ଓଡିଶା ଖବର

ଓଡ଼ିଶା ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ ଗୃହ ଠାରେ ଏକ ସାମ୍ବାଦିକ ସମ୍ମିଳନୀ

(ଏକେଏନ୍ ନ୍ୟୁଜ) : ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ମାନଙ୍କ ଆନ୍ଦୋଳନ କଳାହାଣ୍ଡି ଜିଲ୍ଲାର ୧୩ଗୋଟି ବ୍ଲକରେ ୨୬ ଜଣ ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ମାନଙ୍କ ଆନ୍ଦୋଳନ ପାଇଁ ସଜବାଜ, ଜିଲ୍ଲାର ସମସ୍ତ ଜିଲ୍ଲା ହେଡ୍ କ୍ୱାର୍ଟର ରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଦୁଇ ଗୋଟି ଦାବୀ ଯଥା ଜନ ସ୍ଵାସ୍ଥ୍ୟ ପରିଚାଳନା ପଦବୀ ସୃଷ୍ଟି ଓ ଚାକିରୀ ସ୍ଥାୟୀ କରଣ ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜିଠାରୁ କଳାହାଣ୍ଡି ଜିଲ୍ଲାର ୨୬ଜଣ ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ଆନ୍ଦୋଳନ ଜାରି ରଖିଛନ୍ତି।

ସରକାର ଦାବୀ ପୂରଣ ନ କରିବା ଯାଏଁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ର କର୍ମକର୍ତା ଆଜି ପ୍ରେସ ମିଟରେ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଭାବନି ଶଙ୍କର ସିଂ_ଜ୍ଞାନେନ୍ଦ୍ର ଭୋଇ, ସଧାରଣ ସମ୍ପାଦକ, ପ୍ରିୟ ରଞ୍ଜନ ପଣ୍ଡା, ଅମୂଲ୍ୟ ନାୟକ ପ୍ରମୁଖ କର୍ମକର୍ତା ଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଳକର କର୍ମଚାରୀ ମାନେ ଯୋଗ ଦେଇଥିଲେ ।

ଜଗନ୍ନାଥ ନାଏକ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!