ଓଡିଶା ଖବର

ଉପ ନିର୍ଦ୍ଦେଶକ ଙ୍କ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ

ପୁରୀ ୧୮/୯ (AKN NEWS): କଟକ ସ୍ଥିତ କେନ୍ଦ୍ରାଞ୍ଚଳ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ହେମନ୍ତ କୁମାର ନାୟକ ଆଜି ପୁରୀ ଜିଲ୍ଲା ଗସ୍ତରେ ଆସି ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ।ପରେ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟ ର ସମୀକ୍ଷା କରିବା ସହ ବିଭାଗର ସମ୍ମାନ ବୃଦ୍ଧି ରେ ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।ସୂଚନା ଓ ଲୋକ ସମ୍ପର୍କ ବିଭାଗ ସରକାର ଙ୍କର ଏକ ପ୍ରମୁଖ ବିଭାଗ।ସରକାରଙ୍କ ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମ ର ପ୍ରଚାର ପ୍ରସାର କରିବା ସହ ଯୋଜନା ଟି ଯେପରି ସାଧାରଣ ଲୋକଙ୍କ ହିତରେ ଲାଗି ପାରିବ ସେଥିପାଇଁ ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ।ଯୋଜନା ସମ୍ପର୍କରେ ଲୋକ ମାନଙ୍କୁ ସଚେତନ କରାଇବା ଦ୍ଵାରା ହିତାଧିକାରୀ ଟି ତାହାର ସୁଫଳ ପାଇଥାଏ। ଏପରିକି ଲୋକ ମାନଙ୍କ ବିଭିନ୍ନ ଆବଶ୍ୟକତା ଓ ସମସ୍ୟା କୁ ସରକାର ଓ ପ୍ରଶାସନ ନିକଟରେ ପହଞ୍ଚାଇବା ମଧ୍ୟ ବିଭାଗର ଦାୟିତ୍ୱ ହୋଇ ଥାଏ। ତେଣୁ ନିଷ୍ଠାପର ଭାବେ ସମସ୍ତେ କାର୍ଯ୍ୟ କରିବାକୁ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ। ଉପ ନିର୍ଦ୍ଦେଶକ ଟାଉନ ହଲ ଠାରେ ଥିବା ସୂଚନା କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ।ଏହି ଗସ୍ତ ଓ ସମୀକ୍ଷା ରେ ପୁରୀ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦିପ୍ତ କୁମାର ସେନାପତି, ସହକାରୀ ସୂଚନା ଅଧିକାରୀ ରାଜେନ୍ଦ୍ର ପାତ୍ର, ବରିଷ୍ଠ ରାଜସ୍ୱ ସହାୟକ ଜିତେନ୍ଦ୍ର କୁମାର ସ୍ୱାଇଁ, ଅପରେଟର ପ୍ରସନ୍ନ କୁମାର ସାହୁ, ଗ୍ରନ୍ଥାଗାରିକ ମିନତୀ ଦାସ, ଭଣ୍ଡାର ରକ୍ଷକ ରବିନ୍ଦ୍ର କୁମାର ଦାସ,କର୍ମଚାରୀ ପ୍ରଦୀପ କୁମାର ପଟ୍ଟନାୟକ, ପ୍ରତିମା ମହାନ୍ତି, ସୁବ୍ରତ କୁମାର ସାହୁ,ତ୍ରିନାଥ ପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ।ପ୍ରାରମ୍ଭରେ ଶ୍ରୀ ନାୟକ ଙ୍କୁ ପୁଷ୍ପ ଗୁଛ,ଉତ୍ତରୀୟ ଓ ମହାପ୍ରଭୁ ଫଟୋଚିତ୍ର ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!