୍ବେଦକର ଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଅଧ୍ୟାପିକା ପଲ୍ଲବୀ ତଣ୍ଡିଆ ପ୍ରାରମ୍ଭିକ ସୂଚନା ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଶେଷରେ ସୁଶ୍ରୀ ଲିଯା ମିର୍ଦ୍ଧା ଧନ୍ୟବାଦ୍ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ କୁ ଆୟୋଜନରେ ରିନୁ ପୃଷେଠ,ପୂଜା ଚାରଦିଆ,ସୁରମା ନାଏକ, ଚୂମକି ସୂନାନୀ ପ୍ରମୁଖ ମୁଖ୍ୟ ଭୂମିକା ନେଇଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!