ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଦିବସ |

ଅନୁଗୋଳ(AKN NEWS): ଶୋଭନୀୟତା ଦେଵ ଵାସ୍ତଵ ସୁଖ ଶାନ୍ତି ମଙ୍ଗଳର ସନ୍ଧାନ-ଆମେ ବୈଜ୍ଞାନିକ ପ୍ରଗତିର ଚରମ ସୀମାରେ ପହଞ୍ଚିଛୁ, ଆମ ପାଖରେ ବୁଦ୍ଧି ଜ୍ଞାନ କୌଶଳର ଅଭାଵ ନାହି,ଚନ୍ଦ୍ର ଵିଜୟ କରିଛୁ ପ୍ରାକୃତିକ ବିପର୍ଯ୍ୟୟର ପ୍ରାକ୍ ସୂଚନା ପାଇପାରୁଛୁ,କରୋନା ବା ତା ଠାରୁ ଅଧିକ ମାରାତ୍ମକ ରୋଗ କବଳରୁ ରକ୍ଷା ପାଇଁ ଗବେଷଣା ଜାରି ରଖିଛୁ,କିନ୍ତୁ ମାନ ଵିକ ମୂଲ୍ୟଵୋଧର ଅଵକ୍ଷୟ ଆମକୁ ହତାଶା ଅନ୍ଧକାରକୁ ନିକ୍ଷେପ କରୁଥିଵା ଵେଳେ ମାନବିକତାର ସୁରକ୍ଷା ଓ ଵାସ୍ତଵ ସୁଖ ଶାନ୍ତି ଓ ମଙ୍ଗଳ ପାଇଁ ଶୋଭନୀୟ ଆନ୍ଦୋଳନ କାର୍ଯ୍ୟ କରୁଛି ଵୋଲି” ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଦିବସ” ଓ ପୂଜ୍ୟ ଶ୍ରୀ କୁମାର ଭାଇଙ୍କ ୭୭ତମ ଜୟନ୍ତୀ ପାଳନ ଅଵସର ରେ ତୁକୁଡା ହାଟପଦା ସ୍ଥିତ ଅନୁଗୋଳ ଶୋଭନୀୟ ଶିକ୍ଷାଶ୍ରମ ପରିସର ରେ ପ୍ରଧାନ ଗୁରୁମା ସତ୍ୟଭାମା ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ଅତିଥି ମାନେ ମତ ଵ୍ୟକ୍ତ କରିଛନ୍ତି ।
ଏହି ଅବସରରେ ମୁଖ୍ୟ ଅତିଥି ତୁକୁଡା ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ହୃଷୀକେଶ ସାହୁ ମାନବିକତାର ପତା କା ଉତ୍ତୋଳନ କରିଥିଲେ । ଛାତ୍ର ଛାତ୍ରୀ ମାନେ ପୂଜ୍ୟ ଶ୍ରୀ କୁମାର ଭାଇଙ୍କ ରଚନାରୁ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣକରିଥିଲେ ।ଅନ୍ୟତମ ଅତିଥି ପ୍ରତାପ କୁମାର ପ୍ରଧାନ ଓ ବିଦ୍ୟାଳୟ ର ସମସ୍ତ ଗୁରୁମା ,ଗୁରୁଜୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବେଳେ ଛାତ୍ର ଛାତ୍ରୀ ମାନେ ତୁକୁଡା ରୁ ଜରଡା ପ୍ଲାକାର୍ଡ଼ ଧରି ସ୍ଲୋଗାନ୍ ଦେଇ ଗ୍ରାମ ପରିକ୍ରମା କରିଥିଲେ । ସତ୍ୟପ୍ରକାଶ ଧନ୍ଯବାଦ ଅର୍ପଣ କରିଥିଲେ ।
ଅନୁଗୋଳରୁ କାଳନ୍ଦୀ ବେହେରାଙ୍କ ରିପୋର୍ଟ ଏକେନ୍ ନ୍ୟୁଜ୍।


