ଐତିହାସିକ ଧବଳେଶ୍ଵର ଶୈବ ପୀଠରେ ମନ୍ଦିର ସି ସି ଟିଭି ତାଲା ଭାଙ୍ଗି ଚୋରି ନେଇ ତୀବ୍ର ପ୍ରତିକ୍ରିୟା, ପୋଲିସ ତରଫ ରୁ ଅଭିଯୁକ୍ତ ଦ୍ବୟ ସହ ଚୋରି ସାମଗ୍ରୀ ଜବତ।

ବଲାଙ୍ଗୀର/ଟିଟିଲାଗଡ,(AKN NEWS):ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ର ପ୍ରସିଦ୍ଧ ଐତିହାସିକ ଶୈବ ପୀଠ ରେ ସିସି ଟିଭି କ୍ୟାମେରା ଭାଙ୍ଗି ଚୋରି ଉଦ୍ୟମ କରିବା ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମନ୍ଦିର ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କିଛି ଦୁର୍ବୃତ୍ତ ମିଳିତ ଭାବେ ଏହି ଧବଳେଶ୍ଵର ଶୈବ ପୀଠ ପାଚେରୀ ଡେଇଁ ସିସି ଟିଭି କ୍ୟାମେରା ଭାଙ୍ଗି ମନ୍ଦିର ସ୍ବତନ୍ତ୍ର ସାମଗ୍ରୀ ରହୁଥିବା କୋଠରୀ ତାଲା ଭାଙ୍ଗି ମୂଲ୍ୟବାନ କଂସା,ପିତଳ ଚୋରି ଅଭିଯୋଗ ହୋଇ ଥିଲା । ଏ ନେଇ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ତୁରନ୍ତ ଘଟଣା ର ସବିଶେଷ ଖୋଳ,ତାଡ଼ ଆରମ୍ଭ କରି ହୋଇ ଥିବା ଚୋରି ସାମଗ୍ରୀ ଜବତ କରିବା ସହ ଦୁଇ ଅଭିଯୁକ୍ତ ଙ୍କୁ ସୁକ୍ରବାର ରାତି ପ୍ରାୟ ୧୦ ଟା ୩୦ ମିନିଟ ସମୟ ରେ ସ୍ଥାନୀୟ ମାଲ ଗୋଦାମ ଅଞ୍ଚଳ ର ଏକ ଚାହା ଦୋକାନ ରୁ ଦୁଇ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି । ପୋଲିସ ଥାନା ଅଧିକାରୀଣୀ କଲ୍ୟାଣୀ ବେହେରା ଙ୍କ ନେତୃତ୍ଵ ରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ମିଳିତ ଚଢ଼ାଉ କରି ବହୁ ମୂଲ୍ୟବାନ କଂସା ଓ ପିତଳ ପୂଜା ସାମଗ୍ରୀ ଜବତ କରି ଥିବା ସୂଚନା ମିଳିଛି ।ଗୋପନୀୟ ଭାବେ ଘଟଣା କୁ ଗମ୍ଭୀରତା ସହ ନେଇ ଟିଟିଲାଗଡ ପୋଲିସ ଟିମ ଘଟଣା ର ସର, ଜମିନ ତଦନ୍ତ ଆରମ୍ଭ କରିବା ସହ ସାମଗ୍ରୀ ଜବତ କରିଛି ।
ରିପୋର୍ଟ, ସନ୍ତୋଷ କୁମାର ନାୟକAKN NEWS


