ଓଡିଶା ଖବର

କଅଁଲ ବୟସ ରେ ବ୍ରେନ ଟ୍ୱ୍ୟୁମର.. ଆରୟାନ ଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ !!

(AKN NEWS):ବୟସ ମାତ୍ର ୧୩ ବର୍ଷ ପାଠ ପଢା ସହିତ ଖେଳ କୁଦ ରେ ମଧ୍ୟ୍ୟ ବହୁତ ପାରଙ୍ଗମ ! ହସଖୁସିରେ ଦିନ ବିତୁଥିଲା କିନ୍ତୁ କିଏ ଜାଣିଥିଲା ଏତେ କମ ବୟସ ରେ ଏତେ ବଡ଼ ଦୁଃଖ ର ଘଟଣା ସାମ୍ନାକୁ ଆସିବ ବୋଲି ସତେ ଯେମିତି ହସଖୁସିର ରଙ୍ଗୀନ ଦୁନିଆ କୁ କଳା ବାଦଲ ଢାକି ଦେବ ବୋଲି ହଁ ଆଜ୍ଞା ଆମେ କହୁଛୁ ୧୩ ବର୍ଷ ର ଆର୍ରୟାନ ର କଥା ଯିଏ କି ଛୋଟ ବେଳୁ ନିଜ ବାପା କୁ ଦେଖିନି ଛୋଟ ବେଳୁ ହିଁ ତାଙ୍କ ବାପା ଙ୍କ ମୃତ୍ୟୁ କୁ ନେଇ ପୁରା ପରିବାର ଭାଙ୍ଗି ଯାଇଥିଲା !! ବାପା ମରିଯିବା ପରେ ପୁଅ ଝିଅ ର ପାଠ ପଢିବା ସହିତ ପୁରା ପରିବାର ର ଦାୟିତ୍ୱ ଏବେ ନିଜ ମାଁ ରାଜବତୀ ନାଗ ଙ୍କର ମୁଣ୍ଡ ଉପରେ ଏବେ ପରିବାର କହିଲେ ଗୋଟେ ପୁଅ ଝିଅ ଓ ମାଁ ସମ୍ପତି କହିଲେ ତାଙ୍କର ମାଟି କୁଡ଼ିଆ ଖଣ୍ଡେ ତାଙ୍କର ମାଁ ଅନ୍ୟ ର ଘରେ ମଜୁରୀ ଲାଗି ଯାହା ମିଳିଲା ତାକୁ ନେଇ ତିନି ଜଣ ଚଳନ୍ତି !ତାଙ୍କର ଦୁର୍ଦଶା କୁ ଶବ୍ଦ ରେ ବର୍ଣ୍ଣନା କରି ହେବ ନାହିଁ ! ଆମେ କହୁଛୁ ମୁରିବାହାଲ ବ୍ଲକ ହଳଦୀ ପଂଚାୟତ ସ୍ଥିତ ଯୁଗୀରତା ଗାଁ ର ଆରୟାନ ନାଗ ଙ୍କ କଥା ଯିଏ କି ଏବେ ବ୍ରେନ ଟ୍ୱ୍ୟୁମର ରୋଗ ରେ ଆକ୍ରାନ୍ତ ଓ ଏବେ ସେ ରାୟପୁର ସ୍ଥିତ AIIMS ହସ୍ପିଟାଲ ରେ ଚିକିତ୍ସା ହଉଥୁବା ବେଳେ ତାଙ୍କୁ ସରକାରୀ ସ୍ୱାସ୍ଥ୍ୟ କାର୍ଡ ବ୍ୟତୀତ ୧ ଲକ୍ଷ୍ୟ ଟଙ୍କାରୁ ଅଧିକ ଆର୍ଥିକ ସହଯୋଗ ଆବଶ୍ୟକ ଥିବା ବେଳେ ତାଙ୍କ ମାଁ ରାଜବତୀ ନାଗ ଏକ ଭିଡ଼ିଓ ମାଧ୍ୟ୍ୟମରେ ରେ ଲୋକ ମାନଙ୍କୁ ନିଜ ପୁଅ ର ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଛନ୍ତି !! ତାଙ୍କ phone pay number ମଧ୍ୟ୍ୟ ଦେଇଛନ୍ତି -9090568389

ମୁରିବାହାଲ ରୁ ସୁବାସ ମାଝୀ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!