ଓଡିଶା ଖବର

ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ପକ୍ଷରୁ ରକ୍ତଦାନ ଶିବିର।

(AKN NEWS): ଧର୍ମଗଡ଼ ବିଧାୟକ ଶ୍ରୀଯୁକ୍ତ ମୌଷଧୀ ବାଗ ଙ୍କ ଶୁଭ ଜନ୍ମଦିନ ଅବସରରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର କୋକସରା ଏବଂ ଧର୍ମଗଡ଼ ଠାରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି ଏଥିରେ ୮୦ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ଏହି କାର୍ଯ୍ୟ କ୍ରମକୁ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ଶ୍ରୀ ଅମିତ୍ କୁମାର ଯାଦବ ପରିଚାଳନା କରିଥିବାବେଲେ ଏଥିରେ ମୁଖ୍ୟଅତିଥି ଭାବରେ ଶ୍ରୀ ମୌଷଧୀ ବାଗ ଯୋଗଦାନ୍ କରି ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିଲେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଶ୍ରୀ ମାନଶ ରଞ୍ଜନ ବାଗ, ରାଜ୍ୟ ସାମାଜିକ କଲ୍ୟାଣ ବୋର୍ଡ ର ଅଧ୍ୟକ୍ଷା ଶ୍ରୀମତୀ କଲ୍ୟାଣୀ ନାଏକ ଯୋଗଦାନ୍ କରିଥିଲେ ଅନ୍ୟତମ ଅତିଥି ଭାବରେ ଜିଲ୍ଲା ବିଜେଡ଼ି ଉପ ସଭାପତି ଶ୍ରୀ ଥବିର ସାହୁ, ଜିଲ୍ଲାପରିଷଦ ସଦସ୍ୟ ଗୋପୀନାଥ ମହାନନ୍ଦ, ଧର୍ମଗଡ଼ ବ୍ଲକ ସଭାପତି କୋକସରା ବ୍ଲକ ସଭାପତି ପୂର୍ବତନ ଧର୍ମଗଡ ନଗର ପାଲ ହିରା ବାଗ ପ୍ରମୁଖ ବିଜୁ ଯୁବ ଛାତ୍ର ମହିଳା ବିଜୁ ଜନତା ଦଳର ସମସ୍ତ କାର୍ଯ୍ୟକର୍ତ୍ତା ବ୍ଲକ୍ ସଭାପତି ପଞ୍ଚାୟତ ସଭାପତି ଜିଲ୍ଲାପରିଷଦ ସଦସ୍ୟ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ଯୋଗଦାନ୍ କରି ସମସ୍ତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!