ଅନନ୍ୟ

‘ଉଦ୍ୟାନ କୃଷିର ଅମଳ ପରବର୍ତ୍ତର ପରିଚାଳନା ଏବଂ ବିପଣନ ସହାୟତା’


‘ଉଦ୍ୟାନ କୃଷିର ଅମଳ ପରବର୍ତ୍ତର ପରିଚାଳନା ଏବଂ ବିପଣନ ସହାୟତା’ 

 

ଯୋଜନାରେ ପ୍ଲାଷ୍ଟିକ୍‌ କ୍ରେଟସ୍‌ ବିତରଣ

କୃଷି କ୍ଷେତ୍ରରେ ଏହି ଆଧୁନିକ ବ୍ୟବସ୍ଥା ଫଳରେ ଗ୍ରାମାଞ୍ଚଳରେ ରୋଜଗାର ସୃଷ୍ଟି ହେବ 

ଏବଂ ଅମଳ ପରବର୍ତ୍ତୀ ପରିଚାଳନା କ୍ଷତି ହ୍ରାସ ପାଇବ

: କୃଷି ମନ୍ତ୍ରୀ ଶ୍ରୀ ସ୍ୱାଇଁ

ଚଳିତ ବର୍ଷ ରାଜ୍ୟରେ ୧୦ ଲକ୍ଷ ପ୍ଲାଷ୍ଟିକ୍‌ କ୍ରେଟସ୍‌ ଶତକଡ଼ା ୯୦ ଭାଗ ରିହାତି ଦରରେ ଯାଗାଇ ଦିଆଯିବ

ପୁରୀ ଜିଲ୍ଲାର ସମସ୍ତ ୧୧ଟି ବ୍ଲକ୍‌ରେ ସମୁଦାୟ ୩୨୯୫୦ଟି କ୍ରେଟସ୍‌ ଯୋଗାଇ ଦିଆଯିବ 

କାକଟପୁର/ଭୁବନେଶ୍ୱର, ୨୦/୧୦/୨୦୨୩:ଆଜି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରାଜ୍ୟ ଯୋଜନାରେ ‘ଉଦ୍ୟାନ କୃଷିର ଅମଳ ପରବର୍ତ୍ତୀ ପରିଚାଳନା ଏବଂ ବିପଣନ ସହାୟତା’ ମାଧ୍ୟମରେ ପ୍ଲାଷ୍ଟିକ୍‌ କ୍ରେଟସ୍‌ ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

କାକଟପୁର ବ୍ଲକ୍‌ ପଡ଼ିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଫସଲ ଉତ୍ପାଦନ, ଅମଳ, ବିକି୍ରବଟା ନିମନ୍ତେ ବଜାରକୁ ନେବା ସମୟରେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ପରିବହନଜନିତ କ୍ଷତି ଆଦି ସହିବାକୁ ପଡ଼ିଥାଏ । ମଜବୁତ୍‌ ପ୍ଲାଷ୍ଟିକ୍‌ କ୍ରେଟସ୍‌ରେ ପନିପରିବା ସାଇତି ରଖିବା ସହ ପରିବହନ କରିବା ସମୟରେ ପରିବାଗୁଡ଼ିକ ନଷ୍ଟ ହେବାର ଆଶଙ୍କା ଅନେକ ପରିମାଣରେ କମ୍‌ ହୋଇଥାଏ । ଏହା ଦ୍ୱାରା ଚାଷୀମାନେ ଉତ୍ପାଦିତ ଦ୍ରବ୍ୟକୁ ଉଚିତ ମୂଲ୍ୟରେ ବିକି୍ର କରିବାର ସୁଯୋଗ ପାଇଥାଆନ୍ତି ।

ଉଦ୍ୟାନ କୃଷି କ୍ଷେତ୍ରରେ ଏହି ଆଧୁନିକ ବ୍ୟବସ୍ଥା ଫଳରେ ଗ୍ରାମାଞ୍ଚଳରେ ରୋଜଗାର ସୃଷ୍ଟି ହେବ ଏବଂ ଅମଳ ପରବର୍ତ୍ତୀ ପରିଚାଳନା କ୍ଷତି ହ୍ରାସ ପାଇବ । ଉଦ୍ୟାନ କୃଷି ଉତ୍ପାଦର ପ୍ରକି୍ରୟାକରଣ, ବ୍ରାଣ୍ଡିଂ, ପ୍ୟାକେଜିଂ ଓ ବିପଣନ ଦ୍ୱାରା ରାଜ୍ୟର କୃଷକମାନଙ୍କ ଆୟବୃଦ୍ଧି ପାଇଁ ପର୍ଯ୍ୟାପ୍ତ ପରିସର ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

 

ମନ୍ତ୍ରୀ ଶ୍ରୀ ସ୍ୱାଇଁ ପୁଣି କହିଛନ୍ତି ଯେ ରାଜ୍ୟରେ ପନିପରିବା ଓ ଫଳଚାଷର ପର୍ଯ୍ୟାପ୍ତ ସୁଯୋଗ ରହିଛି । ରାଜ୍ୟ ସରକାର କୃଷି କ୍ଷେତ୍ରରେ ଫସଲର ବିବିଧିକରଣକୁ ପ୍ରାଧାନ୍ୟ ଦେଉଥିବାବେଳେ ପନିପରିବା ଚାଷ ଦ୍ୱାରା ଚାଷୀମାନଙ୍କର ନିରନ୍ତର ଆୟ ଓ ଆୟବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଏଥି ପାଇଁ ଚାଷୀମାନଙ୍କୁ ଠିକଣା ସମୟରେ ପର୍ଯ୍ୟାପ୍ତ ପରିମାଣର ଉନ୍ନତ ମାନର ମଂଜି ଓ ଚାରା ଓ ଆନ୍ୟାନ୍ୟ କୃଷି ସାମଗ୍ରୀ ଯୋଗାଣକୁ ବିଭାଗ ସର୍ବଦା ପ୍ରାଥମିକତା ପ୍ରଦାନ କରୁଛି ବୋଲି ସେ ପ୍ରକାଶ କରିଛନ୍ତି । 

ପ୍ରକାଶଯୋଗ୍ୟ ଯେ ଅମଳ ପରବର୍ତ୍ତୀ କ୍ଷତି ହ୍ରାସ କରବା ପାଇଁ ଏବଂ ଉଦ୍ୟାନ କୃଷି ଉତ୍ପାଦର ବ୍ରାଣ୍ଡିଂ, ପ୍ୟାକେଜିଂ ଏବଂ ବିପଣନ କ୍ଷେତ୍ରକୁ ସହାୟତା ଯୋଗାଇବା ପାଇଁ କୃଷକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏହି ଯୋଜନା ପ୍ରଣୟନ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ହିତାଧିକାରୀମାନଙ୍କୁ ପ୍ଲାଷ୍ଟିକ୍‌ କ୍ରେଟସ୍‌, ଶୀତଳିକରଣ ଗୃହ, ସବଜୀ କୁଲର, ପରିବହନ ଖର୍ଚ୍ଚ, ସଂରକ୍ଷଣ ଭଡ଼ା ଇତ୍ୟାଦି ବାବଦରେ ରାଜ୍ୟ ସରକାର ୭୦ରୁ ୯୦ ପ୍ରତିଶତ ରିହାତିର ବ୍ୟବସ୍ଥା କରିଛନ୍ତି । 

ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଚାଷୀ ସଂଗଠନ ଏବଂ ସାଧାରଣ ଚାଷୀମାନଙ୍କ ପାଇଁ ଚଳିତ ବର୍ଷ ୧୦ ଲକ୍ଷ ପ୍ଲାଷ୍ଟିକ୍‌ କ୍ରେଟସ୍‌ ଶତକଡ଼ା ୯୦ ଭାଗ ରିହାତି ଦରରେ ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି । ପୁରୀ ଜିଲ୍ଲାର ସମସ୍ତ ୧୧ଟି ବ୍ଲକ୍‌ରେ ହାରାହାରି ୩୨୦୦ ଟି ପ୍ଲାଷ୍ଟିକ୍‌ କ୍ରେଟସ୍‌ ହିସାବରେ ସମୁଦାୟ ୩୨୯୫୦ଟି କ୍ରେଟସ୍‌ ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି । 

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଶ୍ରୀ ସ୍ୱାଧୀନ ନାୟକ, ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, କାକଟପୁର ବ୍ଲକ୍‌ ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ନାୟକ, ଉଦ୍ୟାନ କୃଷି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସଚିନ୍ଦ୍ରନାଥ ଭୋଳ, ଉପ-ଉଦ୍ୟାନ କୃଷି ନିର୍ଦ୍ଦେଶିକା ଶ୍ରୀମତୀ ମଞ୍ଜୁଳା ତ୍ରୀପାଠୀ, କାକଟପୁର ବିଡିଓ ଶ୍ରୀ ତୁଷାର ଜ୍ୟୋତି ରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ ଏକେଏନ୍ ନ୍ୟୁଜ୍ ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!