ଓଡିଶା ଖବର

ଏସଵିଆଇ ଫାଉଣ୍ଡଡେସନ ଦିବସ ଉପଲକ୍ଷେ ବକୃତା ପ୍ରତିଯୋଗିତା

ଭବାନୀପାଟଣା(AKN NEWS):ସ୍ଥାନୀୟ ତାରିଣୀ ମନ୍ଦିର ରୋଡ଼ ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସର ରେ ଏସବିଆଇ ଫାଉଣ୍ଡଡେସନ ଦିବସ ଉପଲକ୍ଷେ ଛାତ୍ରଛାତ୍ରୀ ମଧ୍ୟରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି | ବିଭିନ୍ନ ସ୍କୁଲ ରୁ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ | ଜୁନିଅର ବିଭାଗ (ଷଷ୍ଠ, ସପ୍ତମ ଓ ଅଷ୍ଟମ )ରେ ପ୍ରିୟାଂଶି ପାଣିଗ୍ରାହୀ ପ୍ରଥମ ଆରାଧ୍ୟ୍ୟ| ଶୁକ୍ଲା ଦ୍ୱତୀୟ ଓ ଶୁଭମ ଶ୍ରୀ ପଟ୍ଟନାୟକ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସିନିଅର ବିଭାଗ (ନବମ ଓ ଦଶମ)ରେ ଐଶ୍ୱରିୟା ସିଂ ପ୍ରଥମ, ସୌମ୍ୟ ରଞ୍ଜନ ମହାକୁଡ଼ ଦ୍ୱତୀୟ ଓ ମଞ୍ଜୁଷା ପ୍ରିୟଦର୍ଶିନୀ ତୃତୀୟ ସ୍ଥାନ ଅଧିକାର କରିଥିଲେ | ଏସବିଆଇ ଭବାନୀପାଟଣା ବଜ଼ାର ଶାଖା ପରିଚାଳକ କାମିନୀ ଝାଙ୍କର ମୁଖ୍ୟ ଅତୀଥି, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶି, ମୁର୍ତ୍ତୁଞ୍ଜୟ ଦାସ, ଶିକ୍ଷାବିତ ବ୍ରହ୍ମାନନ୍ଦ ସାମଲ ସମ୍ନାନିତ ଅତିଥି ରୂପେ ଯୋଗ ଦେଇ ବକୃତା ପ୍ରତିଯୋଗିତା ରେ ସଫଳ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ | ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଙ୍କ ତତ୍ୱାବଧାନ ରେ କାର୍ଯ୍ୟକ୍ରମ ଟି ପରିଚାଳନା ହୋଇଥିଲା |

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!