ଓଡିଶା ଖବର

କଳାହାଣ୍ଡି ଜିଲ୍ଲାକୁ ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଗସ୍ତ ଓ ସମୀକ୍ଷା ବୈଠକ

ଭାବନୀପାଟଣା (AKN NEWS): ଆଜି ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ, ଓଡିଶା ସରକାର କଳାହାଣ୍ଡି ଜିଲ୍ଲା ଗସ୍ତ ପୂର୍ବକ ଜିଲ୍ଲାରେ ସାଧାରଣ ବଣ୍ଟନର କାର୍ଯ୍ୟକାରିତା ଏବଂ ଧାନ ସଂଗ୍ରହର ବ୍ୟବସ୍ଥାକୁ ସମିକ୍ଷା କରିଥିଲେ । ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ପ୍ରଥମେ କଳାହାଣ୍ଡି ଜିଲ୍ଲାପାଳ ଶ୍ରୀ ସଚିନ ପାୱାର ସ୍ଵାଗତ ଜଣାଇଥିଲେ । ଜିଲ୍ଲାରେ ଧାନ ସଂଗ୍ରହ ପାଇଁ ଚାଷୀ ମାନଙ୍କର ପାଞ୍ଜିକରଣ ପ୍ରକ୍ରିୟା, ମଣ୍ଡି ବ୍ୟବସ୍ଥା, ରାସନ କାର୍ଡ, ଯୋଗ୍ୟ ଓ ଅଯୋଗ୍ୟ ହିତଡିକାରୀଙ୍କ ଉପରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ, କଳାହାଣ୍ଡି ପବିତ୍ର ସାହୁ ବୈଠକରେ ତଥ୍ୟ ରଖିଥିଲେ । ୨୦୨୩–୨୪ ଖରିଫରେ ୧,୧୨,୨୮୨ ଜଣ ଚାଷୀ ପଞ୍ଜୀକରଣ କରିଥିବା ଏବଂ ସରକାରଙ୍କ ଦ୍ଵାରା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ଟ. ୩,୧୦୦/- ବୃଦ୍ଧି ଘୋଷଣା ଯୋଗୁଁ ଏହି ପଞ୍ଜୀକରଣ ଆହୁରି ବୃଦ୍ଧି ହେବ ବୋଲି ଚିଫ ସି.ଏସ.ଓ. ବୈଠକରେ କହିଥିଲେ । ମାନ୍ୟବର ମନ୍ତ୍ରୀ ଉପସ୍ଥିତ ସମସ୍ତ ଯୋଗାଣ ଅଧିକାରୀଙ୍କୁ ଦାୟିତ୍ଵବାନ ହୋଇ କାର୍ଯ୍ୟ କାଲେ ସମସ୍ତ ଯୋଜନାର ସୁଫଳ ପ୍ରତ୍ୟେକ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ ବୋଲି କହିଥିଲେ । ଜିଲ୍ଲାରେ ମୃତ ବ୍ୟକ୍ତିଙ୍କ ନାମରେ ଥିବା ରାସନ କାର୍ଡ ଗୁଡିକୁ ତୁରନ୍ତ ଖାରଜ କରିବା, ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ଯୋଜନାରୁ ବାଦ ଦେବା, ଅନ୍ତୋଦୟ ଯୋଜନାରେ 30 ରୁ 40 ପ୍ରତିଶତ ଅଯୋଗ୍ୟ ହିତାଧିକାରୀ ଅନ୍ତର୍ଭୁକ୍ତ ଥିବା ସରକାରଙ୍କ ଦୃଷ୍ଟି କୁ ଆସିଥିବାରୁ ତଦନ୍ତ କରି ସେମାନଙ୍କୁ ବାଦ ଦେବା, ନୂତନ କାର୍ଡ ନିମନ୍ତେ ଆସିଥିବା ଦରଖାସ୍ତ ଗୁଡିକର ଉପଯୁକ୍ତ ତଦନ୍ତ କରି ଯୋଗ୍ୟ ହିତାଧିକାରୀ ମାନଙ୍କୁ ନୂତନ ରାସନ କାର୍ଡ ପ୍ରଦାନ କରିବା, ସର୍ବନିମ୍ନ ସହାୟକ ମୂଲ୍ୟ ଯେମିତି ଦଲାଲଙ୍କ ହାତକୁ ନ ଯାଇ ପ୍ରକୃତ ଚାଷୀ ପାଇବା, ସମବାୟ ସଂସ୍ଥା ଦ୍ବାରା ପ୍ରତ୍ୟେକ ମଣ୍ଡିରେ ଚାଷୀ ମାନଙ୍କ ନିମନ୍ତେ ପାନୀୟ ଜଳ ଯୋଗାଣ, ଶୌଚାଳୟ, ବିଶ୍ରାମ ସ୍ଥାନ ତଥା ଆନୁଷଙ୍ଗିକ ସୁବିଧାର ବ୍ୟବସ୍ଥା କରିବା ନିମନ୍ତେ ମାନ୍ୟବର ମନ୍ତ୍ରୀ ନିର୍ଦ୍ଧେସ ପ୍ରଦାନ କରିଥିଲେ । ସଭାରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଉପ-ଜିଲ୍ଲାପାଳ, ଧର୍ମଗଡ ଧୀମନ ଚକମା, ଭାରପ୍ରାପ୍ତ ଉପ-ଜିଲ୍ଲାପାଳ ଭବାନୀପାଟଣା ଜୟଦେବ ଦାସ, ସି.ଏସ.ଓ, କଳାହାଣ୍ଡି, ଡି.ଆର.ସି.ଏସ, ଡି.ପି.ସି., ମିସନ ଶକ୍ତି, ଏ.ସି.ଏସ.ଓ ଓ ସମସ୍ତ ବ୍ଲକର ଏମ.ଆଇ ଉପସ୍ଥିତ ଥିଲେ ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!