ଓଡିଶା ଖବର

କଲମପୁର ବ୍ଲକ ନୂଆଗାଁ ଠାରେ ରାଜୀବଗାନ୍ଧୀ ଜନ୍ମଜୟନ୍ତୀ ପାଳିତ।

(AKN NEWS):ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମଜୟନ୍ତୀ ଅବସରରେ କଲମପୁର ବ୍ଲକର ନୂଆଗାଁ ପଞ୍ଚାୟତରେ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଗଠନର କଲମପୁର ବ୍ଲକ ସଭାପତି ପଦ୍ମ କିଶୋର ନାଏକଙ୍କ ଆବାହନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପାଳିତ ହୋଇଥିଲା। କାର୍ଯ୍ୟକ୍ରମର ଆରମ୍ଭରେ ରାଜୀବ ଗାନ୍ଧୀଙ୍କ ଫୋଟୋ ଚିତ୍ରରେ ଦୀପ ପ୍ରଜ୍ୱଳନ କରି ତାଙ୍କ ପ୍ରତି ୱଆର୍କ ୱଇଥ ଇମେଜ ସମ୍ମାନରେ ପୁଷ୍ପାଞ୍ଜଳି କରାଯାଇଥିଲା। ଏହି ଅବସରରେ ରାଜୀବ ଗାନ୍ଧୀଙ୍କ ଦ୍ୱାରା ଦେଶର ଉନ୍ନୟନ ଓ ଜନମଙ୍ଗଳ ପାଇଁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା। ବିଶେଷ କରି, ତାଙ୍କ ନେତୃତ୍ୱରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା, ଗ୍ରାମୀଣ ଉନ୍ନୟନ, ଶିକ୍ଷା ଓ ମହିଳା କଲ୍ୟାଣ, ତଥା ଭାରତକୁ ଆଧୁନିକ ଓ ସୁଚନା ପ୍ରଯୁକ୍ତି ଯୁଗରେ ଆଗେଇ ନେବା ପାଇଁ ତାଙ୍କର ଅବଦାନକୁ ସ୍ମରଣ କରାଯାଇଥିଲା। ୧୯୮୬ରେ ସୂଚନା ଅଧିକାର ଆଇନର ମୂଳ ଭିତ୍ତି ପ୍ରସ୍ତୁତ କରିବା, ମହିଳାଙ୍କ ପାଇଁ ପଞ୍ଚାୟତରେ ୩୩% ସଂରକ୍ଷଣ, ଏବଂ ଗ୍ରାମୀଣ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଯୋଗ ବ୍ୟବସ୍ଥାର ବିସ୍ତାର ଭଳି ତାଙ୍କର ଦୂରଦୃଷ୍ଟିପୂର୍ଣ୍ଣ ପଦକ୍ଷେପଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ଜିଲ୍ଲା ସହ-ଆବାହକ ବେଣୁପାଣି ଦୁର୍ଗା ଏବଂ ସମାଜସେବୀ ରବି ନାରାୟଣ ବେହେରା ଉପସ୍ଥିତ ଥିଲେ। ଅଞ୍ଚଳର ଅନେକ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜୀବ ଗାନ୍ଧୀଙ୍କ ଆଦର୍ଶ ଓ ଦୂରଦୃଷ୍ଟିକୁ ସ୍ମରଣ କରି ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।

କଳାହାଣ୍ଡି ଜିଲ୍ଲା ରୁ ଟଙ୍କଧରବିହାରୀ ଙ୍କ ରିପୋଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!