ଆମପାଣି ଠାରେ ବ୍ଳକସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ

କୋକସରା,୩୧।୧ (AKN NEWS): କୋକସରା ବ୍ଳକ ଆମପାଣି ବୁଢ଼ାରଜା ବେଡ଼ମିଣ୍ଟନ ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ପୁରୁଣା ସ୍କୁଲ ପରିସରରେ ଦୁଇଦିନ ଧରି ଚାଲିଥିବା ବ୍ଳକସ୍ତରୀୟ ବେଡ଼ମିଣ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇଛି। ଏଥିରେ ବ୍ଳକର ବିଭିନ୍ନ ସ୍ଥାନରୁ ମୋଟ୍ ୧୬ଟି ଦଳ ଭାଗ ନେଇଥିଲେ। ଫାଇଲ ଖେଳଟି ଅନିଲ ଆଣ୍ଡ ପ୍ରକାଶ ପାର୍ଟନର କୁସୁମଖୁଣ୍ଟି ଓ କୋକସରା ବିବେକ ଆଣ୍ଡ ରାହୁଲ ପାର୍ଟନର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ କୋକସରା ବିବେକ ଆଣ୍ଡ ରାହୁଲ ପାର୍ଟନର ଚାମ୍ପିଅନ୍ ହୋଇଛନ୍ତି। କୋକସରା ରାହୁଲ ନାଏକ ମେନ୍ ଅଫ୍ ଦ ଟୁର୍ଣ୍ଣମେଣ୍ଟ ପାଇଥିଲେ । ତ୍ରିନାଥ ପ୍ରସନ୍ନ ରାୟ ଓ ଲକ୍ଷ୍ମଣ ଦାସ ଖେଳ ପରିଚାଳନା କରିଥିଲେ। ଫାଇନାଲ ଖେଳରେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ ମୁଖ୍ୟ ଅତିଥି, ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଆତ୍ମା ଅଧ୍ୟକ୍ଷ ରୁତୁରାଜ ମାଝୀ, ସୁନିଲ୍ କୁମାର ଯୋଷୀ, ସୁରେଶ ଚନ୍ଦ୍ର ସାହୁ, ମନୋରଞ୍ଜନ ବାଣୁଆ, ବ୍ଳକ ବିଜେଡି ସଭାପତି ଶୁସାନ୍ତ ବେହେରା, ଜୟ ଶଙ୍କର ପାଠୀ, ନାଗେଶ୍ଵର ମହାପାତ୍ର, ଟିକିଚନ୍ଦ୍ର ଧଙ୍ଗଡାମାଝୀ, ନକୁଲ ବାଣୁଆ, ସ୍ଵପ୍ଳେନ୍ଦୁ ମୁଣ୍ଡ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖୋଲିଲି ମାନଙ୍କୁ ଉତ୍ସାହିତ କରିଥିଲେ।
ଉଭୟ ଚାମ୍ପିଅନ ଓ ରନର୍ସ-ଅଫ ଟିମ୍ କୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଆସୋସିଏସନର ପ୍ରିତମ ଅଗ୍ରୱାଲ, ବିନୋଦ କୁମାର ସିଂ, ଲଲିତ ପଟେଲ, ଅଂଶୁମାନ ଠାକୁର, ମିଲନ ସାମନ୍ତରାୟ, ସପନ୍ କୁମାର ପଣ୍ଡା, ଧନଞ୍ଜୟ ବାଣୁଆ, ସାନୁ ଧଙ୍ଗଡାମାଝୀ, ରମାକାନ୍ତ କର, ମିନିକେତନ ସୁନା, କେ.ତରୁଣ ମହାପାତ୍ର, ଅତୁ ମହମ୍ମଦ, ବସନ୍ତ ବେଣୁପାଣି ପ୍ରମୁଖ ଖେଳ ପରିଚାଳନାରେ ସହେଯାଗ କରିଥିଲେ।
Koksara block ru Tushar Ranjan Raut nka report AKN news


