ଓଡିଶା ଖବର

ଆବାସ ଯୋଜନା କାହା ପାଇଁ

ନବରଙ୍ଗପୁର ଜିଲ୍ଲା (AKN NEWS): ତା:୧୬/୦୨/୨୦୨୫/ନବରଙ୍ଗପୁର ଜିଲ୍ଲା ,ତେନ୍ତୁଳିଖୁଣ୍ଟି ବ୍ଲକ୍ କଙ୍ଗ୍ରା ସଦର ମହକୁମା ଗ୍ରାମ ପଞ୍ଚାୟତର ଶ୍ରୀମତୀ, ସନାଇ ହରିଜନ ସ୍ବାମୀ,ହରି ହରିଜନ, ଏକ ଅତ୍ୟନ୍ତ ଗରିବ ଏବଂ ଅସହାୟ,ଗୃହ ହିନ,ନୀରିହ ପରିବାର ହୋଇଥିଲେ ମଧ୍ୟ ଅନେକ ଥର ଗ୍ରାମସଭା ଓ ପଲିସଭାରେ ନାମ ଥାଇ ମଧ୍ୟ ଅନେକ ଥର ଅନେକ ବର୍ଷ ବିଥିଯଉଥିଲେ ମଧ୍ୟ ଆଜି ଯାଏଁ ନୀରିହ ବୃଦ୍ଧା ଶ୍ରୀମତୀ, ସନାଇ ହରିଜନ, ପ୍ରଧାମନ୍ତ୍ରୀ ଗରିବ କଲ୍ୟାଣ ଆବାସ ଯୋଜନା ଗୃହ ଟିଏ ପାଇବାରେ ବଞ୍ଚିତ ହେଉଥିବା ଘଟଣା ନୀରିହ ଦୁଃଖୀ ପରିବାର ପାଇଁ ଏହା ଏକ ଦୁଃଖର କାରଣ ହୋଇ ଥିବାବେଳେ ଶ୍ରୀମତୀ ସନାଇ ହରିଜନ ଅନେକ ଥର ଗ୍ରାମ ପଞ୍ଚାୟତ ଅଧିକାରୀ ସରପଞ୍ଚ ମହାଶୟଙ୍କୁ ମଧ୍ୟ ଜଣାଇ ଆସୁ ଥିବାବେଳେ ଆଜି ସୁଦ୍ଧା ଆବାସ ଗୃହଟି ମିଳି ପାରୁ ନୋ ଥିବା ହେତୁ ଦୁଃଖରେ ଭାଙ୍ଗି ପଡିଥିବା ଶ୍ରୀମତୀ ସନାଇ ପ୍ରକାଶ କରିଛନ୍ତି।

ତେଣୁ ଏଭଳୀ ଗରିବ ଲୋକଙ୍କ ପାଇଁ ସରକାର ଅନେକ ପ୍ରକାର ଗରିବ କଲ୍ୟାଣ ଯୋଜନା କରିଥିବାବେଳେ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଥିବା ଘଟଣା, ରାଜ ନେତା ଓ ସରକାରୀ ବାବୁଙ୍କ ଅବହେଳା ହେତୁ ନା ଆଉ କିଛି କାରଣ ପାଇଁ ଏଭଳୀ ଓବେବସ୍ତା ହେଉଥିବା ଘଟଣା ଜନସାଧାରଣଙ୍କ ମହଲରେ ଏକ ଚିନ୍ତାର ବିଷୟ ପାଲଟିଛି।

ତେନ୍ତୁଳିଖୁଣ୍ଟି ରୁ ସଞ୍ଜୀବ ଖୁରାଙ୍କ ରିପୋର୍ଟ୍ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!