ଓଡିଶା ଖବର

ଇନ୍ଦ୍ରାବତୀ ଡ୍ୟାମ ସର୍କଲ ରେ କାମ ପାଇଁ ଉତ୍କୋଚ ଆଲଟ ମେଣ୍ଟ , ଦିନ ରେ ଅର୍ଥ ଆଦାୟ କରୁଛନ୍ତି ଅଫିସର

ନବରଙ୍ଗପୁର,୧୦/୯/୨୪(AKN NEWS): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିିଗୁଡ଼ା ରେ ଇନ୍ଦ୍ରାବତୀ ଡ୍ୟାମ ସର୍କଲ ର ସହକାରୀ ମୁଖ୍ୟ ଯନ୍ତ୍ରୀ କାର୍ଯ୍ୟାଳୟ ଅଧୀନ ରେ ଥିବା ପୋଡାଗଡ ବନ୍ଧ ବିଭାଗ , ମୁରାନ ବନ୍ଧ ବିଭାଗ ରେ ଚାଲିଛି ଠିକାଦାର ଙ୍କ ଠୁଁ ଲୁଟ ଅଭିଯୋଗ । ଆର୍ଥିକ କ୍ଷମତା ସହକାରୀ ମୁଖ୍ୟ ଯନ୍ତ୍ରୀ ଙ୍କ ନାହିଁ ଏଣୁ ଆଲାଟ ମେଣ୍ଟ ମୁଖ୍ୟଯନ୍ତ୍ରୀ ତଥା ବେଶିନ ମ୍ୟାନେଜର ଇନ୍ଦ୍ରାବତୀ କୋଲାବ ବେସିନ ଙ୍କ ହିଁ ଦିଆଯାଇଛି। ତତ୍କାଳୀନ ମୁଖ୍ୟ ଯନ୍ତ୍ରୀ ତଥା ମ୍ୟାନେଜର ଯେଉଁ ହାରରେ ସର୍ଟ ଟେଣ୍ଡର ୱାର୍କ ସ୍ଵୀକୃତି ଦେଇଛନ୍ତି, ସେହି ହାରରେ ଇନ୍ଦ୍ରାବତୀ ର ପୋଡ଼ାଗଡ ,ମୂରାନ ବିଭାଗ କୁ ଅର୍ଥ ଚଳିତ ଆର୍ଥିକ ବର୍ଷରେ ଆସିଁ ଥିବା ର ସୁଯୋଗ ନେଉଛନ୍ତି କିଛି ଅଧିକାରୀ ଓ କ୍ୟସୀୟର । ଠିକାଦାର କାମ ପୂର୍ବରୁ ଅର୍ଥ ଦେଇ ସର୍ଟ ଟେଣ୍ଡର ପରେ ଚୁକ୍ତି କରିବା ପରେ କାମ ଶେଷ କରି ବର୍ଷ ରେ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଅର୍ଥ ପାଇବାରୁ ବଞ୍ଚିତ ହୋଇଥିବାର ଶୁଣିବାକୁ ମିଳୁଛି । ଜଳସମ୍ପଦ ବିଭାଗ ରୁ ଆଲଟ ମେଣ୍ଟ ଆଣିବା ପାଇଁ ଠିକାଦାର ଙ୍କୁ ଶତକଡା ୪ ପ୍ରତିଶତ ଅର୍ଥ ସଂଗ୍ରହ କରାଯାଉଥିବା ସହ ଅଡିଟ ପାଇଁ ଏକ ପ୍ରତିଶତ ଅର୍ଥ ଆଦାୟ ଚାଲିଥିବା ଅଭିଯୋଗ ହେଉଛି । କାର୍ଯ୍ୟଳୟ ଆର୍ଥିକ କ୍ଷମତା ନ ଥିବା ବେଳେ କାହିଁକି ଗୋଟିଏ ଆର୍ଥିକ ବର୍ଷରେ ଶହେଟି କେ ଟୁ ୱର୍କ କର୍ତ୍ତୃପକ୍ଷ କରାଇଲେ ତାହା ଏବେ ପ୍ରଶ୍ନବାଚୀ ?ସହକାରୀ ମୁଖ୍ୟ ଯନ୍ତ୍ରୀ ୨ ମାସିଆ କାର୍ଯ୍ୟକାଳ ରେ ସେମାନେ କୌଣସି ରିକ୍ସ ନେଉ ନ ଥିବାରୁ ପ୍ରକଳ୍ପ ର ଅଧିକାରୀ ମାନଙ୍କ ପାଇଁ ଥିବା କ୍ୱାର୍ଟର (ସି ଆର) ଗୁଡ଼ିକ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଥିଲେ ମଧ୍ୟ ସେ ସବୁ ଅବୈଧ କବଜା କୁ ଚାଲି ଯାଉଛି। ତତ୍କାଳୀନ କୁସୁମ ଖୁଣ୍ଟି ବାମ କେନାଲ ଅଧିନରେ ରହିଥିବା ନାମରେ ଅବୈଧ ଦଖଲ ମୁକ୍ତ କରୁ ନାହାନ୍ତି। କି ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ନାମରେ ଥିବା ୩ ଗୋଟି ଉତ୍ତମ କ୍ୱାର୍ଟର ଜଙ୍ଗଲ ମୟ ତଥା ଅସାମାଜିକ କାର୍ଯ୍ୟକ୍ଷେତ୍ର ହେଉଥିବା ଅଭିଯୋଗ ପରେ ମଧ୍ୟ କିଛି ପଦକ୍ଷେପ ନେଉ ନାହାନ୍ତି। ସେପଟେ ବିଭାଗୀୟ ୧୯ ଜଣ କନିଷ୍ଠ ଯନ୍ତ୍ରୀ ୪ ଜଣ ନିର୍ବାହୀ ଯନ୍ତ୍ରୀ କ୍ୱାର୍ଟର ନ ପାଇ କିଏ ନବରଙ୍ଗପୁର କିଏ ମୁଖିଗୁଡ଼ା ରୁ ଯିବା ଆସିବା କରୁଛନ୍ତି। କିଛି ମିଳିତ ଭାବେ ୪ ରୁ ୫ଗୋଟିଏ କ୍ୱାର୍ଟର ରେ ରହୁଛନ୍ତି। ଏହି କାରଣ ପାଇଁ ନିଜେ ସହକାରୀ ଯନ୍ତ୍ରୀ ମୁଖିଗୁଡ଼ା ରୁ କାର୍ଯ୍ୟ ପରିଚାଳନା କରୁଛନ୍ତି । ତାଙ୍କ ସହକାରୀ ତଦୃପ ଦୁଇଟି ଦାୟିତ୍ଵ ବାହାନାରେ ମୁଖିଗୁଡ଼ା ରେ ରହୁଛନ୍ତି। ମୁରାନ ର ନିର୍ବାହୀ ଯନ୍ତ୍ରୀ ମଧ୍ୟ ସେହିଭଳି ମୁଖୀଗୁଡ଼ା ରେ ଅବସ୍ଥାନ କରୁଛନ୍ତି । କାର୍ଯ୍ୟାଳୟ ରେ ଅଧିକାରୀ ଙ୍କ ଉପସ୍ଥିତି ମାସ ରେ କିଛି ହାତ ଗଣତି ଦିନ ହିଁ ଦେଖିବାକୁ ମିଳୁଛି। ଏପଟେ କାମ କରି ଅର୍ଥ ପାଇ ନ ଥିବା ଠିକାଦାର ଙ୍କ ଆକ୍ରୋଶ ର ଶିକାର ହେବା ସମ୍ଭାବନା ଯୋଗୁଁ ଉପସ୍ଥିତି ନଗଣ୍ୟ ହୋଇ ଯାଇଥିବା ଦୃଷ୍ଟିଗୋଚର ହେଉଛି। ଏଥିରୁ ସ୍ପଷ୍ଟ ଆଲଟମେଣ୍ଟ ଓ ଅନ୍ୟ ନାମରେ ହେଉଥିବା ଅର୍ଥ ଆଦାୟ ରେ ଆସ୍ଥାନ ଜମାଇଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ଓ କ୍ୟଶିୟର ରହିଛନ୍ତି। ଜଳସେଚନ ଅଧିନରେ ଥିବା ଇନ୍ଦ୍ରାବତୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ତଥା ପ୍ରାଥମିକ ବିଦ୍ୟାଳୟ ,ଇନ୍ଦ୍ରାବତୀ ପ୍ରକଳ୍ପ ସ୍ବାସ୍ଥ୍ୟ କେନ୍ଦ୍ର ଆଦିର ପରିଚାଳନା ଏହି କାର୍ଯ୍ୟାଳୟ ଅଧିନରେ ରହିଥିବା ସତ୍ତ୍ୱେ , ଶିକ୍ଷକ ଓ ଡାକ୍ତର ସମସ୍ୟା ସମାଧାନର ରାସ୍ତା ବାହାର କରୁ ନାହାନ୍ତି। କର୍ତ୍ତୃପକ୍ଷ ନୀରବ ଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳୁଛି। କିନ୍ତୁ ଏହି କାର୍ଯ୍ୟାଳୟ ଅଧୀନ କୁ କ୍ଷମତା ଆସିବା ଦିନ ଠାରୁ ଜନୈକ ଯନ୍ତ୍ରୀ ଙ୍କ କ୍ଷମତା ବହୁମାତ୍ରା ରେ ବ୍ୟବହାର କରୁଥିବା ଦେଖାଯାଉଛି। ସହକାରୀ ମୁଖ୍ୟଯନ୍ତ୍ରୀ ଇତିମଧ୍ୟରେ ୩ ବର୍ଷରେ ୪ ଜଣ ଆସିଲେଣି କିନ୍ତୁ ତାଙ୍କ ପଦବୀ ନିରଙ୍କୁଶ ହୋଇ ରହିଛି। ବଜେଟ ପୂର୍ବରୁ ଯେ କୌଣସି ସରକାରୀ କାର୍ଯ୍ୟାଳୟ ବର୍ଷ ଆରମ୍ଭ ରୁ ବାର୍ଷିକ କର୍ମଚାରୀ ଙ୍କ ଦରମା ସହିତ ଅନ୍ୟାନ୍ୟ ଆବଶ୍ୟକତା ନେଇ ଏକ ଆକଳନ କରି ଅର୍ଥ ଅଟକଳ ପଠାଇ ଥାଆନ୍ତି। ସେହି ହିସାବ ରେ ଅର୍ଥ ବରାଦ ହୁଏ ,ଏବଂ ବିଭିନ୍ନ ପ୍ରକଳ୍ପ ରେ ଖର୍ଚ୍ଚ କରାଯାଏ। କିନ୍ତୁ ଇନ୍ଦ୍ରାବତୀ ଡ୍ୟାମ ସର୍କଲ ବିଚିତ୍ର ସ୍ଥିତି ନେଇ ଗତି କରୁଛି। କୋଟି କୋଟି ଟଙ୍କା ର କାର୍ଯ୍ୟ ହାତକୁ ନେଇଛନ୍ତି।

ଜଳ ସମ୍ପଦ ବିଭାଗ ମୁଖ୍ୟମନ୍ତ୍ରୀ ଙ୍କ ଅଧୀନ ରେ ରହି ଥିବା ବେଳେ, ଆଳଟ ମେଣ୍ଟ ପାଇଁ ଅର୍ଥ ସେ ହିଁ ସ୍ଵୀକୃତି ଦେବେ ?ଯଦି ଅଭିଯୋଗ ମୁତାବକ ଆଲଟ ମେଣ୍ଟ ପାଇଁ ଅର୍ଥ ଆଦାୟ ହେଉଛି, ତା ହେଲେ ମୁଖ୍ୟଯନ୍ତ୍ରୀ ଙ୍କ ନାମ ରେ ଅର୍ଥ ସଂଗ୍ରହ ହେଉଛି ଯାହାକି ଗଭୀର ବିଷୟ । ଆଲଟ ମେଣ୍ଟ ଓ ଅଡିଟ ତଥା କାମ ଆରମ୍ଭ ପୂର୍ବରୁ ଆଦାୟ ହେଉଥିବା ଅର୍ଥ ଆଦାୟ ଭଳି ଗୁରୁତର ଅଭିଯୋଗ ସତ୍ତ୍ୱେ ଜଳସମ୍ପଦ ବିଭାଗ ର ନିରବତା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏଣୁ ସ୍ଥାନୀୟ ବିଧାୟକ, ସାଂସଦ,ଜଳ ସମ୍ପଦ ବିଭାଗ ସଚିବ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ ଏ କେ ଏନ୍ ନ୍ୟୁଜ୍

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!