ଓଡିଶା ଖବର

ଆଭାସି ମାଧ୍ୟମରେ ‘ସୁଭଦ୍ରା ଯୋଜନା ‘ ର ଜିଲ୍ଲା ସ୍ତରିୟ ବୈଠକ ।

ଖୋର୍ଦ୍ଧା(AKN NEWS): ଆଜି ପୁର୍ଵାନ୍ହ ୧୧.୩୦ ମିନିଟ ସମୟରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତା ରେ ଆଭାସି ମାଧ୍ୟମରେ ରାଜ୍ୟ ସରକାର ଙ୍କ ସୁଭଦ୍ରା ଯୋଜନା ଉପରେ ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ସରକାରଙ୍କ ଏହି ଯୋଜନାରେ ମହିଳା ମାନଙ୍କ ବୟସ ୨୧ ବର୍ଷ କିମ୍ଵା ତଦୁର୍ଦ୍ଧ୍ବ ଏବଂ ୬୦ ବର୍ଷ ରୁ କମ ହୋଇଥିବା ଦରକାର ।ଏହି ଯୋଜନାରେ ଜଣେ ଯୋଗ୍ୟ ହିତାଧିକାରୀଙ୍କୁ ବର୍ଷ କୁ ୧୦,୦୦୦/- ଟଙ୍କା ଲେଖାଏଁ ୫ବର୍ଷ ରେ ୫୦,୦୦୦ /- ଟଙ୍କା ପ୍ରଦାନ କରାଯାଇପାରିବ ।ଆର୍ଥିକ ସ୍ଵଚ୍ଛଳ ବର୍ଗର ମହିଳା କିମ୍ବା କୋୖଣସି ସରକାରୀ ଯୋଜନା ରେ ମାସିକ ୧୫୦୦ ଟଙ୍କା କିମ୍ବା ବାର୍ଷିକ ୧୮୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପାଉଥିବା ମହିଳା ମାନେ ସୁଭଦ୍ରା ଯୋଜନା ରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହଁ ।ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ମହିଳା ମାନେ ଅଙ୍ଗନବାଡି କେନ୍ଦ୍ର/ବ୍ଲକ୍ କାର୍ଯ୍ୟାଳୟ/ ଜନ ସେବାକେନ୍ଦ୍ର/ ମୋ ସେବାକେନ୍ଦ୍ର ଇତ୍ୟାଦି ରେ ମାଗଣା ରେ ଉପଲବ୍ଧ ଫର୍ମ ପୂରଣ କରି ଆବେଦନ କରିପାରିବେ । ଏଥି ସହ ଆଧାର କାର୍ଡ ଏବଂ ମୋବାଇଲ ନମ୍ବର ( ଆଧାର ରେ ଲିଙ୍କ୍ ହୋଇଥିବା) ଦେଇ ଆବେଦନ କରିପାରିବେ ।ଏହି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ,ଭୂଵନେଶ୍ଵର, ରୁଦ୍ରନାରାୟଣ ମହାନ୍ତି/ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା, ଉପ-ଜିଲ୍ଲାପାଳ ଖୋର୍ଦ୍ଧା,ଦିପ୍ତି ରଞ୍ଜନ ସେଠି/ଜିଲ୍ଲା ର ସମସ୍ତ ବିଡିଓ/ସମସ୍ତ ବିଭାଗୀୟ ଅଧିକାରୀ/ଡି ଆଇ ପି ଆର ଓ/ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରମୁଖ ଯୋଡ଼ି ହୋଇଥିଲେ ।

ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!