ଓଡିଶା ଖବର

କଲମପୁରରେ ନୂତନ ଥାନାଧିକାରୀ ପିକେ କାନୁନଗୋ

(AKN NEWS): କଳାହାଣ୍ଡି ଜିଲ୍ଲା କଲମପୁର ଥାନାରେ ଅବସ୍ଥାପିତ ଥାନାଧିକାରୀ ଜିତେନ୍ଦ୍ର ବିଶ୍ଵାଳଙ୍କ ବଦଳି ପରେ ସେହି ସ୍ଥାନରେ ଯୋଗ ଦେଇଛନ୍ତି ପ୍ରଦୀପ୍ତ କୁମାର କାନୁନଗୋ, ନିର୍ବାଚନ ଆଚରଣ ସଂହିତା ନିୟମାନୁସାରେ କେତେକ କର୍ମଚାରୀ ମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି, ସେହି ପ୍ରକ୍ରିୟାରେ କଲମପୁରରୁ ଶ୍ରୀ ବିଶ୍ଵାଳଙ୍କୁ ସ୍ଥାନାନ୍ତର କରାଯାଇ ଶ୍ରୀ କାନୁନଗୋଙ୍କୁ ଏଠାରେ ଅବସ୍ଥାପିତ କରାଯାଇଛି, ପ୍ରଥମ ଦିନରୁ ହିଁ ଶ୍ରୀ କାନୁନଗୋ ମେଲାପି ଓ ମିଷ୍ଟଭାଷୀ ଲୋକପ୍ରିୟ ଭାବେ ଜନ ସାଧାରଣରେ ଆଦୃତ ହୋଇପାରିଛନ୍ତି,ସେ ପୂର୍ବରୁ ଯାଜପୁର ଜିଲ୍ଲା ବଡଚଣା ଥାନାରେ କାର୍ଯ୍ୟରତ ଥିଲେ, ସେଠାରୁ ତାଙ୍କୁ କଳାହାଣ୍ଡି ଜିଲ୍ଲାକୁ ବଦଳି ହେବା ପରେ ସେ ଜିଲ୍ଲା ମୁଖ୍ୟାଳୟରେ ନିୟୋଜିତ ଥିଲେ, ସେଠାରୁ ଗତକାଲି କଲମପୁର ଥାନାକୁ ବଦଳି ହୋଇ ଆସିଛନ୍ତି, ଆଜି ରବିବାର ଦିନ କଲମପୁର ସରପଞ୍ଚ ପ୍ରତିନିଧି ଚତୁର୍ଭୁଜ ପଣ୍ଡାଙ୍କ ସମେତ ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର କୁମାର ନାଏକ, ଚକ୍ରଧର ନାଏକ, ଶେଷଦେବ. ନାଏକ,ଶରତ ସୁନାନୀ, ଅଜିତ ପୁଝାରୀ,,ଭୂଜରାଜ ଛତ୍ରିଆ.ଏବଂ ଆମ. କଳାହାଣ୍ଡି akn news. ପ୍ରତିନିଧି. ଟଙ୍କଧରବିହାରୀ ମଧ୍ୟ ପ୍ରମୁଖଥାଇ ଥାନାଧିକାରୀ ଶ୍ରୀ କାନୁନଗୋଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ,ଆଇନର ରକ୍ଷକ ଭାବେ ଜନତାଙ୍କ ସେବା ଅକ୍ଷୁର୍ଣ୍ଣ ରହିବ ବୋଲି ଥାନାଧିକାରୀ ମତବ୍ୟକ୍ତ କରିଥିବା ବେଳେ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି,

କଳାହାଣ୍ଡି ରୁ ଟଙ୍କଧରବିହାରୀ ଙ୍କ ରିପୋଟ akn news

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!