ଓଡିଶା ଖବର

ଉତ୍ତମ ଓ ଆଦର୍ଶ ଶିକ୍ଷୟତ୍ରୀ ରୂପରେ ବିଷ୍ଣୁପ୍ରିୟା ଚଣ୍ଡଙ୍କୁ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ 

 (AKN NEWS):ଅଦ୍ୟ ଗୁରୁଦିବସ ଅବସରରେ ଓଡିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଆୟୋଜିତ ହୋଇଯାଇଛି । ଏହି ସମାରହରେ ପୁରୁଣାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ଚଣ୍ଡଙ୍କୁ ଜଣେ ଉତ୍ତମ ଓ ଆଦର୍ଶ ଶିକ୍ଷୟତ୍ରୀ ଭାବରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । ବିଷ୍ଣୁପ୍ରିୟା ଚଣ୍ଡ ନିଜର କାର୍ଯ୍ୟ ଦକ୍ଷତା ବଳରେ ଜଣେ ଉତ୍ତମ ଓ ଆଦର୍ଶ ଶିକ୍ଷୟତ୍ରୀ ରୂପରେ ପରିଚିତ । ଛାତ୍ରଛାତ୍ରୀଙ୍କ ଶିକ୍ଷାର ସ୍ତରକୁ ହୃଦୟଙ୍ଗମ କରି ସ୍ଵତନ୍ତ୍ର ଶିକ୍ଷାଦାନ କରିବାରେ ସିଦ୍ଧହସ୍ତା । ସେ ସର୍ବଦା ଆନନ୍ଦମୟ ପରିବେଶରେ ଅଭିନବ ଶିକ୍ଷାଦାନ ଶୈଳୀ ମାଧ୍ୟମରେ ଛାତ୍ରଛାତ୍ରୀଙ୍କର ସର୍ବାଙ୍ଗୀନ ଉନ୍ନତି ପଥରେ କାର୍ଯ୍ୟରତ ଥାଆନ୍ତି । ପିଲାଙ୍କ ପାରିପାର୍ଶିକ ସମସ୍ୟାକୁ ଆଖିରେ ରଖି ଆଦର୍ଶ ଓ ଚରିତ୍ରବାନ ଛାତ୍ରଛାତ୍ରୀ ଗଢି ତୋଳିବା ତାଙ୍କର ଉଦ୍ଦେଶ୍ୟ ।ଗତ ୦୬.୦୯.୨୦୨୫ ତାରିଖ ବାପୁଜୀ କ୍ଲଷ୍ଟରର CRCC ସ୍ଵାଧିନୀ ସାହୁ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁପ୍ରଭା ପଟ୍ଟନାୟକଙ୍କ ତତ୍ଵାବଧାନରେ ଆର.ଇ.ଓ. କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭବାନୀପାଟଣାରେ ଏକ ବୈଠକ ଆୟୋଜନ ହୋଇଥିଲା ଏବଂ ଏହି ବୈଠକରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ହେମସାଗର ମହାନନ୍ଦ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଜୟ ମାଝି, ଶ୍ରୀ ଜଗଦିଶ ମୁଣ୍ଡ ତଥା ହୃଷୀକେଶ ନାୟକ ଆଦି ଯୋଗ ଦେଇଥିଲେ । ଏହି ସମାରୋହରେ ପୁରୁଣାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ରାଉତ ଓ ଅନ୍ୟ ଶିକ୍ଷୟତ୍ରୀବୃନ୍ଦ ଶ୍ରୀମତୀ ସୁଜାତା ସିଂ, ଗୀତା ଦେଇ, ମିନତୀ କୁମାର ପ୍ରଧାନ, ରାଜଲକ୍ଷ୍ମୀ ଯୋଶୀ, ଗାୟତ୍ରୀ କୁମାର, ପୁଷ୍ପିତା ପଟ୍ଟନାୟକ, ସୌଦାମଣି ଖମାରି, ରୁବିତାଞ୍ଜଳି ପଣ୍ଡା, ଭାରତୀ ନାୟକ, ସଞ୍ଜୁକ୍ତା ଦାଶ, ଆଲ୍ଲାହଦିନ ମୁଣ୍ଡ, ପଲ୍ଲବୀ ଶୁକ୍ଲା, ପ୍ରଣତୀ ବହିଦାର, ପୁଷ୍ପଳତା ନାୟକ ଏବଂ କୁଞ୍ଜଳତା ନାୟକ ଆଦି ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ଚଣ୍ଡଙ୍କୁ ସ୍ଵାଗତ ଓ ଶୁଭେଚ୍ଛା ଜଣେଇବା ସହିତ ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!