ଓଡିଶା ଖବର

ଉମରକୋଟ ଆଶା କର୍ମୀ ମୃତ୍ୟୁ ର ନ୍ୟାୟ ଦାବିରେ ଜିଲ୍ଲା ସ୍ୱାସ୍ଥ୍ୟ କାର୍ଯ୍ୟାଳୟ ଘେରାଉ କଲା ଆଶା କର୍ମୀ ସଂଘ  lଡାକ୍ତର ଙ୍କ ଗିରଫ ଦାବି ରେ ତେଜିଲା ଆନ୍ଦୋଳନ

ନବରଙ୍ଗପୁର (AKN NEWS):ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡିଶା ରାଜ୍ୟ ଅଶାକର୍ମୀ ସଂଘ ନବରଙ୍ଗପୁର ଜିଲ୍ଲା ତରଫରୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଜିଲ୍ଲା ସ୍ୱାସ୍ଥ୍ୟ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟ ଚାରି ଘଣ୍ଟା ବସି ରହିଥିଲେ ଆଶା କର୍ମୀ ସଂଘ ର କର୍ମୀ ମାନେ ପ୍ରକାଶ ଥାଉ କି ଉମରକୋଟ ବ୍ଲକ ଚିକଲ ପଦର ସେକଟର ବଡବାସିନି ଗ୍ରାମର ଆଶାକର୍ମୀ ଶ୍ରୀମତି ଦଇମତି ଭତରାଙ୍କ ପ୍ରସୂତିବେଦନା ହେଲାପରେ ଉମରକୋଟ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ ଡାକ୍ତର ସାଗରିକା ସ୍ଵାଇଁ, ଆଶାକର୍ମୀ ଦଇମତି ଉତରାଙ୍କୁ ସିଜରିଂ କରି ଛୁଆକୁ ବାହାର କରି ନପାରି ପୁଣି ଛୁଆକୁ ଭିତରକୁ ଠେଲି ଦେଇ ଷ୍ଟିଚ କରି ନବରଙ୍ଗପୁର ଜିଲ୍ଲା ଚିକିତ୍ସା କେନ୍ଦ୍ରକୁପଠେଇ ଦେଇଥିଲେ। ଆମ୍ବୁଲେନସ ଭାରତମାଳା ରୋଡରେ ନବରଙ୍ଗପୁର ଆସୁଥିବା ସମୟରେ ଡାବୁଗାଁ ପାଖରେ ଆଶା କର୍ମୀ ଦଇମତି ଉତରାଙ୍କ ମୃତ୍ୟୁ ହୋଇଥିଲା। ଡାକ୍ତର ସାଗରିକା ସ୍ବାଇଁଙ୍କ ଅବହେଳା ଯୋଗୁଁ ଆଶାକର୍ମି ଓ ତାହାର ଛୁଆ ଦୁଇ ଜଣଙ୍କ ଜୀବନଯାଇଛି। ତେଣୁ ଡାକ୍ତର ସାଗରିକା ସ୍ବାଇଁ ମାଁ ଏବଂ ଛୁଆକୁ ମାରିଦେଇଛନ୍ତି l କାରଣ ସେ ଯଦି ଜାଣି ନଥିଲେ ତାହା ହେଲେ ପ୍ରଥମରୁ ହିଁ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇବା ଥିଲା l ସେହି ଡାକ୍ତର ଙ୍କୁ ଗିରଫ କରାଯାଉ ଏବଂ ମୃତ୍ୟୁ ପରିବାର କୁ କ୍ଷତି ପୁରଣ ବାବଦକୁ ରାଜ୍ୟ ସରକାର ଦଶ ଲକ୍ଷ କେନ୍ଦ୍ର ସରକାର ଦଶ ଲକ୍ଷ ଦେବାର ପ୍ରତିବାଦ ରେ ତା୦୫-୦୯ – ୨୦୨୫ରିଖ ସମୋବାର ଦିନ ବଡବାସିନି ଗ୍ରାମର ପ୍ରାୟ ଦୁଇ ଶହ ମହିଳା ଓ ପୁରୁଷ ଏବଂ ପ୍ରାୟ ଶହେ ଆଶାକର୍ମୀ ଉମରକୋଟରେ ଉପସ୍ଥିତ ହୋଇ ଦଇମତି ଭତରାଙ୍କ ଶବକୁ ଡାକ୍ତର ଖାନା ଛକରେ ରଖି ରାସ୍ତା ରୋକ ଆନ୍ଦୋଳନ କରାଯାଇଥିଲା। ଏଥିରେ ଭାରତୀୟ ମଜଦୁର ସଂଘ ଜିଲ୍ଲା ସଭାପତି ବାଙ୍କ ବିହାରୀ ବିଷୋୟୀ ଉପଦେଷ୍ଟା ପରମେଶ୍ବର ବିଷୋୟୀ,ସମ୍ପାଦକ ବିଷ୍ଣୁ ପ୍ରସାଦ ବିଷୋୟୀ, ଆଶାକର୍ମି ସଂଘ ଜିଲ୍ଲା ସଭାନେତ୍ରୀ କବିତା ସ୍ୱାଇଁ ସମ୍ପାଦିକା ଗୀତାଞ୍ଜଳି ହରିଜନ ଭାଗ ନେଇଥିଲେ। ଉମରକୋଟ ମୁନସିପାଲଟି ଅଧିକାରୀ ଏବଂ ଅତିରିକ୍ତ ତହସିଲଦାର ଆସି ପାଞ୍ଚ ଦିନ ଭିତରେ ପଦକ୍ଷେପ ନେବୁ ବୋଲି ଲିଖିତ ପ୍ରତିଶୃତି ଦେବା ପରେ ରାସ୍ତାରକ ସ୍ଥଗିତ କରାଯାଇଥିଲା ପରେ ଏ ବିଷୟରେ ନବରଙ୍ଗପୁର ଜିଲ୍ଲା ପାଳ ଙ୍କ ଜରିଆରେ ଗତ ତା 04/09/2025 ରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ସରକାର ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଓଡିଶା ସରକାର ଙ୍କ ସଂଘ ତରଫରୁ ଜଣାଇ ଥିଲେ ମଧ୍ୟ କୌଣସି ସୁ ଫଳ ମିଳି ନ ଥିବାରୁ ସଂଘ ତରଫରୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କ କାର୍ଯ୍ୟାଳୟ କରାଯାଇଛି l ନବରଙ୍ଗପୁର ଉପଜିଲ୍ଲା ପାଳ ଆସି ବୁଝା ସୁଝା କରିବା କିଛି ସମୟ ଦେବାପାଇଁ କହିଥିଲେ l ସଂଘ ତରଫରୁ ଆସନ୍ତା ତା 04/10/2025 ରିଖ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନନେଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛି ଆଶା ସଂଘ l ଏଥିରେ ନବରଙ୍ଗପୁର ଜିଲ୍ଲା ର ସମସ୍ତ ଆଶା କର୍ମୀ ସହ ଉମରକୋଟ ର ଯୁବକ ମନେ ସାମିଲ ହୋଇଥିଲେ।

ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!