ଓଡିଶା ଖବର

କଲମପୁର – ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, କଲମପୁର ଖଣ୍ଡର ମଣ୍ଡଳ, ମୀନଗୁର, ନୂଆ ଗାଁ ଓ କୋଟା ଗାଁ ଗ୍ରାମ ପଞ୍ଚାୟତକୁ ନେଇ ଗଠିତ ମଣ୍ଡଳର ବିଜୟା ଦଶମୀ ଉତ୍ସବ

(AKN NEWS):କଲମପୁର – ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, କଲମପୁର ଖଣ୍ଡର ମଣ୍ଡଳ, ମୀନଗୁର, ନୂଆ ଗାଁ ଓ କୋଟା ଗାଁ ଗ୍ରାମ ପଞ୍ଚାୟତକୁ ନେଇ ଗଠିତ ମଣ୍ଡଳର ବିଜୟା ଦଶମୀ ଉତ୍ସବ ସକାଳ ୯ ଘଟିକା ସମୟରେ ନୂଆ ଗାଁ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଅନୁଷ୍ଠିତ ହୋଇଯାଇଛି lଏହି ଅବସରରେ ସ୍ୱଦେଶୀ ଜାଗରଣ ମଞ୍ଚର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ସଂଘ ଶତାବ୍ଦୀ ସମାରୋହ ପାଳନ ଅବସରରେ ସଂଘ ପ୍ରରମ୍ଭର ପୃଷ୍ଠଭୂମି, ସଂଘ ପ୍ରତିଷ୍ଠା, ୧୦୦ ବର୍ଷର ଯାତ୍ରାରେ ସଂଘର କ୍ରମ ବିକାଶ, କାର୍ଯ୍ୟ ବିସ୍ତାର, ବର୍ତ୍ତମାନ ଆହ୍ଵାନଗୁଡ଼ିକର ସଫଳ ପୂର୍ବକ ସାମନା କରିବା ଆଦି ବିଷୟରେ ବୌଦ୍ଧିକ ପ୍ରଦାନ କରିଥିଲେ l ଖଣ୍ଡ କର୍ଯ୍ୟବାହ ଅଭିରାମ ପଣ୍ଡା ଆଗାମୀ ସପ୍ତସୁତ୍ରୀ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ lପରେ ଅପରାହ୍ନ ୪ ଘଟିକା ସମୟରେ ବିଜମରା ମଣ୍ଡଳର ବିଜୟା ଦଶମୀ ଉତ୍ସବରେ ସ୍ଥାନୀୟ ବରିଷ୍ଠ ସ୍ଵୟଂସେବକ ଓ ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ କୃପାସିନ୍ଧୁ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମଞ୍ଚାସୀନ ଥିଲେ l ମୁଖ୍ୟବକ୍ତା ଭାବରେ ସଂଘର କଳାହାଣ୍ଡି ବିଭାଗର ବୌଦ୍ଧିକ ପ୍ରମୁଖ ଶ୍ୟାମ ସୁନ୍ଦର ପାଢ଼ୀ ଯୋଗଦେଇ ସଂଘରେ ବିଜୟା ଦଶମୀ ମହତ୍ତ୍ଵ ଆଗାମୀ ଏକ ବର୍ଷ ମଧ୍ୟରେ ହେବାକୁ ଥିବା ସପ୍ର ସୁତ୍ରୀ କାର୍ଯ୍ୟକ୍ରମର ପ୍ରସ୍ତୁତି ଆଦି ବିଷୟରେ ବୌଦ୍ଧିକ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ୩୯ ଜଣ ଗଣବେଶଧାରୀ ସ୍ଵୟଂସେବକଙ୍କ ସହିତ ମୋଟ ୫୨ ଜଣ ଉପସ୍ଥିତ ଥିଲେ l ପ୍ରକାଶ ଥାଉ କି କଲମପୁର ଖଣ୍ଡରେ ମୋଟ ଚାରୋଟି ମଣ୍ଡଳ ରେ ହୋଇଥିବା ଚାରୋଟି ବିଜୟା ଦଶମୀ ଉତ୍ସବରେ ଯଥାକ୍ରମେ ହରାମାଲ ମଣ୍ଡଳରେ ଗଣବେଶଧାରୀ ସ୍ଵୟଂସେବକ ୧୪ ଜଣ କଲମପୁର ମଣ୍ଡଳରେ ୨୨ ଜଣ , ମଣ୍ଡଳ ମଣ୍ଡଳରେ ୧୩ ଜଣ ଓ ବିଜମରା ମଣ୍ଡଳରେ ୩୯ ଜଣଙ୍କ ସହିତ ମୋଟ ୮୮ ଜଣ ଗଣବେଶଧାରୀ ସ୍ଵୟଂସେବକ ଉପସ୍ଥିତ ଥିଲେ l ଆସନ୍ତା ୨ ଅକ୍ଟୋବର ସକାଳ ୮ ଘଟିକାରୁ ୧୦.୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା କଲମପୁର ଖଣ୍ଡର ଘୋଷ ପଥ ସଞ୍ଚଳନରେ ଖଣ୍ଡର ୧୦୦ ଜଣ ପୂର୍ଣ୍ଣ ଗଣବେଶଧାରୀ ସ୍ଵୟଂସେବକ ଯୋଗ ଦେବାକୁ ସୂଚନା ଦେଇଥିବା ବିଷୟ ଖଣ୍ଡ ପ୍ରଚାର ପ୍ରମୁଖ ରାକେଶ କୁମାର ଠାକୁର ଜଣାଇଛନ୍ତି l

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!