ଓଡିଶା ଖବର

ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଅଭିଯାନ

ପୁରୀ ୮/୪ (AKN NEWS): ଆଜି ଓଡ଼ିଆ ପକ୍ଷ ପାଳନର ୮ମ ଦିବସ।କାର୍ଯ୍ୟସୂଚୀ ଅନୁସାରେ ଆଜି ରକ୍ତଦାନ ଅଭିଯାନ।ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ପ୍ରଦୀପ ପ୍ରଜ୍ୱଳନ କରି ରକ୍ତଦାନ ଅଭିଯାନର ଶୁଭାରମ୍ଭ କରିଥିଲେ।ରକ୍ତ ର ବିକଳ୍ପ କେବଳ ରକ୍ତ।ବର୍ତ୍ତମାନ ଗୋଟିଏ ୟୁନିଟ ରକ୍ତରୁ ଏକାଧିକ ବ୍ୟକ୍ତି ଙ୍କ ଜୀବନ ରକ୍ଷା କରାଯାଇ ପାରୁଛି।ତେଣୁ ସମସ୍ତେ ରକ୍ତ ଦାନ ପାଇଁ ସଂକଳ୍ପ ବଦ୍ଧ ହେବାକୁ ଶ୍ରୀ ବେହେରା ଆହ୍ୱାନ ଦେଇଥିଲେ।ଏହି ଅଭିଯାନରେ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।କାର୍ଯ୍ୟକ୍ରମ ରେ ରେଡକ୍ରସ ଅଧିକାରୀ ତଥା ଡେପୁଟି କଲେକ୍ଟର ମନୀଷା ଷଡ଼ଙ୍ଗୀ,ଯୋଜନା ଓ ପର୍ଯ୍ୟାଲୋଚନା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀଧର ସେଠୀ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ରକ୍ତ ଭଣ୍ଡାର ଅଧିକାରୀ ଡା ଦୀପକ କୁମାର ସାହୁ,ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜ ର ଆସିଷ୍ଟାଣ୍ଟ ପ୍ରଫେସର ଡା ବିନୋଦ କୁମାର ସାହୁ, ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ର ପ୍ରୋଗ୍ରାମ ଅଫିସର ଚନ୍ଦ୍ର ପ୍ରଭା ଦେଇ,

ଭାରତ ବିକାଶ ପରିଷଦର ସମ୍ପାଦକ ସନ୍ତୋଷ କୁମାର ମହାନ୍ତି,ସଦସ୍ୟ ବିଶ୍ବ ଶାନ୍ତି ତ୍ରିପାଠୀ, କୁମାର ଭୀମସେନ, ହରପ୍ରସାଦ ମହାପାତ୍ର, ସୁପ୍ରିତୀ ରଥ,ରେଡକ୍ରସ କାର୍ଯ୍ୟ ନିର୍ବାହୀ ସଦସ୍ୟ ଶ୍ୟାମ ପ୍ରକାଶ ସେନାପତି, ବଡଶଂଖ ଯୁବ ସାଂସ୍କୃତିକ ପରିଷଦର ସମ୍ପାଦକ ଲକ୍ଷ୍ମୀ ନାରାୟଣ ଦାସ,ସଦସ୍ୟ ରମେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇ ରକ୍ତଦାନ ଅଭିଯାନକୁ ପରିଚାଳନା କରିଥିଲେ।ରକ୍ତ ଭଣ୍ଡାର କର୍ମଚାରୀ ଦିପ୍ତୀ ରଞ୍ଜନ ନାୟକ, ମାନସ ରଞ୍ଜନ ନାୟକ, ଶକ୍ତି କାନ୍ତ ମହାପାତ୍ର ଓ ଅମିତ କୁମାର ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ।ଭାରତ ବିକାଶ ପରିଷଦ, ବଡଶଂଖ ଯୁବକ ସଂଘର କର୍ମକର୍ତ୍ତା,ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନ, ଏସସିଏସ କଲେଜ, ସୂରଜ ମଲ୍ଲ ସାହା କଲେଜ, ଅଲାରନାଥ ଧନ୍ଦାମୂଳକ କଲେଜ ର ଛାତ୍ରଛାତ୍ରୀ ମାନେ ରକ୍ତଦାନ କରିଥିଲେ।ରେଡକ୍ରସ ଶାଖାର କର୍ମଚାରୀ ଆଦିତ୍ୟ କୁମାର ବରାଳ ଓ ବିଶ୍ବ ଭୂଷଣ ଦାସ ରକ୍ତ ଦାନ ଶିବିର ପରିଚାଳନା କରିଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!