ଋଷୀକୁଳ ସଂସ୍କୃତ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ଆଦି ଭାଷା ସଂସ୍କୃତ ପଢ଼ିଲେ ମୂଳ ରାମାୟଣ,ମହା ଭାରତ ପଢ଼ି ବାସ୍ତବ ଭାରତୀୟ କୁ ଜାଣି ହେବ ବୋଲି ମତ ପ୍ରକାଶ

କୁଚିଣ୍ଡା:୧୨/୨(AKN NEWS): କୁଚିଣ୍ଡା ଉପଖଣ୍ଡ ର ଏକମାତ୍ର ଓ ସମ୍ବଲପୁର ଜିଲ୍ଲାର ଦ୍ଵିତୀୟ ସଂସ୍କୃତ ଉଚ୍ଚ ବିଦ୍ୟାଳୟ ଡୁମେରମାଲ ସ୍ଥିତ ଗୁରୁ କୂଳ ସଂସ୍କୃତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକୋତ୍ସବ ସଂସ୍କୃତ ଶ୍ଳୋକ ର ଗମ୍ଭୀର ଉଦଘୋଷଣା ସହ ପାଳିତ ହୋଇଯାଇଛି । ଗୁରୁକୁଳ ପରିଚାଳନା କମିଟିର ସଭାପତି ନକୁଲ ଚନ୍ଦ୍ର ନାଏକ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ କୁଚିଣ୍ଡା ବ୍ଲକ୍ ଅଧ୍ୟକ୍ଷ ଭୁବନେଶ୍ୱର କିଶାନ ମୁଖ୍ୟ ଅତିଥି, ବିଶିଷ୍ଟ ସାହିତ୍ୟିକ ଓ ପରିବେଶବିତ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଭାକର ପଟେଲ ,ଅତିରିକ୍ତ ଶିକ୍ଷାଧିକାରୀ ପ୍ରମୋଦ ନାଏକ ଓ ସାମ୍ବାଦିକ ଗଗନ ଶର୍ମା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କୃତି ଛାତ୍ର,ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରିଥିଲେ । ଅତିଥି ଗଣ ତାଙ୍କ ଭାଷଣରେ ସଂସ୍କୃତ ଭାଷା ସବୁ ଭାଷା ର ଜନନୀ ହୋଇ ଥିବାବେଳେ ମାତୃ ଭାଷା ଓ ଆଦି ଭାଷାକୁ ସମ୍ମାନ ଦେବାକୁ ଆହ୍ବାନ ଦେଇଥିଲେ । ମୁଖ୍ୟ ବକ୍ତା ଶ୍ରୀ ନାୟକ ତାଙ୍କ ଭାଷଣ ରେ ସଂସ୍କୃତ ଅଧ୍ୟୟନ ଫଳରେ ମୂଳ ରାମାୟଣ,ମହା ଭାରତ ଓ ବେଦକୁ ପଥକରି ବାସ୍ତବ ଭାରତୀୟତା କୁ ଜାଣି ହେବା ବୋଲି କହିଥିଲେ ।ସମଗ୍ର କାର୍ଯ୍ୟକ୍ରମ କୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ପଣ୍ତିତ ଶ୍ୟାମ ସୁନ୍ଦର ପଣ୍ଡା ସଂଯୋଜନା କରିବା ସହ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ପଣ୍ଡିତ ସରୋଜ କୁମାର ରଥ ବାର୍ଷିକ ବିବରଣୀ ପାଠ କରିଥିଲେ ।ଏହି ଅବସରରେ ଅବସର ପ୍ରାପ୍ତ ପ୍ରକୃତି ପ୍ରେମୀ ଶିକ୍ଷକ ଡିଲେଶ୍ୱର ସାହୁ ଓ ୱାର୍ଡ ସଭ୍ୟ ରଞ୍ଜିତ କିଶାନ ଙ୍କ ସମେତ ସମସ୍ତ ଅତିଥି ଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରେ ପଣ୍ଡିତ ବସନ୍ତ ତ୍ରିପାଠୀ ବେଦ ପାଠ ଓ ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ ।ଶେଷରେ ବସନ୍ତ ତ୍ରିପାଠୀ ଧନ୍ୟବାଦ୍ ଜ୍ଞାପନ କରିଥିଲେ । ପରେ ପରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ AKN NEWS


