କଳାହାଣ୍ଡି ଆଦିବାସୀ ପରମ୍ପରା ର ରାଜ୍ୟ ଦେବତାଙ୍କ ରାଜକିଅ କିମ୍ବଦନ୍ତୀ ଆଦିବାସୀଙ୍କ ପ୍ରମୁଖ ଦେବତା ଲିମ୍ବାଦେବ , ଜଙ୍ଘାଦେବ , ବୁଢ଼ାରାଜା ଙ୍କ ମଧ୍ୟରୁ ବୁଢାରାଜା

🪷🙏 ଜୟ ବୁଢାରାଜା 🙏🪷
କଳାହାଣ୍ଡି ଆଦିବାସୀ ପରମ୍ପରା ର ରାଜ୍ୟ ଦେବତାଙ୍କ ରାଜକିଅ କିମ୍ବଦନ୍ତୀ
ଆଦିବାସୀଙ୍କ ପ୍ରମୁଖ ଦେବତା ଲିମ୍ବାଦେବ , ଜଙ୍ଘାଦେବ , ବୁଢ଼ାରାଜା ଙ୍କ ମଧ୍ୟରୁ ବୁଢାରାଜା.
କଳାହାଣ୍ଡିର ଲୋକ ଦେବା ଦେବି ଯଥା – ଦ୍ୱାରଶନି , ଡୋକରି ବୁଢ଼ୀ, ଦୋଲା , ତମାପଳିଏନ, ଖଣ୍ଡୁଆଲ, ମାଟିଏନ, ଧୋଲାଗଡ଼ିଏନ, ଗଡାଗଡ଼ିଏନ, ମାଟମେର, ଭିମା, ରଣକାଚେନ, ବୁଢ଼ୀ ମା, ବେଳାରାଣୀ, ହରତ ମାଇଲି, ବାବୁ ରାଏ, କଣାଭାଏରା, କାଲି ସୁନ୍ଦରୀ, ଚାଙ୍ଗୁର ଦେଇ, ମାଙ୍ଗୁରଦେଇ , ଗୁରୁ ବୁଢା, ଜାଡେନ, ମାଉଲି , ଆଦିଙ୍କ ର ରାଜା ହୋଇଥିବା ରୁ ସେ ହେଲେ ପ୍ରଭୁ ବୁଢାରଜା, ସମସ୍ତ ଦେବା ଦେବିଙ୍କ ର ରାଜା ହୋଇ ଥିବାରୁ ସେ ହେଲେ *ବୁଢାରାଜା* ,
ବୁଢାରାଜା ଙ୍କ ମୁଖ୍ୟ ଯାତ୍ରା ହେଉଛି ଚଇତ୍ରା ଏବଂ ବୁଢାରଜା ଦଶହରା । ବିଜୟୀ ଦଶମୀର ପରବର୍ତ୍ତୀ ଶନିବାର ରେ ବୁଢାରାଜାଙ୍କ ଦଶହରା ହୋଇଥାଏ.
ବୁଢାରାଜାଙ୍କ ଦଶହରା ଦିନ ପୂଜକ ବା ପୂଝାରୀଙ୍କ ଘର କୁ ନିମନ୍ତ୍ରଣ ପାଇଁ ସମସ୍ତ ଦେବା ଦେବିଙ୍କ ପ୍ରତୀକ ଲାଠି ବା ଯାହାକୁ ଆମେ କଳାହାଣ୍ଡିଆ ଭାଷା ରେ ଦେପତା ଲାଏଟ ବୋଲି କହୁ.ପୂଜକଙ୍କ ଘରୁ ଶୋଭାଯାତ୍ରା ରେ ସବୁ ଦେବା ଦେବି ଙ୍କ ର ଲାଠି ଯାତ୍ରା କରନ୍ତି, ଦିନ ବେଳେ ମନ୍ଦିର ରେ ଶୋଳ୍କ ଭୋଗ ଅର୍ପଣ ହୁଏ, ସନ୍ଧ୍ୟା ବା ରାତିରେ ଅସଂଖ୍ୟ ବଳି ପଡେ. ଏହି ବୁଢାରାଜାଙ୍କ ପୀଠରେ, ଏହି ଦଶହରା ଓଡିଶାର ଶେଷ ଦଶହରା ଅଟେ. ମଧ୍ୟ ରାତିରେ ମହାବଲ ବାଘ ଆସି ଅରପିତ ବଳି ଭୋଗ ସବୁ ଖାଇଯାଆନ୍ତି.ତାସହିତ ରାତି ରଙ୍ଗା ରଙ୍ଗ କାଯ୍ୟକ୍ରମ ହେଇଥାଏ. ଆଖ ପାଖ ଜିଲ୍ଲା ରୁ ବହୁତ ଲୋକ ଆସନ୍ତି.
ଆଜି ସେହି ପ୍ରଭୁ ବାରକୋଡ଼ି ବୀରକୁ ପରାସ୍ତ କରି ଏଠାରେ ରହିଥିବାରୁ ଏଠି ପୂଜା ପାଆନ୍ତି.
ଆଜି ସେହି ପ୍ରଭୁ ଶ୍ରୀ ଶ୍ରୀ ବୁଢ଼ାରାଜାଙ୍କ ବାର୍ଷିକ ଦଶହରା ଅବସରରେ କଳାହାଣ୍ଡି ବାସି ଙ୍କୁ ଆମ କଳାହାଣ୍ଡି ସେନା ତରଫରୁ ବହୁତ ବହୁତ ଅଭିନନ୍ଦନ ଓ ଶୁଭେଚ୍ଛା 🙏💐
ସମସ୍ତଙ୍କର ମଙ୍ଗଳ କରନ୍ତୁ ଏତିକି ବୁଢାରାଜା ଙ୍କ ପାଖରେ ପ୍ରାର୍ଥନା କରୁଛି 🙏🙏🙏
ଜୟ ବୁଢ଼ାରାଜା
🙏🙏🙏
କଳାହାଣ୍ଡି ସେନା
ଡିଙ୍ଗର ବାଗ


