ଓଡିଶା ଖବର

କମର୍ସ ଗାଇଡେନ୍ସ ପକ୍ଷରୁ ଅଗ୍ରପୂଜ୍ୟଙ୍କ ପୂଜା ମହାସମାରୋହରେ ପାଳିତ

ଭବାନୀପାଟଣା, ୦୭।୦୯ (AKN NEWS);ସିଦ୍ଧି ବିନାୟକ ଗଜାନନ ହେଉଛନ୍ତି ଅଗ୍ରପୂଜ୍ୟ। ଏହି ଅବସରରେ ସ୍ଥାନୀୟ କମର୍ସ ଗାଇଡେନ୍ସ ପକ୍ଷରୁ ଅଗ୍ରପୂଜ୍ୟ ଶ୍ରୀ ଗଣେଷଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଛି। ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ମୁଖ୍ୟ ବିଜ୍ଞାନ ରଞ୍ଜନ କରଙ୍କ ତତ୍ତ୍ବାବଧାନରେ ଗଣେଶଙ୍କ ପୂଜା ପାଳିତ ହୋଇଥିଲା। ଏହି ଅବସରରେ ଗଣେଶ ପୂଜାରେ କର୍ତ୍ତା ଭାବେ ଯୁକ୍ତ ୩ର ଛାତ୍ର ତନ୍ମୟ କୁମାର ପାଣିଗ୍ରାହୀ ଥିବାବେଳେ ପୂଜକ ଭାବେ ପୂର୍ବତନ ଛାତ୍ର ଦୀପକ ବେହେରା ପୂଜକ ଦାୟିତ୍ଵ ନିର୍ବାହ କରିଥିଲେ। ଏଥିରେ କମର୍ସ ଗାଇଡେନ୍ସର +୨ ଓ +୩ ର ପ୍ରାୟ ୮୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ।

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!