ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଙ୍କବୈଠକ ଓ ନୃତନ କର୍ମ କର୍ତ୍ତା ଚୟନ,

(AKN NEWS): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଅବସର ଗ୍ରହଣ କରି ଥିବା ବିଭିନ୍ନ ବର୍ଗର ସରକାରି କର୍ମଚାରୀ ମାନଙ୍କୁ ନେଇ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ବୈଠକ ଅନୁଷ୍ଠିତ ହୋଇଥିଲା, ଏହି ବୈଠକରେ ବହୁ ସଂଖ୍ୟକ ଭାବେ ବିଭିନ୍ନ ବର୍ଗର କର୍ମଚାରୀ ଯୋଗ ଦେଇ ଥିବା ବେଳେ ଜିଲ୍ଲା ସଦସ୍ୟ ଅଭିରାମ ସାହୁ ଙ୍କ ନେତୃତ୍ବରେ ସଭା ଆୟୋଜନ ହୋଇଥିଲା , ଆଜିକାର ସଭାର ସଭାପତି ଭାବେ ଭୁବନେଶ୍ୱର ଖମାରୀ, ଧର୍ମଗଡ ବ୍ଲକ ସଭାପତି ତଥା ନିର୍ବାଚନ ଅଧିକାରୀ କବିରାଜ ଦୂର୍ଗା, ଜିଲ୍ଲା ଓଡ଼ିଶା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଦସ୍ୟ ଅଭିରାମ ସାହୁ,ନବକିଶୋର ସାହୁ, ଲୋକନାଥ ବେହେରା, ଯୋଗ ଦେଇ ଥିଲେ, ଏହା ପୂର୍ବରୁ ମାଁ ବାଗଦେବି ସରସ୍ଵତୀ ଙ୍କ ଫଟୋଚିତ୍ର ରେ ଦୀପ ପୁଷ୍ପ ଧୂପ ପ୍ରଦାନ କରା ଯାଇ ଥିଲା, ପରେ ଆଜିକା ସଭାରେ ବିଭିନ୍ନ ବର୍ଗର ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ମାନେ ନିଜ ନିଜର ପରିଚୟ ଠିକଣା ପ୍ରଦାନ କରିଥିଲେ, ଓ ଓଡ଼ିଶା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ ବିଷୟରେ ଶ୍ରୀଯୁକ୍ତ ଅଭିରାମ ସାହୁ,ପୁଙ୍ଖାନୁପୁଙ୍ଖ ଭାବେ ବିବରଣୀ ପ୍ରଦାନ କରିଥିଲେ, ଏହି ସମାରୋହର ଅତିଥି ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ,ଏହାପରେ ନିର୍ବାଚନ ଅଧିକାରି କବିରାଜ ଦୂର୍ଗା ମନୋନୟନ ପତ୍ର ପ୍ରଦାନ କରି ଥିବା ବେଳେ ବିପକ୍ଷ ଭାବେ କୌଣସି ପ୍ରତି ଦ୍ୱନ୍ଦିତା ନ ଥିବାରୁ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ନବରତନ ରାଉତ, ନିର୍ବାଚିତ ହୋଇଥିବା ଵେଲେ ଉପ ସଭାପତି ମୁନିଆ ଶିପକା, ସମ୍ପାଦକ ଗଣେଶ ରାମ ରାଉତ, ଯୁଗ୍ମ ସମ୍ପାଦକ ରାମ କୁମାର ସେନାପତି, କୋଷାଧ୍ୟକ୍ଷ ପ୍ରେମଲାଲ ନାଏକ, ମହିଳା ନେତ୍ରୀ ବିଶାଖା ହରିଜନ ପ୍ରମୁଖ ଶାନ୍ତିଶୁଖିଲା ଏକ ନିର୍ବାଚନ ହୋଇ ଥିବାରୁ ନିର୍ବାଚନ ଅଧିକାରୀ ଗୃହରେ ଘୋଷଣା କରି ଥିଲେ, ଏହି ଅବସରରେ ଉପଦେଷ୍ଟା ଭାବେ ଦଶଜଣଙ୍କୁ ମନୋନୀତ କରା ଯାଇ ଥିଲା, ଏହା ପରେ ନିର୍ବାଚିତ କମିଟିର କର୍ମକର୍ତ୍ତା ମାନ କୁ ପୁଷ୍ପ ମାଲ୍ୟା ଦେଇ ଶପଥ ପାଠ ନିଆ ଯାଇ ଥିଲା, ଆଜିକାର ସଭାକୁ ସୁନ୍ଦର ଭାବେ ଗଣେଶ ରାମ ରାଉତ ପରି ଚାଳନା କରି ସଭା ସାଙ୍ଗ କରି ଧନ୍ୟବାଦ୍ ଜ୍ଞାପନ ଜଣାଇ ଥିଲେ,
କଳାହାଣ୍ଡି ରୁ ଟଙ୍କଧରବିହାରୀ ଙ୍କ ରିପୋଟ akn news


