ଓଡିଶା ଖବର

କହିଲେ କିଏ କେଉଁଠି ବସିବେ କେହି ମନା କରିପାରିବେନି କେତେ ଜଣଙ୍କୁ ଚୁପ୍ କରାଇବେ ନବୀନ ପ୍ରଫୁଲ୍ଲ ମଲ୍ଲିକ

ଭୁବନେଶ୍ୱର :(AKN NEWS):ପାଣ୍ଡିଆନଙ୍କୁ ନେଇ ନବୀନ ଯାହା କହିଲେ ବି ତାହାକୁ ସହଜରେ ମାନିପାରୁନାହାନ୍ତି ବିଜେଡିର ବରିଷ୍ଠ ନେତା | ଆଜି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ ବିସ୍ଫୋରଣ କରିଛନ୍ତି | ବିଜେଡି ନେତାଙ୍କ ହୋଟେଲ୍ ମେଳି ନେଇ ନବୀନଙ୍କ ତାଗିଦ୍ ପ୍ରସଙ୍ଗରେ ବଡ ବୟାନ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ | ସେ କହିଛନ୍ତି ଯେ ନାଲି ଆଖି କେହି କାହାକୁ ଦେଖାଇ ପାରିବେ ନାହିଁ | ଆମେ କେତେବେଳେ କେଉଁଠି ବସିବୁ ବ୍ୟକ୍ତିଗତ କଥା | ଆମେ ହୋଟେଲ୍‌ରେ ବସିପାରିବୁନି କହିବା ଠିକ୍‌ ନୁହେଁ | କେବଳ ପାର୍ଟି ମିଟିଂ ହେଲେ ଶଙ୍ଖ ଭବନକୁ ଯିବୁ | ଆମେ କେହି ଚାକିରି କରୁନୁ, ଆମର ବୟସ ହେଲାଣି | ସେହିପରି ପାଣ୍ଡିଆନକୁ ଚ୍ୟାଲେଞ୍ଜ କରି ପ୍ରଫୁଲ୍ଲ କହିଛନ୍ତି ଯେ ଗଣମାଧ୍ୟମ ସାମ୍ନାକୁ ଆସି ସ୍ପଷ୍ଟୀକରଣ ଦିଅନ୍ତୁ | ଯଦି ହସ୍ତକ୍ଷେପ କରୁନାହାନ୍ତି ସ୍ପଷ୍ଟ କରନ୍ତୁ |ସେହିପରି ଶଙ୍ଖ ଭବନ ବାହାରେ ଅନୁଷ୍ଠିତ ଆଭ୍ୟନ୍ତରୀଣ ବୈଠକ ପ୍ରସଙ୍ଗରେ ନୃସିଂହ ସାହୁ ଦଳୀୟ ନେତାଙ୍କ ପକ୍ଷ ସମର୍ଥନ କରି କହିଛନ୍ତି, “ଚା’ ପିଇବା କିମ୍ବା ଆଲୋଚନା ପାଇଁ ବୈଠକ କରିବାକୁ ଶଙ୍ଖ ଭବନର ଆବଶ୍ୟକତା ନାହିଁ। ଅତନୁ ଓ ସଞ୍ଜୟ ଭଳି ବରିଷ୍ଠ ନେତାମାନେ ମଧ୍ୟ ହୋଟେଲରେ ବୈଠକ କରିଛନ୍ତି। ଆମେ ଯେତେବେଳେ ଏକତ୍ରିତ ହେଉଛୁ, ତାହା ଦଳର ଉନ୍ନତି ପାଇଁ ଆଲୋଚନା କରିବାକୁ, ଷଡ଼ଯନ୍ତ୍ର କରିବାକୁ ନୁହେଁ। କିନ୍ତୁ କେତେକ ଲୋକ ଏହି ବୈଠକଗୁଡ଼ିକୁ ଭୁଲ ଉପସ୍ଥାପନ କରି ନବୀନ ବାବୁଙ୍କୁ ଭ୍ରମରେ ରଖିଛନ୍ତି।”ୱାକଫ ବିଲ ବିବାଦ ସମୟରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଭୂମିକାକୁ ନେଇ ନୃସିଂହ ସାହୁ ସ୍ପଷ୍ଟ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ମୁଁ ନିଜେ ନବୀନ ପଟ୍ଟନାୟକଙ୍କୁ ଭେଟି କହିଥିଲି ଯେ ସସ୍ମିତଙ୍କ କାର୍ଯ୍ୟ ଠିକ୍ ନଥିଲା। ମୁଁ ଦଳର ସଭାପତିଙ୍କୁ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛି, ଓ ସେ ଏହି ବିଷୟକୁ ଗମ୍ଭୀରତାର ସହ ବିଚାର କରାଯିବ ବୋଲି ଆଶ୍ୱାସନ ଦେଇଛନ୍ତି

ସମୀର ରଞ୍ଜନ ନାୟକ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!