ଓଡିଶା ଖବର

ଆରପାରିରେ ବରିଷ୍ଠ ଆଇନଜୀବୀ ହରିହର ଶତପଥୀଙ୍କ ଧର୍ମପତ୍ନୀ କୁନ୍ତଳ କୁମାରୀ |

ନବରଙ୍ଗପୁର ( AKN NEWS ):ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସଦର ମହକୁମାର ଜଣେ ବରିଷ୍ଠ ଆଇନଜୀବୀ ତଥା ବରିଷ୍ଠ ସାମ୍ବାଦିକ ହରିହର ଶତପଥୀଙ୍କ ଧର୍ମପତ୍ନୀ କୁନ୍ତଳ କୁମାରୀଙ୍କ ଗତକାଲି ରାତ୍ରି ପ୍ରାୟ 12:10 ଘଂଟିକା ସମୟରେ ଦେହାନ୍ତ ହୋଇଥିବା ସୂଚନା ମିଲିଛି |ସେ ଦୀର୍ଘ ବର୍ଷଧରି ବ୍ରେନ ଟ୍ୟୁମର ରୋଗରେ ପୀଡିତ ଥିଲେ|ପରିବାର ଲୋକେ ତାଙ୍କ ସୁସ୍ଥତା ପାଇଁ ଅନେକ ପ୍ରଚେଷ୍ଟା କରିଥିଲେ|ତାଙ୍କୁ ବିଭିନ୍ନ ନାମୀ ଡାକ୍ତରଖାନାରେ ମଧ୍ୟ ଭର୍ତି କରି ଚିକିତ୍ସା କରାଇଥିଲେ |ତଥାପି ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଦେଖାଦେଇନଥିଲା|ଶେଷରେ ପରିବାର ଲୋକେ ନିଜ ଘରେ ହିଁ ତାଙ୍କୁ ଆୟୁର୍ବେଦିକ ଚିକିତ୍ସା ଦେଇ ଆସୁଥିଲେ |ଦୁଇଦିନ ତଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟଧିକ ଗୁରୁତର ହେବାରୁ ପରିବାର ଲୋକେ ନବରଙ୍ଗପୁର ଜିଲ୍ଲା ଚିକିତ୍ସା ଳୟରେ ନେଇ ଭର୍ତି କରିଥିଲେ |ମେଡିକାଲରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା, ହେଲେ ଗତକାଲି ରାତ୍ରିରେ ସେ ଚିକିତ୍ସାଧୀନ ଅବସ୍ଥାରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିବା ସୂଚନା ମିଲିଛି |ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ଧର୍ମ ପରାୟଣା ଓ ପତିବ୍ରତା ମହିଳା ଥିଲେ |ଦୀର୍ଘ 15ବର୍ଷ ଧରି ସେ ଗାୟତ୍ରୀ ପରିବାର ସହିତ ଜଡିତ ରହି ସେ ନବରଙ୍ଗପୁର ଜିଲ୍ଲାର ଜଣେ ସୁନାମଧନ୍ୟା ମହିଳା ଭାବେ ବେଶ ପରିଚିତ ଥିଲେ |ଆଜି ତାଙ୍କର ଦେହାନ୍ତ ହେବା ଫଳରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଲିଛି |ତାଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ବାସ ଭବନରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ଲୋକ ଭିଡ ଜମେଇଥିଲେ |କୁନ୍ତଳ ନିଜ ଗର୍ଭରୁ ଦୁଇ ଝିଅ ସଂଘମିତ୍ରା ଓ ଲୋପାମୁଦ୍ରା ଙ୍କୁ ଜନ୍ମ ଦେଇଥିଲେ |ଦୁଇମାସ ତଳେ ସଂଘମିତ୍ରାଙ୍କ ବାହାଘର ସରିଥିଲା |ସେ କୋରାପୁଟ ଜିଲ୍ଲାର କୁମୁଲୀ ଗ୍ରାମରେ ବାହା ହୋଇଛନ୍ତି |ତାଙ୍କ ଅନୁପସ୍ଥିତିରେ ସାନଝିଅ ଲୋପାମୁଦ୍ରା ମାଙ୍କୁ ମୁଖାଗ୍ନି ଦେଇ ଶେଷ ବିଦାୟ ଦେଇଥିବା ସୂଚନା ମିଲିଛି |

ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!