ଓଡିଶା ଖବର

ଇଛାପୁର ଗ୍ରାମର ‘ଭଉଣୀ ମିଳନ’ କାର୍ଯ୍ୟକ୍ରମ ଭଉଣୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କକୁ ଉଜ୍ଜିବିତ କରିବାକୁ ପ୍ରୟାସ

ଭବାନୀପାଟଣା,(AKN NEWS):ସ୍ଥାନୀୟ ଦେବାନସାହେବପଡାସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ଇଛାପୁର ଗ୍ରାମର ଭଉଣୀଙ୍କ ମଧ୍ୟରେ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି। ସ୍ନେହ ଓ ପ୍ରେମର ଭଉଣୀଙ୍କ ମଧ୍ୟରେ ଏହି ଉତ୍ତମ ସମ୍ପର୍କକୁ ଉଜ୍ଜିବିତ କରିବାକୁ ପ୍ରଥମ ଥର ପାଇଁ ଇଛାପୁର ଗ୍ରାମର ସମସ୍ତ ଭଉଣୀ ଏକତ୍ରୀତ ହୋଇଥିଲେ। ଏହି ଭଉଣୀ ମିଳନ କାର୍ଯ୍ୟକ୍ରମରେ ଇଛାପୁର ଗ୍ରାମର ଝିଅମାନେ ଓଡିଶାର ବିଭିନ୍ନ ଅଞ୍ଚଳରେ ବିବାହିତ ହୋଇଥିବାବେଳେ ଦୂରଦୂରାନ୍ତରୁ ସପରିବାର ଆସି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କ ସଦୟ ଉପସ୍ଥିତି ସଭିଙ୍କ ମଧ୍ୟରେ ଖୁସି ଓ ପ୍ରେମ ଆଣିଦେଇଥିଲା। ଭଉଣୀଙ୍କ ମଧ୍ୟରେ ସ୍ନେହ ଓ ଜଣେ ଆଉ ଜଣଙ୍କୁ ଏତେ ବର୍ଷପରେ ଭେଟିବାର ବ୍ୟଗ୍ରତାରେ ସଭିଏଁ ବାନ୍ଧି ହୋଇଯାଇଥିଲେ। ଏହି ଅବସରରେ ଇଛାପୁର ଗ୍ରାମ ଏବଂ ବାଲ୍ୟକାଳଠୁ ବର୍ତ୍ତମାନ୍ ଯାଏଁ ଘଟିଥିବା ସମସ୍ତ ସ୍ମୃତିକୁ ମନେ ପକାଇଥିଲେ। ଏହି କାର୍ଯ୍ୟକ୍ରମରେ ବିନୋଦିନୀ ଦାଶ, ସ୍ଵର୍ଣ୍ଣପ୍ରଭା ମିଶ୍ର, ସାବିତ୍ରୀ ମୁଣ୍ଡ, ପଙ୍କଜିନୀ ପୁରୋହିତ, ସରୋଜିନୀ ଆଚାର୍ଯ୍ୟ, ବୈଜୟନ୍ତୀମାଳା ମିଶ୍ର, ବିଜୟଲକ୍ଷ୍ମୀ ଦାଶ, ପ୍ରେମଦିନି, କଳ୍ପନା ଆଚାର୍ଯ୍ୟ, ମାମି ଆଚାର୍ଯ୍ୟ, ସୁମି ଆଚାର୍ଯ୍ୟ, ରଞ୍ଜିତା ଆଚାର୍ଯ୍ୟ, ମିନାକ୍ଷୀ ରଥ, ସଂଯୁକ୍ତା ଆଚାର୍ଯ୍ୟ, ରମିତା ମିଶ୍ର, ଶାନ୍ତିଲତା ମିଶ୍ର, ଚନ୍ଦ୍ରପ୍ରଭା ମିଶ୍ର, ଭୁବନି ମିଶ୍ର, ଅଳି ଆଚାର୍ଯ୍ୟ, ପିଙ୍କି ପାଣିଗ୍ରାହୀ, କଲ୍ୟାଣୀ ମହାପାତ୍ର ପ୍ରମୁଖ ବକ୍ତବ୍ୟ ଦେଇଥିଲେ। ଭଉଣୀ ମିଳନ ପ୍ରଥମେ ଫୁଲ ଚାଉଳ ଦେଇ ବନ୍ଦାପନା କରାଯାଇଥିଲା। ଶେଷରେ ଯୋଗଦେଇଥିବା ସମସ୍ତଙ୍କୁ ସାବିତ୍ରୀ ମୁଣ୍ଡ ଓ ସୂଚୀତ ମୁଣ୍ଡ ପ୍ରୀତି ଉପହାର ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!