ଓଡିଶା ଖବର

ଉଦଘାଟିତ ହେଲା ସୁଭଦ୍ରା ଯୋଜନା ରଥ।ପୁରୀ ଜିଲ୍ଲାରେ ସଚେତନତା ବାର୍ତ୍ତା ବାଣ୍ଟିବ।

ପୁରୀ ୭/୯ (AKN NEWS): ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ କାର୍ଯ୍ଯାଳୟ ପରିସରରେ ସୁଭଦ୍ରା ଯୋଜନା ସଚେତନତା ରଥର ଶୁଭ ଉଦଘାଟନ ହୋଇଥିଲା।ମୁଖ୍ୟ ଅତିଥି ଭାବେ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ଏହି ରଥକୁ ଉଦଘାଟନ କରିବା ସହ ମହିଳା ମାନ ଙ୍କୁ ସ୍ୱାବଲମ୍ବୀ ଓ ଆର୍ଥିକ ସମୃଦ୍ଧ କରିବା ରେ ସୁଭଦ୍ରା ଯୋଜନା ସହାୟକ ହେବ ବୋଲି କହିଥିଲେ।ଏହା ଉପାଦେୟ ଯୋଜନା।ଏହା ଏକ ନିରନ୍ତର ପ୍ରକ୍ରିୟା।ଏଥିରେ ସମସ୍ତ ଯୋଗ୍ୟ ହିତାଧିକାରୀ ସାମିଲ ହେବେ। ଅଯଥା ଭିଡ ବା ଗହଳି ନ କରିବାକୁ ସେ ପରାମର୍ଶ ଦେଇଥିଲେ।

ସମସ୍ତଙ୍କୁ ସଚେତନ ଓ ସେମାନଙ୍କ ମନରେ ଥିବା ସଂଶୟ କୁ ଦୂର କରିବାରେ ଏହି ରଥ ପ୍ରମୁଖ ଭୂମିକା ନେବ ଓ ପ୍ରକୃତ ହିତାଧିକାରୀ ଏହାର ସଫଳତା ପାଇବା ସହଜ ହୋଇ ପାରିବ ବୋଲି ସେ କହିଥିଲେ।ଏହି କାର୍ଯ୍ୟକ୍ରମ ରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ମମତା ଡିପିସି ପ୍ରଣତି ମହାନ୍ତି, ମିଶନ ଶକ୍ତି ଡିପିସି ଆରତୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ଜିଲ୍ଲାରେ ଆଜି ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ୬ ଗୋଟି ସୁଭଦ୍ରା ସଚେତନତା ରଥ ପରିକ୍ରମା କରିବ। ସମସ୍ତ ବ୍ଲକ, ପୌରପରିଷଦ ଓ ଏନ ଏ ସି ଅଞ୍ଚଳ ପରିକ୍ରମା କରି ଲୋକ ମାନ ଙ୍କୁ ସୁଭଦ୍ରା ଯୋଜନା ସମ୍ପର୍କରେ ସଚେତନ କରିବ ବୋଲି ସୂଚନା ମିଳିଛି।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!